ପୁରୀ ସମୁଦ୍ରରେ ଲାଗିଲା ନାଲି ପତାକା । ଗତ ଦୁଇ ଦିନ ଭିତରେ ଚାରି ଜଣକ ମୃ-ତ୍ୟୁ ଘଟଣାକୁ ନେଇ ସଚେତନତା ଦେଖାଉଛି ପ୍ରଶାସନ । ମାତ୍ର ପର୍ଯ୍ୟଟକ ମାନେ ମାନୁ ନାହାନ୍ତି । ସେଥିଲାଗି ପୁରୀ ସମୁଦ୍ରକୁଳରେ ଲାଲ ପତାକା ଲଗାଯାଇଛି । ପୁରୀ ସମୁଦ୍ରର ସେକ୍ଟର 13 ରେ ଗତ ଦୁଇ ଦିନ ମଧ୍ୟରେ ଦୁଇଟି ଅଘଟଣା ଘଟିଛି । ଗୋଟିଏ ଦୁର୍ଘଟଣାରେ ପଶ୍ଚିମବଙ୍ଗରୁ ଆସିଥିବା ବାପା ଏବଂ ପୁଅ ର ଜୀବନ ଚାଲିଯାଇଥିବା ବେଳେ ଏବଂ ଅନ୍ୟ ଏକ ଦୁର୍ଘଟଣାରେ ଦୁଇ ଯୁବକକ ଜୀବନଦୀପ ସବୁଦିନ ପାଇଁ ଲିଭି ଯାଇଛି ।

ଏହା ଘଟଣା ପରେ ପର୍ଯ୍ୟଟକ ମାନଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ପୁରୀ ପ୍ରଶାସନ ତରଫରୁ ସଚେତନାମୂଳକ ପଦକ୍ଷେପ ନିଆଯାଇଛି । ପୁରୀ ସମୁଦ୍ରରେ ସ୍ନାନ କରିବାକୁ ଆସୁଥିବା ଲୋକମାନଙ୍କ ସୁରକ୍ଷା ପାଇଁ ଲାଲ ପତକା ଲଗାଇଛି ପ୍ରଶାସନ। କିଛି ଦିନ ହେଲାଣି ପୂର୍ଣ୍ଣିମା ଓ ଅମାବାସ୍ୟା ତିଥିରେ ପୁରୀ ସମୁଦ୍ରର 11 ଓ 12 ନମ୍ବର ସେକ୍ଟରରେ ବିଦ୍ୟୁତ ପ୍ରଭାବ ଅଧିକ ରହୁଛି ।
ଅମାବାସ୍ୟା ତିଥିରେ କରେଣ୍ଟ ଅତ୍ୟଧିକ ଥିବାରୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଉଛି । ହେଲେ ଅପର ପକ୍ଷରେ ପୁରୀ ସମୁଦ୍ରକୁ ସ୍ନାନ କରିବାକୁ ଆସୁଥିବା ପର୍ଯ୍ୟଟକ ମାନେ ତାହାକୁ ଶୁଣୁ ନାହାନ୍ତି । ପ୍ରଶାସନ ଜନସମାଜର ସୁରକ୍ଷା ପାଇଁ ଲାଇଫଗାର୍ଡ ମାନଙ୍କୁ ନିଯୁକ୍ତି କରାଯାଇଛି ।

ଏହି ବିଷୟକୁ ନେଇ ପର୍ଯ୍ୟଟକମାନେ କହୁଛନ୍ତି କି, ପୁରୀ ସମୁଦ୍ରକୁ ଦେଖିବା ଓ ସ୍ନାନ କରିବା ପାଇଁ ସହସ୍ର ଲୋକମାନେ ଆସୁଥିବା ବେଳେ ଆମମାନଙ୍କ ସୁରକ୍ଷା ଉଦେଶ୍ୟରେ ମାତ୍ର ଶହେ ଜଣ ଲାଇଫଗାର୍ଡ ନିୟୋଜିତ କରାଯାଇଛି । ପୁରୀ ପ୍ରଶାସନ ତାଙ୍କ ବକ୍ତବ୍ୟରେ ସ୍ପଷ୍ଟ ରୂପରେ କହିଛନ୍ତି କି, ପର୍ଯ୍ୟଟକଙ୍କ ଜୀବନ ସୁରକ୍ଷା ପାଇଁ ତିନି ଶହରୁ ଅଧିକ ଲାଇଫଗାର୍ଡ ରଖାଯିବ ଓ ସବୁଠି ପର୍ଯ୍ୟଟକଙ୍କ ଉପରେ ନଜର ରଖାଯିବ । ସାମାନ୍ଯ ଅବହେଳା ଆଉ କିଛି ଲୋକମାନଙ୍କ ଜୀବନ ନେଇପାରେ ।
କାରଣ ଦୁଇ ଦିନରେ ଚାରି ଜଣଙ୍କ ମୃ-ତ୍ୟୁ ସମାଚାର ଲୋକମାନଙ୍କ ଭିତରେ କୋଳାହଳ ସୃଷ୍ଟି କରିଛି । ଜିଲ୍ଲା ପ୍ରଶାସନକୁ ନିବେଦନ କରୁଛନ୍ତି ପୁରୀ ବାସିନ୍ଦା । ଯଦି ସବୁଦିନ ଏହି ରୂପେ ଅଘଟଣା ଘଟୁଥିବାରୁ ଅମୂଲ୍ୟ ଜୀବନକୁ ହରାଇଥିବା ପରିବାରର କଷ୍ଟକୁ ଦୂର କରିବ କିଏ । ଏହି ଖବର କୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ଏବଂ ଶେୟାର କରନ୍ତୁ ।