ଲୋକପ୍ରିୟ ଅଭିନେତା ରାଇମୋହନଙ୍କ ମୃତ୍ୟୁକୁ ପାଞ୍ଚ ଦିନ ବିତି ଯାଇଥିଲେ ମଧ୍ୟ ଏଯାଏଁ ତାଙ୍କ ଆତ୍ମହତୟଆର ପ୍ରକୃତ କାରଣ ଜାଣିବା ପାଇଁ ଅପେକ୍ଷା କରି ରହିଛନ୍ତି । ଘଟଣାକୁ ନେଇ ପୋଲିସ ଖୋଳତାଡ ଆରମ୍ଭ କରି ଦେଇଥିବା ବେଳେ ରାଇମୋହନଙ୍କ ମୃତ୍ୟୁକୁ ନେଇ ସାମ୍ନାକୁ ଆସିଛି ଏକ ବଡ ତଥ୍ୟ । ସେ ଆତ୍ମହତୟଆ କରିବା ପୂର୍ବଦିନ ତାଙ୍କ ଘରେ ଏକ ବଡ ଝଗଡା ହୋଇଥିଲା । ପତ୍ନୀ ରଞ୍ଜିତା ଓ ଦୁଇଝିଅଙ୍କ ସହ ଝଗଡା ହେଉଥିବାର ଶୁଣିଥିଲେ ତାଙ୍କ ଉଦୟପୁର ବିଲଡିଙ୍ଗରେ ରହୁଥିବା ଭଡାଟିଆ ମାନେ ।

ଯେଉଁଥି ପାଇଁ ମାନସିକ ଭାବେ ଭାଙ୍ଗି ପଡିଥିଲେ ରାଇମୋହନ । ସେଦିନ ରାତିରେ ବହୁତ ମାନସିକ ଅବସାଦରେ ରହିଥିଲେ ଓ ସକାଳେ ସମସ୍ତେ ବାହାରକୁ ଯିବାର ସେ ଅପେକ୍ଷା କରିଥିଲେ । ଦିନ ସାଢେ ଦଶଟା ପରେ ସମସ୍ତେ ବାହାରକୁ ଯିବାପରେ ଏଭଳି ଚରମ ପଦକ୍ଷେପ ନେଇଥିଲେ ବର୍ଷିୟାନ ଅଭିନେତା ରାଇମୋହନ ପରିଡା । ରାଇମୋହନଙ୍କ ଶରୀର ଝୁଲନ୍ତା ଅବସ୍ଥାରେ ତାଙ୍କ ଘରର ବାଲକୋନୀରେ ମିଳିଥିଲା । ଘରର କବାଟ ମଧ୍ୟ ଖୋଲାଥିଲା ।
ତେଣୁ ପ୍ରଥମେ କିଏ ଘରକୁ ଆସିଥିଲେ ଓ ପ୍ରଥମେ କେଉଁ ମାନେ ତାଙ୍କୁ ଦେଖିଥିଲେ ଏନେଇ ତଦନ୍ତ କରିବା ସହ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରୁଛି ପୋଲିସ । ସପ୍ତାହକ ମଧ୍ୟରେ କେଉଁ ବ୍ୟକ୍ତିମାନେ ରାଇମୋହନଙ୍କ ପାଖକୁ ଆସିଥିଲେ ସେସବୁ ସମୟର ସିସିଟିଭି ଫୁଟେଜ ପୋଲିସ ତନତନ କରି ଯାଞ୍ଚ କରୁଛି । ଯାଞ୍ଚର ପ୍ରଥମ ରିପୋର୍ଟ ଆସିଥିବା ବେଳେ ପୋଲିସ ହାତକୁ ଏକ ମହତ୍ବପୂର୍ଣ୍ଣ ତଥ୍ୟ ଲାଗିଛି ।

ଜାଣିବାକୁ ମିଳିଛି ରାଇମୋହନଙ୍କ ମୃତ୍ୟୁର ପୂର୍ବଦିନ ରାତିରେ ପରିବାର ମଧ୍ୟରେ ପ୍ରବଳ ଝଗଡା ଲାଗିଥିଲା । ଯାହା ଘର ବାହାରକୁ ଶୁଭା ଯାଉଥିଲା ବୋଲି ପୋଲିସକ୍ଲୁ ଜଣାଇଛନ୍ତି ପଡୋଶୀ । ଦୁଇ ଝିଅଙ୍କ ମଧ୍ୟରେ ଝଗଡା ହେଉଥିଲା ଓ ଏହାକୁ ନେଇ ଚିନ୍ତିତ ରହୁଥିଲେ ରାଇମୋହନ । କୁହାଯାଉଛି ରାଇମୋହନ ଘର ପଛ ପାର୍ଶ୍ଵରେ ରହୁଥିବା ଜଣେ ନିଶାଖୋର ଯୁବକଙ୍କ ସହ ସାନ ଝିଅର ସମ୍ପର୍କ ଥିଲା ଓ ଯୁବକ ଜଣକ କୌଣସି ମତେ ପରିବାରର ନିକଟତର ହେବାକୁ ଚେଷ୍ଟା କରୁଥିଲା ।
ଯାହା ରାଇମୋହନଙ୍କୁ ପସନ୍ଦ ନଥିବା ବେଳେ ପରିବାରର ଅନ୍ୟମାନଙ୍କର ଉକ୍ତ ଯୁବକଙ୍କ ସହ ଭଲ ସମ୍ପର୍କ ଥିଲା । ତେବେ ଏକଥାରୁ ନେଇ ରାଇମୋହନ ଆତ୍ମହତୟଆ କରିଛନ୍ତି ନା ଅନ୍ୟ କିଛି କାରଣ ରହିଛି ଏହାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।