Vastu Tips- କାହାକୁ କିଛି ନ କହି ପର୍ସରେ ରଖନ୍ତୁ ଏହି 1 ଜିନିଷ, ବଢି ଚାଲିବ ଟଙ୍କା ପଇସା

ମନିପର୍ସରେ କେଉଁ ଜିନିଷ ରଖିଲେ ଧନ ବୃଦ୍ଧି ହୁଏ ଓ କେଉଁ ଜିନିଷ ରଖିଲେ ଧନହାନି ହୁଏ, ଏହାକୁ ନେଇ ଶାସ୍ତ୍ରରେ କିଛି ନିୟମ ରହିଛି । ଆପଣ ଯଦି ପର୍ସ କିଣି କରି ଆଣୁଛନ୍ତି ତେବେ ତାହା ଆପଣଙ୍କ ପାଇଁ ଭଲ । ଯଦି କେହି ଆପଣଙ୍କୁ ପର୍ସ ଉପହାର ଦେଉଛନ୍ତି ତେବେ ତାହା ମଧ୍ୟ ଆପଣଙ୍କ ପାଇଁ ଖୁବ ଶୁଭ ଅଟେ । ପ୍ରତିବର୍ଷ ଆପଣଙ୍କ ବଦଳାଇ ଦିଅନ୍ତୁ । ଟଙ୍କାକୁ ଲକ୍ଷ୍ମୀଙ୍କ ସହ ତୁଳନା କରାଯାଏ ଓ ଲକ୍ଷ୍ମୀ କେବେ ମଧ୍ୟ ପୁରୁଣା ଓ ଅପରିଷ୍କାର ସ୍ଥାନରେ ରହିବାକୁ ଇଚ୍ଛା କରିବେ ନାହିଁ ।

ଯଦି ସମ୍ଭବ ହେଉଛି ପର୍ସକୁ ସାମାନ୍ଯ ହଳଦୀ ପାଣିରେ ଧୋଇ ଶୁଖାଇବା ପରେ ବ୍ୟବହାର କରନ୍ତୁ । ଯଦି ଆପଣଙ୍କ ପର୍ସ ଚିରିଯାଏ ତେବେ ଏହାକୁ ତୁରନ୍ତ ବଦଳାଇ ଦିଅନ୍ତୁ , କାରଣ ଚିରାଫଟା ପର୍ଶରେ ପଇସା ରଖିବା ଦ୍ଵାରା ଅଯଥା ଖର୍ଚ୍ଚ ବୃଦ୍ଧି ହୋଇଥାଏ । ଆପଣଙ୍କ ପୁରୁଣା ପର୍ସକୁ କେବେ ମଧ୍ୟ ଅନ୍ୟ କାହାକୁ ଦିଅନ୍ତୁ ନାହିଁ କି ନିଜ ପାଖରେ ମଧ୍ୟ ରଖନ୍ତୁ ନାହିଁ । ଏହାକୁ ଯେକୌଣସି ଗଛମୂଳେ ଫୋପାଡି ଦିଅନ୍ତୁ । ଅନେକ ଲୋକ ଅନଲାଇନ କାରବାର ଯୋଗୁଁ ପାଖରେ ପର୍ସ ରଖନ୍ତି ନାହିଁ କି ସେଥିରେ କ୍ୟାଶ ରଖନ୍ତି ନାହିଁ ।

କିନ୍ତୁ ଆପଣ ସେପରି କରନ୍ତୁ ନାହିଁ । ଦରମା ପାଇବା ପରେ କିଛି ପଇସା ଉଠାଇ ପର୍ସରେ ରଖନ୍ତୁ ଓ ସେହି ପଇସାକୁ ଘରର ମା, ଭଉଣୀ ବା ଝିଅଙ୍କୁ ଦିଅନ୍ତୁ । ଘରର ଠାକୁର ଘରେ ମଧ୍ୟ କିଛି ପଇସା ରଖନ୍ତୁ ଓ ସେହି ପଇସାକୁ ଠାକୁରଙ୍କ କାର୍ଯ୍ୟରେ ଲଗାନ୍ତୁ । ଏହାଦ୍ବାରା ଆପଣଙ୍କ ଧନ ବୃଦ୍ଧି ହୋଇଥାଏ । ପର୍ସ ବ୍ୟବହାର କରୁଥିବା ଲୋକେ ସର୍ବଦା ପର୍ସରେ ପଇସା ସଜାଡି ରଖନ୍ତୁ । ପର୍ସ ଭିତରେ କଏନ ଓ ନୋଟ ସର୍ବଦା ଅଲଗା କରି ରଖନ୍ତୁ ଓ ପର୍ସରେ କାହାରି ମଧ୍ୟ ଫଟୋ ରଖନ୍ତୁ ନାହିଁ ।

