କିପରି ହୋଇଥାନ୍ତି ରବିବାର ଦିନ ଜନ୍ମ ହୋଇଥିବା ଲୋକ ? ଜାଣନ୍ତୁ ସେମାନଙ୍କର ଗୁଣ ଓ ବିଶେଷତ୍ତ୍ଵ- Jyotish Shastra

ଗୋଟିଏ ସପ୍ତାହରେ ୭ଦିନ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତିର ଜନ୍ମ ଯେଉଁ ବାରରେ ହୋଇଥାଏ ସେହିଦିନର କାରକ ଗ୍ରହ ସେହି ବ୍ୟକ୍ତି ତାର ସ୍ୱାସ୍ଥ୍ୟ, ଆୟୁ ଓ ଅନ୍ୟ ବହୁତ ଜିନିଷ ଉପରେ ପ୍ରଭାବ ପଡିଥାଏ । ଆସନ୍ତୁ ଯେଉଁ ମାନେ ରବିବାର ଦିନ ଜନ୍ମ ହୋଇଥାନ୍ତି ସେମାନଙ୍କର କଣ ହୋଇଥାଏ ଓ କେଉଁ ଜିନିଷ ଭଲ ହୋଇଥାଏ ଓ କେଉଁ ଜିନିଷ ଖରାପ ହୋଇବ ଓ ତା ସହିତ ତାଙ୍କର ପ୍ରେମ ସମ୍ବନ୍ଧ୍ୟ, ସ୍ୱାସ୍ଥ୍ୟ, ଶାରୀରିକ ଗଠନ ଏବଂ ବ୍ୟକ୍ତିତ୍ୟ ।

ରବିବାର ଦିନ ଯେଉଁମାନେ ଜନ୍ମ ନେଇଥାନ୍ତି ସେମାନଙ୍କର ସୂର୍ଯ୍ୟଙ୍କ ତେଜ ସହିତ ସୂର୍ଯ୍ୟ ଗ୍ରହଙ୍କର ବିଶେଷ ପ୍ରଭାବ ରହିଥାଏ । ଯେଉଁ ମାନେ ଏହି ଦିନରେ ଜନ୍ମ ହୋଇଥାନ୍ତି ସେମାନେ ବହୁତ ସୁନ୍ଦର ହୋଇଥାନ୍ତି ।

ତାଙ୍କ ରଙ୍ଗ ଶ୍ୟାମଳ ବର୍ଣ୍ଣ ହୋଇଥାଏ । ତାଙ୍କ ପାଖରେ କିଛି ଆକର୍ଷଣୀୟ ଗୁଣ ଥାଏ ସେଥିପାଇଁ ସେ ସମସ୍ଥଙ୍କର ମନକୁ ବହୁତ ଶୀଘ୍ର ଜିତି ଯାଇଥାନ୍ତି । କହିବାକୁ ଗଲେ ତାଙ୍କୁ ସବୁ ଠିକ କଥା ଓ ଠିକ କାମ ପସନ୍ଦ ହୁଏ । କେହି ତାଙ୍କ କାମରେ ମୁଣ୍ଡ ଖେଳଉ ସେ ଜମା ଚାହାନ୍ତି ନାହିଁ । ତାଙ୍କ ଜୀବନରେ କେହି କିଛି କହିଲେ ସେ ଖୁବ ଶୀଘ୍ର ରାଗିଯାନ୍ତି । ତାଙ୍କର ସ୍ଵଭାବ ସବୁବେଳେ ବାଘ ପରି ହୋଇଥାନ୍ତି ଓ ବାଘକୁ ସବୁବେଳେ ସ୍ଵତନ୍ତ୍ରତା ପ୍ରିୟ ଅଟେ । ତାଙ୍କର ଇଛା ଶକ୍ତି ଓ ଦୃଢ ସଂକଲ୍ପ ସବୁବେଳ ପାଇଁ ରହିଥାଏ ।

