“ମର୍ଦୋ କୋ ଭେଜକର ମା-ବହନ କୀ ଫୋଟୋ ଖିଚୱାଊଂ”, ବୟାନ ପାଇଁ ପ୍ରସିଦ୍ଧ ଚନ୍ଦ୍ରକଳା ଫସିଲେ କୋଟି କୋଟି ଟଙ୍କାର ଘୋଟାଲାରେ

ୟୁପିର ଦବଙ୍ଗ ଆଈଏଏସ (IAS) ଅଧିକାରୀ ବି. ଚନ୍ଦ୍ରକଳା ସବୁବେଳେ ନିଜର ରାଗି ସ୍ଵାଭାବ, ଅଧିକାରୀଙ୍କୁ ସମସ୍ତଙ୍କ ସାମନାରେ ଗାଳି କରିବା ଏବଂ ବୟାନକୁ ନେଇ ଚର୍ଚାରେ ରହିଥାନ୍ତି । ଯିଏ ବି ଭୁଲ କାମ କରିଥାଏ ସେ ଠିକାଦାର ହେଉ କି ପୁଲିସ ଅଧିକାରୀ ସମସ୍ତଙ୍କୁ ଜେଲ ଯିବାର ଧମକ ଦେଇ ଚନ୍ଦ୍ରକଳା ପ୍ରାୟତଃ ମିଡିୟା ସାମନାରେ ହିରୋ ହୋଇଛନ୍ତି ।

ଚନ୍ଦ୍ରକଳା ୟୁପିର ବହୁତ ଜିଲ୍ଲାରେ ଡିଏମ ପଦରେ କାମ କରି ସାରିଛନ୍ତି । ମର୍ଦୋ କୋ ଭେଜକର ମା-ବହନ କୀ ଫୋଟୋ ଖିଚୱାଊଂ ଏହି ପ୍ରକାରର ବୟାନ ଦେଇଥିଲେ ପ୍ରସିଦ୍ଧ IAS ଚନ୍ଦ୍ରକଳା, ସୋସିୟାଲ ମିଡିୟାରେ ବହୁତ ତାଙ୍କୁ ଟ୍ରୋଲ କରା ଯାଉଛି । ବୁଲଂଦଶହର ଡିଏମ ରହିବା ସମୟରେ ନିଜର ଚନ୍ଦ୍ରକଳାଙ୍କ ଦବଙ୍ଗଗିରି ପାଇଁ ତାଙ୍କୁ ଲେଡି ସିଙ୍ଘମ ବୋଲି ମଧ୍ୟ କୁହାଯାଏ ।

ଏହି ପ୍ରକାରର ବୟାନ ପାଇଁ ମଶୁର IAS ଚନ୍ଦ୍ରକଳା

ପ୍ରାୟତଃ ନିଜର ବୟାନ ପାଇଁ ସେ ବିବାଦରେ ଘେରି ରହିଥାନ୍ତି ଏବଂ ସେ ପୁଣି ଥରେ ଚର୍ଚାରେ ଆସିଯାଇଛନ୍ତି । କିନ୍ତୁ ଏଥର ନିଜର ଦବଙ୍ଗଗିରି ପାଇଁ ନୁହେଁ ତାଙ୍କ ଘର ଉପରେ ସିବିଆଇର ଛାପା ପଡିଥିଲା ସେଥିପାଇଁ ସେ ଚର୍ଚାରେ ଆସି ଯାଇଛନ୍ତି । ଏହା ପଛରେ ଥିବା କାରଣ ସମୟ ସହିତ ଜଣା ପଡିଯିବ କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଚନ୍ଦ୍ରକଳାଙ୍କର ବିବାଦୀୟ ବୟାନ ବିଷୟରେ କହିବାକୁ ଯାଉଛୁ ।

ବର୍ଷ ୨୦୧୬ରେ ବି ଚନ୍ଦ୍ରକଳା ବୁଲଂଦଶହରରେ ଡିଏମ ଥିଲେ, ସେହି ସମୟରେ ସେ ଗୋଟିଏ ୧୮ ବର୍ଷର ପିଲାକୁ ଜେଲ ପଠାଇ ଦେଇଥିଲେ କାରଣ ସେ ତାଙ୍କୁ ନ ପଚାରି ତାଙ୍କର ଫଟୋ ଉଠାଇ ଦେଇଥିଲା । ତାଙ୍କର ଏହି ନିଷ୍ପତି ମିଡିୟା ପାଖରେ ପହଞ୍ଚି ଯାଇଥିଲା ଏବଂ ଏହା ଚର୍ଚାର ବିଷୟ ହୋଇଥିଲେ ।

ଏହି ଖବର ଉପରେ ଚନ୍ଦ୍ରକଳାଙ୍କର ବୟାନ ନେବା ପାଇଁ ଯେତେବେଳେ ଗୋଟିଏ ରିପୋର୍ଟର ତାଙ୍କୁ ଫୋନ କରିଲେ ସେତେବେଳେ ସେ ଧମକ ଭରା ଅନ୍ଦାଜରେ କହିଲେ କି ତୁମ ଘରେ ଅଜଣା ପୁରୁଷ ଯାଇ ତୁମର ମା ଭଉଣୀର ଫଟୋ ଉଠାଇବ ଏବଂ ଯଦି ସେ ଏମିତି କରିବ ତେବେ ତୁମେ କଣ କରିବାକୁ ଦେବ ? ଯେତେବେଳେ ଏହି ବୟାନ ଭାଇରାଲ ହେଲା ସେତେବେଳେ ଡିଏମ ଏହାକୁ ଭୁଲ ବୋଲି କହିଲେ ।

ଯେତେବେଳେ ଅଧିକାରୀଙ୍କୁ କରାଇଲେ ଚୁପ

ବର୍ଷ ୨୦୧୫ରେ ବୁଲଂଦଶହର ଡିଏମ ଥିଲା ବେଳେ ଚନ୍ଦ୍ରକଳା ସହରର ବିକାଶ ପାଇଁ ତିଆରି ହେଉଥିବା ନଳାର ସର୍ବେକ୍ଷଣ କରିବାକୁ ଯାଇଥିଲେ । ସେହି ସମୟରେ ତାଙ୍କୁ ନାଳର ଗୁଣବତା ଭଲ ଲାଗିଲା ନାହିଁ ଏବଂ ସେଠିଥିବା ସମସ୍ତ ଅଧିକାରୀଙ୍କୁ ସେ ଗାଳି କରିଥିଲେ ।