CSK ଟିମ୍ ମ୍ୟାନେଜମେଣ୍ଟ କୁ ନେଇ କାହିଁକି ରାଗିଗଲେ ଅଲରାଉଣ୍ଡର Ravindra Jadeja, ଦେଖନ୍ତୁ ଏନେଇ ଟ୍ବିଟ କରି କଣ ଲେଖିଲେ ?

ରାଗିଗଲେ ଟିମ୍ ଇଣ୍ଡିଆର ନମ୍ବର ୱାନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା । ଦଳୀୟ ମ୍ୟାନେଜମେଣ୍ଟର ନିଷ୍ପତ୍ତିକୁ ନେଇ ଖପ୍ପା ହୋଇ ସିଏସକେର ଅଲରାଉଣ୍ଡର ଏମିତି ଟ୍ବିଟ କରିଛନ୍ତି । ଆଇପିଏଲ ୨୦୨୨ ପାଇଁ ସମସ୍ତ ଟିମ୍ ଏବେ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି । ସବୁ ଟିମ୍ ପ୍ଲେଇଂ ଇଲେଭେନ ଲିଷ୍ଟ ପ୍ରସ୍ତୁତ କରିଛନ୍ତି । କାହାକୁ ଟିମ୍ ରେ ସ୍ଥାନ ଦେବେ ସେନେଇ ଟିମ୍ ମ୍ୟାନେଜମେଣ୍ଟ ମାନେ ଅଙ୍କ କଷୁଛନ୍ତି । ଆଇପିଏଲ ଇତିହାସର ସବୁଠାରୁ ସଫଳ ଦଳ ଏଥର ମଧ୍ୟ ଏକ ମଜବୁତ ଟିମ୍ ପ୍ରସ୍ତୁତ କରିବା ପାଇଁ ଅଣ୍ଟା ଭିଡିବା ଆରମ୍ଭ କରିଛନ୍ତି ।

ଚାରିଥର ଚମ୍ପିୟାନ ହୋଇଥିବା ସିଏସକେ ପୂର୍ବରୁ ଚାରି ଖେଳାଳିଙ୍କୁ ରିଟେନ କରିଛି । ସେମାନନକ ମଧ୍ୟରେ ରହିଛନ୍ତି କ୍ଯାପଟେନ ମହେନ୍ଦ୍ର ସିଂ ଧୋନୀ, ଓପନର ଋତୁରାଜ ଗାଇକୱାଡ, ବିଦେଶୀ ଖେଳାଳି ମୋଇନ ଅଲ୍ଲୀ ଏବଂ ଅଲରାଉଣ୍ଡର ରବେନ୍ଦ୍ର ଜାଡେଜା । ଆଇପିଏଲ ଅକ୍ସନ ପାଇଁ ଧୋନୀ ଏବେ ଚେନ୍ନାଇରେ ଅଛନ୍ତି ଓ ଦଳ ପ୍ରସ୍ତୁତି ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ଏନେଇ ଚେନ୍ନାଇ ଟିମ୍ ପକ୍ଷରୁ ଏକ ଲିଷ୍ଟ ଜାରି କରାଯାଇଛି ଓ ଯେଉଁଥିରେ ଲାଡେଜାଙ୍କୁ ୮ ନମ୍ବର ସ୍ଥାନରେ ରଖାଯାଇଛି ।

ଯାହାକୁ ନେଇ ଜାଡେଜା ନିଜ ଅନ୍ଦାଜରେ ଜବାବ ଦେଇଛନ୍ତି । ଜାଡେଜା ଲେଖିଛନ୍ତି କି, ୮ ନମ୍ବରରେ କାହିଁକି ଏହା ବହୁତ ଜଲ୍ଦି ହୋଇଯିବ, ମୋତେ ୧୧ ନମ୍ବର ସ୍ଥାନରେ ରଖ । ୬ କୋଟିରେ ରିଟେନ ହୋଇଥିବା ଋତୁରାଜଙ୍କ ନାମ ୧ ନଂରେ ଥିବା ବେଳେ ତୃତୀୟ ସ୍ଥାନରେ ରହିଛନ୍ତି ୮ କୋଟିରେ ରିଟେନ ହୋଇଥିବା ମୋଇନ ଅଲ୍ଲୀ ।

ସେହିଭଳି ଧୋନୀ ୧୨ କୋଟିରେ ରିଟେନ ହୋଇ ସପ୍ତମ ସ୍ଥାନରେ ରହିଛନ୍ତି ଓ ଜାଡେଜାଙ୍କୁ ୮ ନଂରେ ରଖାଯାଇଛି । କିନ୍ତୁ ଜାଡେଜାଙ୍କୁ ଟିମ୍ ମ୍ୟାନେଜମେଣ୍ଟ ସବୁଠୁ ଅଧିକ ଦାମ୍ ରେ ତଥା ୧୯ କୋଟିରେ ରିଟେନ କରିଛି । ତେବେ ଟିମ୍ ରେ ନିଜ ସ୍ଥାନକୁ ନେଇ ହାଲୁକା ଅସନ୍ତୁଷ୍ଟ ଅଛନ୍ତି ଜାଡେଜା । ଏବେ ଚେନ୍ନାଇ ପାଖରେ ଚାରି ଜଣ ଖେଳାଳି ମହଜୁଦ ଥିବା ବେଳେ ବାକି ଖେଳାଳିଙ୍କୁ ଦଳ ଅକ୍ସନରେ ବାଛିବ ।

ବାକି ଖେଳାଳିଙ୍କୁ ସମୁଦାୟ ୪୮ କୋଟିରେ ଦଳରେ ସାମିଲ କରିବା ସିଏସକେ । ତେବେ ବାକି ଖେଳାଳିଙ୍କ ଚୟନ ପରେ ଦେଖିବାକୁ ମିଳିବ କି ଜାଡେଜାଙ୍କ ସ୍ଥାନ କେତେ ନମ୍ବରରେ ରଖାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।