କେନ୍ଦ୍ର ସରକାରଙ୍କ ଦୀପାବଳି ଉପହାର ! କମିଲା ପେଟ୍ରୋଲ ଓ ଡିଜେଲ ଦର, ଆଜି ଠାରୁ ଲାଗୁ ହେଲା ନୂଆ ଦର, ଦେଖନ୍ତୁ କେତେ ଶସ୍ତା ହେଲା Petrol ଓ Diesel

ଗତ କିଛି ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ହୁହୁ ହୋଇ ବଢି ଚାଲିଥିବା ବେଳେ ଜନ ସାଧାରଣଙ୍କ ଚିନ୍ତା ମଧ୍ୟ ବଢିବାରେ ଲାଗିଥିଲା । ତେଲ ଦର ବୃଦ୍ଧିକୁ ନେଇ ସାଧାରଣ ଲୋକେ ବାରମ୍ବାର ଅସନ୍ତୋଷ ପ୍ରକାଶ କରୁଥିଲେ । ଆଜିର ଦିନର ପ୍ରାୟ ପ୍ରତ୍ଯେକଙ୍କ ଘରେ ଦୁଇ ଚକିଆ ଏବଂ ଚାରି ଚକିଆ ଯାନ ରହୁଛି । ଯାହାଫଳରେ ପେଟ୍ରୋଲ କିମ୍ବା ଡିଜେଲ ଉପରେ ସମସ୍ତେ ଖୁବ ନିର୍ଭର କରିଥାନ୍ତି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବା ମାତ୍ରେ ଖାଉଟିଙ୍କ ଉପରେ ଏହା ସିଧାସଳଖ ପ୍ରଭାବ ପଡିଥାଏ ।

ଆଉ ଏମିତି ବେଳେ ପେଟ୍ରୋଲ ଓ ଡିଜେଲ ଦର ଆକାଶ ଛୁଆଁ ହେବା ସମସ୍ତଙ୍କ ଚିନ୍ତା ବଢାଇ ଦେଇଥିଲା । ତେବେ ଅନେକ ଦିନ ପରେ ନିତିଦିନ ପେଟ୍ରୋଲ ଓ ଡିଜେଲ ଉପରେ ନିର୍ଭର କରୁଥିବା ଲୋକଙ୍କୁ ସାମାନ୍ଯ ଆଶ୍ଵସ୍ତି ମିଳିଛି । କେନ୍ଦ୍ର ସରକାରଙ୍କ ତରଫରୁ ଜନ ସାଧାରଣଙ୍କୁ ମିଳିଛି ଦୀପାବଳୀ ଉପହାର । ଅର୍ଥାତ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦରକୁ ନେଇ ଏକ ବଡ ଘୋଷଣା କରିଛନ୍ତି । ଦୀର୍ଘ ଦିନର ଅପେକ୍ଷା ପରେ ଏବେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିଛନ୍ତି କେନ୍ଦ୍ର ସରକାର ।

ପେଟ୍ରୋଲ ଦର ୫ ଟଙ୍କା ଓ ଡିଜେଲ ଦର ୧୦ ଟଙ୍କା ପର୍ଯ୍ୟନ୍ତ କମ୍ କରିଛନ୍ତି ସରକାର । ତେବେ ପବିତ୍ର ଦୀପାବଳୀ ପର୍ବ ଉପଲକ୍ଷେ କେନ୍ଦ୍ର ସରକାରଙ୍କ ତରଫରୁ ଦେଶବାସୀଙ୍କୁ ଏହା ଏକ ବଡ ଉପହାର କହିଲେ ଅତ୍ଯୁକ୍ତି ହେବନାହିଁ । ଦୀର୍ଘ ଦିନରୁ ଲୋକେ ପେଟ୍ରୋଲ ଓ ଡିଜେଲ ଦରକୁ ନେଇ ଖୁବ ହନ୍ତସନ୍ତ ହେଉଥିଲେ ଓ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଥିଲା କି, ପେଟ୍ରୋଲ ଓ ଡିଜେଲ ଦର କେବେ କମିବ ? ପେଟ୍ରୋଲ ଦର ବୃଦ୍ଧି ହୋଇ ୧୧୧ ଟଙ୍କା ୪୩ ପଇସା ଥିଲା ।

ଆଉ ଗତକାଲି ସରକାର ଏହାର ଦର ହ୍ରାସ କରିବା ପରେ ଏବେ ୧୦୫ ଟଙ୍କା ୨୯ ପଇସା ରହିଛି । ସେହିପରି ଡେଜିଲେ ଦର ୧୦୭ ଟଙ୍କା ୭୫ ପଇସା ଥିଲା ଓ ଏବେ ଏହା ହ୍ରାସ ପାଇ ୯୪ ଟଙ୍କା ୮୮ ପଇସା ରହିଛି । ତେଲ ଦର କିଛି ପରିମାଣରେ ହ୍ରାସ ପାଇବା ପରେ ଏବେ ଜନ ସାଧାରଣ ସାମାନ୍ୟ ଆଶ୍ଵସ୍ତି ହୋଇଛନ୍ତି ଓ ଏହାକୁ ନେଇ ମିଶ୍ର ପ୍ରତିକ୍ରିୟା ଦେଉଛନ୍ତି । ତେଲ ଦର ହ୍ରାସକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।