ଜୀବନରେ ସବୁବେଳେ ଦୁଃଖୀ ରହିଥାନ୍ତି ଏହି ୫ ଟି ଅଭ୍ଯାସ ଥିବା ଝିଅ- Jyotish Shastra

ଜୀବନରେ ଏହି ପାଞ୍ଚୋଟି ଆଦତ ଥିବା ଝିଅ ମାନେ ଜୀବନରେ ସବୁ ବେଳ ପାଇଁ ଦୁଖରେ ରହିଥାନ୍ତି । ଆଜି ଆମେ ଆପଣଙ୍କୁ କହିବୁ କିଛି ଏପରି ଝିଅ ମାନେ ଅଛନ୍ତି ଯାହାକି ସେମାଙ୍କର ଖରାପ ଆଦତ ଯୋଗୁ ସେମାନେ ବହୁତ କଷ୍ଟ ଅନୁଭବ କରିବେ । ସୁଖ ଓ ଦୁଖରେ ରହିବା ପାଇଁ ଆପଣ ନିଜ କର୍ମ ହିଁ ନିର୍ଧାରିତ କରିଥାଏ । କିନ୍ତୁ କିଛି ଲୋକ ଥାନ୍ତି ଅଯଥା କଥାରେ ମନ ଦେଇ ସେଥିରେ ଦୁଖ ହୋଇଥାନ୍ତି ।

ଛୋଟ କଥା ନେଇ ରାଗୁଥିବା

କିଛି ଝିଅ ମାନେ ଥାନ୍ତି ବହୁତ ଛୋଟ କଥାକୁ ବଡ କରି ସେଥିରେ ସେ ବହୁତ ପାଟି ତୁଣ୍ଡ କରିଥାନ୍ତି । ତାଙ୍କୁ ବହୁତ ଛୋଟ କଥାକୁ ବହୁତ ବଡ କଥା କରିଥାନ୍ତି ଓ ତାଙ୍କୁ ଦେଖି ଲାଗେ ସେ ଖାଲି ଝଗଡା କରିବା ପାଇଁ ଅପେକ୍ଷା କରିଛନ୍ତି । ସେଥିପାଇଁ ତାଙ୍କ ଘରେ ସବୁ ବେଳେ ଝଗଡା ସୃଷ୍ଟି ହୋଇଥାଏ ଓ ତାଙ୍କ ପାଖରେ ରହୁଥିବା ଲୋକଙ୍କର ମନ ସବୁ ସମୟରେ ଖରାପ ହୋଇଥାଏ । ଏହିପରି ଆଦତ ଯୋଗୁ ସେମାନଙ୍କର ଦୁଖର କାରଣ ହୋଇଥାଏ ।

ଟଙ୍କାର ଲୋଭ କରୁଥିବା ଝିଅ

ଭଗବାନ ଯେତିକି ଦେଇଛନ୍ତି ଆମେ ସେତିକିରେ ସନ୍ତୁଷ୍ଟ ହୋଇ ରହିବା ଦରକାର ଆମେ ସେତିକିରେ ସନ୍ତୁଷ୍ଟ ହୋଇ ରହିବା ଦରକାର । ଯଦି ଆମେ ଅନ୍ୟର ସଫଳତାକୁ ଦେଖି ହିଂସା କରିବା ବା ତାଙ୍କ ଭଳି ହେବା ପାଇଁ ଚେଷ୍ଟା କରିବା ନିଜକୁ ସବୁ ବେଳ ପାଇଁ ଅଶାନ୍ତି ଲାଗିଥାଏ । ଏହି ଭଳି ଝିଅ ମାନଙ୍କ ପାଇଁ ଟଙ୍କା ହିଁ ସବୁ କିଛି ହୋଇଥାଏ । ସେମାନେ କେବେ ହେଲେ ଏହି ପରି କରନ୍ତୁ ନାହିଁ । କାରଣ ଟଙ୍କା ଜୀବନରେ ସବୁ ବେଳେ ଆସିବ ଏବଂ ଯିବ କିନ୍ତୁ ଆପଣ କେବେ ହେଲେ ଟଙ୍କାର ଲୋଭ ରଖନ୍ତୁ ନାହିଁ ।