ଅନ୍ୟର ଭିସିଟିଙ୍ଗ କାର୍ଡ ଓ ପୁରୁଣା ବିଲ୍ ଆଦି ମଧ୍ୟ ପର୍ସରେ ରଖନ୍ତୁ ନାହିଁ । ଏହାଦ୍ବାରା ଅଯଥା ଖର୍ଚ୍ଚ ବୃଦ୍ଧି ହୋଇଥାଏ । କେବେ ମଧ୍ୟ ପର୍ସକୁ ପ୍ଯାଣ୍ଟ ଭିତରେ ରଖି ପ୍ଯାଣ୍ଟକୁ ଝୁଲାଇ ରଖନ୍ତୁ ନାହିଁ । ଏହଦ୍ଵାର ଆପଣଙ୍କ ପରିସ୍ଥିତି ମଧ୍ୟ ସର୍ବଦା ଝୁଲି ରହିଥାଏ । ଯଦି ସମ୍ଭବ ହେଉଛି ଏକ ରୂପା ମୁଦ୍ରାକୁ ମା ଲକ୍ଷ୍ମୀଙ୍କ ପାଖରେ ରଖି ପୂଜା କରି ଆଣି ପର୍ସରେ ରଖନ୍ତୁ । ଦେଖିବେ ଆପଣଙ୍କ ଉନ୍ନତି ହେବାରେ ଲାଗିବ ।

ଏହା ବ୍ଯତୀତ ଆପଣ ଏକ କଉଡି କିମ୍ବା ଗୋମତୀ ଚକ୍ର ଆଣି ମଧ୍ୟ ପର୍ସରେ ରଖିପାରିବେ । ଏହାକୁ ମା ଲକ୍ଷ୍ମୀଙ୍କ ପାଖେ ପୂଜା କରି ଆଣି ପର୍ସରେ ରଖିଲେ ଉନ୍ନତି ହୋଇଥାଏ । ନଚେତ କିଛି ଧଳା ଚାଉଳ ମା’ଙ୍କ ପାଖରେ ରଖି ପୂଜା କରି ସେଥିରୁ ୨୧ଟି ଚାଉଳ ଆଣି ହଳଦିଆ କିମ୍ବା ଲାଲ ରଙ୍ଗର କାଗଜ ବା କପଡାରେ ରଖି ପର୍ସରେ ରଖି ଦିଅନ୍ତୁ । ଦେଖିବେ ଆପଣଙ୍କ ଧନ ନିଶ୍ଚୟ ବୃଦ୍ଧି ହେବ । ଆଉ ଏକ ଉପାୟ ହେଉଛି ସକାଳୁ ଉଠି ସ୍ନାନ କରି ଏକ ଓସ୍ତ ପତ୍ର ନେଇ ଆସନ୍ତୁ ।

ତାହାକୁ ଭଲ ଭାବେ ଧୋଇ ସେଥିରେ କୁକୁମରେ ଶ୍ରୀ ଲେଖି ଦିଅନ୍ତୁ ଓ ଏହାକୁ ମା ଲକ୍ଷ୍ମୀଙ୍କ ପକ୍ଷେ ପୂଜା କରିବା ପରେ ନିଜ ପର୍ସ ଭିତରେ ଆଣି ରଖି ଦିଅନ୍ତୁ । ପତ୍ରଟି ସଂପୂର୍ଣ୍ଣ ଶୁଖିଯିବା ପରେ ସମାନ ଉପାୟରେ ଆଉ ଏକ ପତ୍ର ଆଣି ରଖନ୍ତୁ ଓ ପୁରୁଣା ପତ୍ରକୁ ବାହାର କରି ଦିଅନ୍ତୁ ।  ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।