ରାଗ ସବୁବେଳେ ନାକ ଉପରେ ଥାଏ ଏହି କ୍ରିକେଟର ମାନଙ୍କର, ସମସ୍ତେ ଦୁନିଆର ବଡ ବଡ ଖେଳାଳି, ଦେଖନ୍ତୁ କେଉଁମାନେ ଅଛନ୍ତି ଏଥିରେ

ବର୍ତ୍ତମାନ ICC World Cup – 2019 ଚାଲିଛି ଓ ସମସ୍ତେ ଏହାକୁ ଏନଜୟ ବି କରୁଛନ୍ତି । କହିବାକୁ ଗଲେ କ୍ରିକେଟ ଏକ ଏମିତି ଖେଳ ଅଟେ ଯାହାକୁ ପୁରା ଦୁନିଆ ପସନ୍ଦ କରିଥାଏ । ଖେଳିବା ସମୟରେ ପଡିଆରେ ବେଳେ ବେଳେ କିଛି ଖେଳାଳିମାନେ ଏମିତି କିଛି କାମ କରି ଦିଅନ୍ତି ଯାହା ଦ୍ଵାରା ସେମାନେ ଅନ୍ୟ ଖେଳାଳି ତାଙ୍କ ଉପରେ ରାଗି ଯାଆନ୍ତି ।

ଖେଳ ପଡିଆରେ ରାଗିଯିବା ଏକ ସାଧାରଣ କଥା ଅଟେ । କାରଣ ଏଠି କେହି ବି କାହାର ଭୁଲକୁ ସହି ପାରନ୍ତି ନାହିଁ । ଏହି ଆର୍ଟିକିଲରେ ଆଜି ଆମେ ଆପଣଙ୍କ ପାଇଁ ଆଣିଛୁ କି କେଉଁ କ୍ରିକେଟର ସବୁବେଳ ରାଗରେ ରହିଥାଏ । ରାଗ ସବୁବେଳେ ସେମାନଙ୍କର ନାକ ଉପରେ ହିଁ ଥାଏ, କିନ୍ତୁ ଖେଳରେ ବି ସେମାନେ ମାହିର ଅଟନ୍ତି ।

ନାକ ଉପରେ ସବୁବେଳେ ଥାଏ ରାଗ ଏହି କ୍ରିକେଟରମାନଙ୍କର

ୟୁବରାଜ ସିଂହ

କହିବାକୁ ଗଲେ ୟୁବରାଜ ସିଂହ ଏକ ଶାନ୍ତ ସ୍ଵଭାବର କ୍ରିକେଟର ଅଟନ୍ତି । କିନ୍ତୁ ଯେତେବେଳ ତାଙ୍କୁ ରାଗ ଆସିଥାଏ ତେବେ ସେ ବୋଲର ମାନଙ୍କୁ ଜମକର ମାରିଥାନ୍ତି । ଏମିତି ହିଁ କିଛି ୨୦୦୭ର ଟି – ୨୦ ୱୋର୍ଲ୍ଡକପ ସମୟରେ ୟୁବରାଜ ଓ ଫ୍ଲିଂଟଫ ମଧ୍ୟରେ ଝଗଡା ହୋଇଥିଲା । କିନ୍ତୁ ଏହାର ଶିକାର ସ୍ଟୁଅର୍ଟ ବ୍ରଡଙ୍କୁ ହେବାକୁ ପଡିଥିଲା । ଝଗଡା ପରେ ସ୍ଟୁଅର୍ଟ ବ୍ରଡଙ୍କର ୬ ଟା ବଳରେ ୬ ଟା ଛକା ମାରି ୟୁବରାଜ ଫ୍ଲିଂଟଫ ଠାରୁ ପ୍ରତିଶୋଧ ନେଇଥିଲେ ।

ବିରାଟ କୋହଳି

ଭାରତୀୟ ଟିମର କ୍ୟାପଟେନ ବିରାଟ କୋହଳି ପ୍ରାୟତଃ ରାଗରେ ହିଁ ଦେଖା ଯାଆନ୍ତି । ସେ ପଡିଆରେ ଗାଳି ଦେବାରେ ମାହିର ଅଟନ୍ତି । ପଡିଆରେ ପ୍ରାୟତଃ ବିଦେଶୀ ଖେଳାଳିଙ୍କ ସହ ତାଙ୍କର ପଙ୍ଗା ହୋଇଯାଏ । ଏହି କାରଣରୁ ତାଙ୍କର ଆଲୋଚନା ବି ହୋଇଥାଏ ।

ଗୌତମ ଗମ୍ଭୀର

ପୂର୍ବ କ୍ରିକେଟର ଗୌତମ ଗମ୍ଭୀର ପଡିଆରେ ପ୍ରାୟତଃ ରାଗରେ ଥିବାର ଦେଖାଯାଆନ୍ତି । ଗୌତମ ଗମ୍ଭୀର ଥରେ ଦିଲ୍ଲୀର କୋଚ ସହିତ ବି ଝଗଡା କରିଥିଲେ ଓ ଏହା ଛଡା ସେ ୨୦୦୭ରେ ଶାହିଦ ଅଫରୀଦୀଙ୍କ ସହ ବି ତାଙ୍କର ଜମକର ଫାଇଟ ବି ହୋଇଥିଲା । ଏହି ଝଗଡା କାରଣରୁ ଦୁଇ ଜଣଙ୍କୁ ଫାଇନ ବି ଦେବାକୁ ପଡିଥିଲା ।

ରିକୀ ପୋଂଟିଂଗ

ଅସ୍ଟ୍ରେଲିୟା ଟିମର ପୂର୍ବ ସଫଳ କ୍ୟାପଟେନ ଓ ସଫଳ କ୍ରିକେଟର ରହିଥିବା ରିକୀ ପୋଂଟିଂଗ ବି ଅଧିକ କ୍ରୋଧିତ ଖେଳାଳି ରୂପରେ ପରିଚିତ ଅଛନ୍ତି । ରିକୀ ପୋଂଟିଂଗ ପ୍ରାୟତଃ ପଡିଆରେ କୌଣସି ନା କୌଣସି କାରଣରୁ କାହା ସହିତ ଝଗଡା କରିଥାନ୍ତି । ସେ ପ୍ରାୟତଃ ହାତ ବି ଉଠାଇ ଥିବାର ନଜର ଆସିଛନ୍ତି ।

ହରଭଜନ ସିଂହ

ଭାରତୀୟ ଟିମରେ ବୋଲର ହରଭଜନ ସିଂହ ବର୍ତ୍ତମାନ କ୍ରିକେଟ ଦୁନିଆରୁ ସନ୍ୟାସ ନେଇ ଯାଇଛନ୍ତି । କିନ୍ତୁ ସେ ବି ରାଗ ସ୍ଵଭାବର ଖେଳାଳି ଅଟନ୍ତି । ସେ ଆଇପିଏଲର ଏକ ମ୍ୟାଚରେ ଶ୍ରୀଶାନ୍ତଙ୍କୁ ଚାପୁଡା ବି ମାରି ଦେଇଥିଲେ । କିନ୍ତୁ ଏଥିପାଇଁ ସେ କ୍ଷମା ବି ମାଗିଥିଲେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।