ବହୁତ ରାଗୁଥିବା ଝିଅ ମାନେ

ଆପଣ ମାନେ ଜାଣିଛନ୍ତି କିଛି ଲୋକଙ୍କୁ ବହୁତ ଶୀଘ୍ର ରାଗ ଆସିଥାଏ ଓ ଆଉ କିଛି ଲୋକଙ୍କୁ ବହୁତ ଡେରିରେ । କିନ୍ତୁ ଯେଉଁ ଝିଅ ମାନେ କଥା କଥାରେ ରାଗିଥାନ୍ତି ସେ ସବୁ କଥାରେ ରାଗିଥାନ୍ତି । ତାଙ୍କ ମୂହରୁ ସବୁ ବେଳେ କଟୁ କଥା ବାହାରି ଥାଏ । ଏହିପରି କରୁଥିବା ଝିଅ ମାନେ ତାଙ୍କ ସମ୍ପର୍କରେ ସବୁ ବେଳେ କିଛି ନା କିଛି ଝଗଡା ଲାଗି ରହିଥାଏ । ଏହାପରେ ସବୁ ଜିନିଷ ଆପଣଙ୍କ ବିପକ୍ଷରେ ସବୁ ହୋଇ ଯାଇଥାଏ । ଯାହା ଦ୍ଵାରା ନିଜ ଜୀବନରେ ଦୁଖ ବହୁତ ବଢିଯାଏ । ତେଣୁ କରି ସବୁଠାରୁ ଭଲ ହେବ ନିଜ ରାଗକୁ ନିଜ ଭିତରେ ସୀମିତ ରଖିବାକୁ ଚେଷ୍ଟା କରନ୍ତୁ । ଏହା କରିବା ଦ୍ଵାରା ନିଜର ବହୁତ ଲାଭ ହେବ ।

ଅଧିକ ଇଛା କରୁଥିବା ଝିଅ

ଯେଉଁ ମହିଳା ମାନେ କୌଣସି ଜିନିଷରେ ଅଧିକ ଇଛା କରନ୍ତି ସେମାନେ ବା ତାଙ୍କ ଶାଶୁ ଘର ଲୋକଙ୍କ ଠାରୁ କିଛି ପାଇବା ପାଇଁ ଅଧିକ ଇଛା ରଖିଥାନ୍ତି । ସେମାନେ ପରବର୍ତୀ ସମୟରେ ବହୁତ ଅସୁବିଧାରେ ପଡିଥାନ୍ତି । ଆପଣଙ୍କୁ ସବୁ ବେଳେ ମନେ ରଖିବା ଉଚିତ ଯେ ସମସ୍ଥେ ଏକା ପରି ନୁହନ୍ତି ତେଣୁ ଆପଣ ଜାଣିବା ଉଚିତ ସେ ସେହି ଜିନିଷରେ ଇଛା ରଖନ୍ତି ନା ନାହିଁ ।  ତେଣୁ କରି ଆପଣ କାହା ଠାରୁ ଅଧିକା ପାଇବା ପାଇଁ ଇଛା ରଖନ୍ତୁ ନାହିଁ ।

ଈର୍ଷା କରୁଥିବା ମହିଳା

ଆପଣ ଏକ ବହୁତ ବଡ ପରିବାରରେ ରହୁଛନ୍ତି ଓ ନିଜର ସମ୍ପର୍କୀୟଙ୍କ ସାଙ୍ଗରେ କୌଣସି ଏକ କଥାକୁ ନେଇ ଆପଣ ଈର୍ଷା କରୁଛନ୍ତି ତେବେ ଆପଣ ଜୀବନରେ କେବେ ହେଲେ ଖୁସିରେ ରହିପାରିବେ ନାହିଁ । ସେଥିପାଇଁ ସବୁଠାରୁ ଭଲ ହେବ ନିଜ ତୁଳନା କାହା ସଙ୍ଗେ କରନ୍ତୁ ନାହିଁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।