ବାରମ୍ବାର ୟୁରିନ ଇନଫେକସନ ହେଉଛି କି ? କଣ ରହିଛି ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ଜାଣନ୍ତୁ Dr. Manas Ranjan Pradhan ଙ୍କ ଠାରୁ

ୟୁରିନ ଇନଫେକସନର ଅର୍ଥ ହେଉଛି ମୁତ୍ରମାର୍ଗ ସଂକ୍ରମଣ । କହିବାକୁ ଗଲେ ଆମ ଶରୀରରେ କିଡନୀର ଛାଣି ହୋଇ ପରିସ୍ରା ତିଆରି ହେବା ପରେ ବ୍ଳାଡରରେ ଆସି ଜମା ହୋଇଥାଏ । ଯାହାକୁ ପରିସ୍ରା ଥଳି ବି କୁହାଯାଏ । ସେଠୁ ଏକ ପାଇପ ମାଧ୍ୟମରେ ପରିସ୍ରା ବାହାରକୁ ଆସିଥାଏ । ତାକୁ ହିଁ ମୁତ୍ରମାର୍ଗ କୁହାଯାଏ । ଯଦି ବ୍ଳାଡର ମଧ୍ୟରେ ଜୀବାଣୁମାନେ ପଶି ସଂକ୍ରମଣ କରନ୍ତି ତେବେ ତାକୁ ୟୁରିନ ଇନଫେକସନ ବା ମୁତ୍ରମାର୍ଗ ସଂକ୍ରମଣ କହିଥାଉ । କିଡନୀ, କିଡନୀରୁ ଆରମ୍ଭ କରି ପାଇପ ଅଛି ୟୁରେଟର, ବ୍ଳାଡର ଓ ମୁତ୍ରମାର୍ଗ ।

ଏହି ୪ ଟି ସ୍ଥାନ ହେଉଛି ୟୁରିନ ସିଷ୍ଟମର ପାର୍ଟ । ଏହା ମଧ୍ୟରୁ ଯେ କୌଣସି ଜାଗାରେ ବି ଇନଫେକସନ ହେଲା ତାକୁ ୟୁରିନ ଇନଫେକସନ ବୋଲି କୁହାଯାଏ । ଆପଣ ୟୁରିନ ଇନଫେକସନ ଠାରୁ ଦୂରେଇ ରହିବାକୁ ହେଲେ ପ୍ରଥମେ ନିଜକୁ ସଫା ସୁତୁରା ରଖନ୍ତୁ ।

ବିଶେଷ କରି ମହିଳାମାନେ । ଯେଉଁମାନଙ୍କୁ ଅଧିକ ଇନଫେକସନ ହେଉଛି । ସବୁବେଳେ ଏହି କଥାକୁ ମନେ ରଖନ୍ତୁ କି ଅପରିଷ୍କାର ବାଥରୁମ ଓ ଅପରିଷ୍କାର ସ୍ଥାନରେ ପରିସ୍ରା କରିବା କଥା ନୁହେଁ । ଏହା ସହିତ ପୁରୁଷ ହେଉ କିମ୍ବା ମହିଳା ପ୍ରତି ୪ ରୁ ୬ ଘଣ୍ଟା ମଧ୍ୟରେ ନିଜର ଚଡି ବଦାଲନ୍ତୁ । ସେହି ଜାଗାରେ ଝାଳ ବୋହି ଥାଏ ଓ ସେହି ସବୁ ଜାଗା ଅପରିଷ୍କାର ଜାଗା । ତାହା ଯଦି ସବୁବେଳେ ଓଦା ହୋଇ ରହିବ ତେବେ ସେଠି ଜୀବାଣୁ ବଢିବେ ଓ ଇନଫେକସନ ବି ହବ ।

ତୃତୀୟ କଥା ହେଉଛି ମହିଳାମାନେ ପରିସ୍ରା ଜାଗାରେ ସାବୁନ ଲଗାନ୍ତୁ ନାହିଁ । ବିଭିନ୍ନ ପ୍ରକାରର ସାମ୍ପୁ ଆସୁଛି ସେହି ସବୁ ଜାଗାରେ ଲଗାଇବା ପାଇଁ, ସେହି ସବୁ ସାମ୍ପୁ ବ୍ୟବହାର କରନ୍ତୁ ।ଚତୁର୍ଥ କଥା ହେଉଛି ଶାରୀରିକ ସମ୍ପର୍କ କରିବା ପରେ ସବୁବେଳେ ୟୁରିନ ପାସ କରି ଶୋଇବା ଉଚିତ । କାରଣ ଶାରୀରିକ ସମ୍ପର୍କ ସମୟରେ କିଛି ଜୀବାଣୁ ପରିସ୍ରା ରାସ୍ତା ଦେଇ ଶରୀର ଭିତରକୁ ଚାଲି ଯାଆନ୍ତି । ସବୁବେଳେ ସଫା କରି ୟୁରିନ ପାସ କରି ଶୋଇବା ଉଚିତ ।

ଯଦି ଆପଣଙ୍କୁ ଡାଏବେଟିସ ଓ ବ୍ଲଡ ପ୍ରେସର ଅଛି ତେବେ ତାକୁ କଣ୍ଟ୍ରୋଲରେ ରଖନ୍ତୁ । ଆପଣ ସୁଷମ ଖାଦ୍ୟ ସେବନ କରିବା ଉଚିତ । ଭଲ ଖାଦ୍ୟ ଖାଇଲେ ଏହା ଆମର ୟୁରିନ ଇନଫେକସନକୁ କମ କରିବାରେ ସାହାର୍ଯ୍ୟ କରିଥାଏ । ଫଳ ଅଧିକ ଖାଆନ୍ତୁ, ବାହାର ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ । ସବୁଦିନ ଏକ୍ସରସାଇଜ କରନ୍ତୁ । ଏହି ସବୁ କରିଲେ ଆପଣ ୟୁରିନ ଇନଫେକସନ ଠାରୁ ଦୂରେଇ ରହି ପାରିବେ । ସବୁଦିନ ୩ ଲିଟର ପାଖାପାଖି ପାଣି ପିଅନ୍ତୁ । କମ ପାଣି ପିଇଲେ ୟୁରିନ ଇନଫେକସନର ଚାନ୍ସ ଅଧିକ ଥାଏ ।