“କଣ ପୁରା ବିଶ୍ଵ ଋଷିଆକୁ ଭୟ କରୁଛି”- ଗଣମାଧ୍ୟମ ଆଗରେ ଭାବବିହ୍ଵଳ ହେଇ Ukraine ରାଷ୍ଟ୍ରପତି ଜେଲେନସ୍କି କହିଲେ କିଛି ଏମିତି…

ୟୁକ୍ରେନକୁ ସାହାଯ୍ୟ କରିବାକୁ ଏବେବି କେହି ଆଗେଇ ଆସି ନାହାନ୍ତି । ଏହା କଣ ଦର୍ଶାଉଛି କି ସାରା ବିଶ୍ଵ ଋଷିଆକୁ ଭୟ କରୁଛନ୍ତି ? ଏନେଇ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଭାବବିହ୍ଵଳ ହୋଇ କହିଲେ, ଆମକୁ ବିଶ୍ଵ ଏକା କରିଦେଲା । ଲଗାତର ୟୁକ୍ରେନ ଉପରେ ମିଶାଇଲ ମାଡ କରିଚାଲିଛି ଋଷ । ଏହି ଯୁଦ୍ଧକୁ ନେଇ ଏବେ ସାରା ବିଶ୍ଵ ଚିନ୍ତାରେ ପଡିଯାଇଛନ୍ତି । ଆକ୍ରମଣ ଏତେ ଭୟଙ୍କର ରହିଛି ଯେ କେତେବେଳେ କାହାର ପ୍ରାଣ ଚାଲିଯିବ କହିବା ମୁସ୍କିଲ ।

ଏବେ ୟୁକ୍ରେନର ଅଧିକାଂଶ ଜଳୁଛି ଓ ଆକାଶ ଧୂଆଁ ଧୂଆଁ ହୋଇରହିଛି । ଆକ୍ରମଣରେ ଋଷ ଫୁରସତ ଦେଉନି । ୟୁକ୍ରେନ ରାଜଧାନୀ କିଭ ପାଖରେ ଥିବା ବିମାନବନ୍ଦରରେ ଅନ୍ଧାଧୁନ ମିଶାଇଲ ମାଡ କରୁଛି । ନିଜ ରାଷ୍ଟ୍ର ଉପରେ ଏହିପରି ମିଶାଇଲ ମାଡକୁ ବରଦାସ୍ତ କରିପାରୁ ନାହାନ୍ତି ରାଷ୍ଟ୍ରପତି ଜେଲେନସ୍କି । ଯୁଦ୍ଧ ବେଳେ ପୁରା ବିଶ୍ଵ ତାଙ୍କୁ ଏକା କରିଦେଲା ବୋଲି ସେ ଭାବବିହ୍ଵଳ ହୋଇ କହିଛନ୍ତି । ୟୁକ୍ରେନକୁ ସାହାଯ୍ୟ କରିବାକୁ କୌଣସି ଦେଶ ଆଗେଇ ଆସିଲେନି । ତା’ମାନେ ପୁରା ବିଶ୍ଵ ଋଷିଆକୁ ଭୟ କରୁଛି ।

ଏକଥା ୟୁକ୍ରେନ ରାଷ୍ଟ୍ରପତି ଗଣମାଧ୍ୟମକୁ ସମ୍ବୋଧନ କରି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି ଏବେ ନୁହେଁ ବରଂ ଆମ ଉପରେ ଆକ୍ରମଣ କରିବାକୁ ଋଷ ପୂର୍ବରୁ ପ୍ଳାନ କରିଥିଲା ଓ ଏକଥା ସାରା ବିଶ୍ଵକୁ ଜଣାଇଥିଲା । କିନ୍ତୁ କେହିବି ସାହାଯ୍ୟ କରୁନାହାନ୍ତି । ଋଷିଆ ସାମରିକ ଘାଟିକୁ ଆକ୍ରମଣ କରିବା ପରିବର୍ତ୍ତେ ଜନଗହଳି ପୂର୍ଣ୍ଣ ସ୍ଥାନକୁ ଆକ୍ରମଣ କରୁଛି ବୋଲି ଜେଲେନସ୍କି କହିଛନ୍ତି । ଋଷିଆର ଆକ୍ରମଣକୁ ସାମ୍ନା କରିପାରୁ ନଥିଲେ ମଧ୍ୟ ମୁଣ୍ଡ ନୁଆଁଇବାର ପ୍ରଶ୍ନ ଉଠୁନି ବୋଲି ୟୁକ୍ରେନ ସ୍ପଷ୍ଟ କରିଛି ।

ତେବେ ଆକ୍ରମଣର ସାମ୍ନା କରିପାରୁ ନଥିଲେ ମଧ୍ୟ ଋଷିଆକୁ କଡା ଜବାବ ଦେବାକୁ ଚେଷ୍ଟା କରୁଛି ୟୁକ୍ରେନ । ସେପଟେ ଆମେରିକା ମଧ୍ୟ ସାହାଯ୍ୟ କରିବାକୁ ଆଗେଇ ଆସୁନାହିଁ । ବାଇଡେନ ସ୍ପଷ୍ଟ କରିଛନ୍ତି ଯେ ଆମେରିକା ସୈନ୍ୟ ୟୁକ୍ରେନକୁ ଯିବେ ନାହିଁ । କିନ୍ତୁ ନାଟୋ ପାଇଁ ଲଢେଇ ଜାରି ରହିବ ବୋଲି ହ୍ଵାଇଟ ହାଉସ କହିଛି । ତେବେ ଋଷର ଆକ୍ରମଣରୁ ରକ୍ଷା ପାଇବା ପାଇଁ ୟୁକ୍ରେନରେ ବର୍ଷ ବର୍ଷ ଧରି ବୋମାରୁ ସୁରକ୍ଷା ଦେବା ଭଳି ଆଶ୍ରୟସ୍ଥଳ ତିଆରି କରାଯାଇଛି ।

ନିଶ୍ଚିତ ମୃତ୍ୟୁ ଓ ଯୁଦ୍ଧ ଭୟ ସମୟରେ ଏହା ନାଗରିକଙ୍କ ପାଇଁ ଢାଲ ଭଳି ଠିଆ ହୋଇଛି । ବର୍ତ୍ତମାନ ୟୁକ୍ରେନର ଦୋକାନ, ବାର୍, ମେଟ୍ରୋ ଷ୍ଟେସନ, ଅଣ୍ଡର ପାସ୍, କୋଲ୍ଡୱାର ନ୍ୟୁକ୍ଲିୟର ସେଲଟର ଏବଂ ଷ୍ଟ୍ରିଟ କ୍ଳବକୁ ଆଶ୍ରୟ ଗୃହରେ ପରିଣତ କରାଯାଇଛି । ଅଣ୍ଡରଗ୍ରାଉଣ୍ଡ ମେଟ୍ରୋଷ୍ଟେସନରେ ଆଶ୍ରୟ ନେବାକୁ ନାଗରିକ ମାନଙ୍କୁ କହିଛନ୍ତି ସେନାଧିକାରୀ । ତେବେ ଦେଖାଯାଉ କେବେ ସରୁଛି ଯୁଦ୍ଧ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।