ସୂର୍ଯ୍ୟଙ୍କ ବାରରେ ଜନ୍ମ ନେଇଥିବାରୁ ସେମାନେ ବହୁତ ପରିଶ୍ରମୀ ଓ ବହୁତ ବଡ ଆକାକ୍ଷ୍ୟା ଏବଂ ଜିଦି ଅଟନ୍ତି । ସେମାନେ ବହୁତ ବଡ ଲିଡର ହେବାର କ୍ଷମତା ମଧ୍ୟ ରଖିଥାନ୍ତି । ତାଙ୍କର ଦାଇତ୍ୟା ଓ କାର୍ଯ୍ୟ କରିବାର ଶୈଳୀ ଏବଂ ପଲିଟିକ୍ସ କ୍ଷେତ୍ରରେ ସଫଳତା ମିଳିଥାଏ । ଏହି ଦିନ ଜନ୍ମ ନେଥିବା ବ୍ୟକ୍ତି ଡାକ୍ତର, ବହୁତ ବଳ ଦେଉଥିବାର କାର୍ଯ୍ୟ ସମ୍ବନ୍ଧିତ କ୍ଷେତ୍ରରେ, ଆଇଟି କ୍ଷେତ୍ରରେ ବା ଇଞ୍ଜିନିୟର, ପୋଲିସ କ୍ଷେତ୍ରରେ ସଫଳତା ପାଇଥାନ୍ତି ।

ଯେଉଁ ମାନେ ଏହି ଦିନ ଜନ୍ମ ହୋଇଥାନ୍ତି ସେମାନେ କୌଣସି କ୍ଷେତ୍ରରେ ବି ହାରନ୍ତି ନାହିଁ ଓ କଠିନ ପରିଶ୍ରମରେ ବଡ ବଡ ସଫଳତାକୁ ଖୁବ ସହଜର ସଫଳତା ହାସଲ କରିପାରିବେ । ସେହି ଦିନରେ ଜନ୍ମ ଲୋକେ ଅନ୍ୟ ଲୋକଙ୍କ ପାଇଁ ପ୍ରେରଣା ଦାଇ ହୋଇଥାନ୍ତି । ଏହି ଦିନରେ ଜନ୍ମ ହୋଇଥିବା ବ୍ୟକ୍ତି ଅନ୍ୟ ଜଣଙ୍କ ବିଷୟରେ ସନ୍ଦେହ ସବୁବେଳେ କରୁଥିବା ହେତୁ ତାଙ୍କର ସାଙ୍ଗ ବହୁତ କମ ଥାନ୍ତି ।  ସେମାନେ ବହୁତ ବୁଝି ବିଚାରୀ କାମ କରିଥାନ୍ତି ଓ ବହୁତ ଚାଲାକ ମଧ୍ୟ ଅଟନ୍ତି ।

ତାଙ୍କର ବହୁତଙ୍କ ସହିତ ପ୍ରେମ ସମ୍ବନ୍ଧ ଥାଏ କିନ୍ତୁ ସେମାନେ ବହୁତ ଚେଷ୍ଟା କରନ୍ତି କି ତାଙ୍କ ପ୍ରେମ ବଞ୍ଚି ରହିବା ପାଇଁ କିନ୍ତୁ କେବେ ରହିନଥାଏ । ତାଙ୍କ ବିଭାହୀତ ଜୀବନର ଖୁସି ତ ଥାଏ କିନ୍ତୁ ତାଙ୍କ ଜୀବନ ସାଥିଙ୍କୁ ସେ ବହୁତ ରାଗିବା ହେତୁ ସେମାନେ ବହୁତ କ୍ଷତରନାକ ହୋଇଥାନ୍ତି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା କହିବାକୁ ଗଲେ ଠିକ ଠାକ ରହେ କିନ୍ତୁ ବେଳେବେଳେ ରୋଗ ହୋଇଥାଏ ।

ଏହା ପରେ ମଧ୍ୟ  ଯଦି ରୋଗ ହୋଇଥାଏ ଭଲ ହୋଇଥାଏ, ଉଚ ରକ୍ତ ଚାପ, ଆଣ୍ଠୁ ଗଣ୍ଠି, ଆଖି ସମସ୍ୟା ମଧ୍ୟ ଦେଖା ଯାଇଥାଏ । ଯେଉଁ ମାନେ ରବିବାର ଦିନ ଯଦି ସମସ୍ୟା ଆସେ ତେବେ ସେମାନେ ଚିନ୍ତା କରନ୍ତି ନାହିଁ । ଏହି ଦିନରେ ଜନ୍ମ ହୋଇଥିବା ବ୍ୟକ୍ତି କାହା ଉପରେ ଭରସା କରନ୍ତୁ ନାହିଁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।