ପୁଣି ଥରେ ଏମିତି ସମସ୍ତଙ୍କ ହୃଦୟ ଜିତିଲେ Dhoni, ଖୁସିରେ କାନ୍ଦି ପକାଇଲେ Bravo ଓ Duplessis

ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଶାନଦାର ମ୍ଯାଚ ଜିତିବା ପରେ ଭାବୁକ ହୋଇ ଯାଇଥିଲେ ଚେନ୍ନାଇ ଦଳର ଖେଳାଳିମାନେ । ବିଜୟର ଖୁସି ମନାଇବା ବେଳେ ଧୋନୀ ଖେଳାଳି ମାନଙ୍କ ସହ ପଡିଆରେ କିଛି କରିଥିଲେ କି ସମସ୍ତଙ୍କ ହୃଦୟ ଜିଣି ନେଇଥିଲେ । ତେବେ ଆଜି ଆମେ ଆପଣଙ୍କୁ ଧୋନୀ ଏବଂ ତାଙ୍କ ଟିମ ବାଙ୍ଗାଲୋର ବିପକ୍ଷରେ ବିଜଯ କେମିତି ମନାଇଲେ ତାହା ଦେଖାଇବୁ । ଆଇପିଏଲ ୨୦୨୧ର ୩୫ତମ ମ୍ଯାଚ ଦୁଇଟି ଶାନଦାର ଦଳ ମଧ୍ୟରେ ଖେଳା ଯାଇଥିଲା ।

ଶାରଜାହ ପଡିଆରେ ଏହି ସିଜନର ଏହା ପ୍ରଥମ ମ୍ଯାଚ ଥିଲା । ଯାହା ଚେନ୍ନାଇ (CSK) ଏବଂ ବାଙ୍ଗାଲୋର (RCB) ମଧ୍ୟରେ ଖେଳା ଯାଇଥିଲା । ଏହି ଦୁଇ ଦଳ ମଧ୍ୟରେ ଜବରଦସ୍ତ ମୁକାବିଲା ହେବା ନେଇ ପୂର୍ବରୁ ଅନୁଅମାନ କରାଯାଉଥିବା ବେଳେ ବାଲି ଝଡ ଯୋଗୁଁ ପ୍ରଥମରୁ ମ୍ଯାଚରେ ବାଧା ସୃଷ୍ଟି ହୋଇଥିଲା । ମ୍ଯାଚରେ ଧୋନୀ ଟସ୍ ଜିତି କୋହଲିଙ୍କ ଦଳକୁ ପ୍ରଥମ ବ୍ୟାଟିଂ କରିବାକୁ ଦେଇଥିଲେ ।

କୋହଲି ଏହି ମ୍ଯାଚରେ ଅର୍ଦ୍ଧଶତକ କରିଥିଲେ ଓ ପାଡିକଲ ମଧ୍ୟ ୭୦ ରନ୍ କରିଥିଲେ । କିନ୍ତୁ ସେମାନଙ୍କ ବ୍ଯତୀତ ଅନ୍ୟ କେଉଁ ଖେଳାଳି କିଛି ଖାସ୍ କମାଲ କରିପାରି ନଥିଲେ । ବାଙ୍ଗାଲୋର ଟିମ କଷ୍ଟେ ମଷ୍ଟେ ୧୫୬ ପର୍ଯ୍ୟନ୍ତ ସ୍କୋର କରିଥିଲେ । ଶାରଜାହ ଷ୍ଟାଡିୟମ ଛୋଟ ଅଟେ । ପୂର୍ବରୁ ଏଥିରେ ୨୦୦ ରନ୍ ଲକ୍ଷ୍ୟ ହାସଲ ହୋଇଛି । ଚେନ୍ନାଇ ପାଇଁ ୧୫୬ ରନ୍ ପୂରଣ କରିବା କୌଣସି ବଡ କଥା ଦେଖାଯାଉ ଥିଲା । କିନ୍ତୁ ଅଚାନକ ୟୁଜଭେନ୍ଦ୍ର ଚହଲ ଓ ହର୍ଷାଲ ପଟେଲଙ୍କ ବୋଲିଂରେ ଚେନ୍ନାଇର ଗୋଟିଏ ପରେ ଗୋଟିଏ ୱିକେଟ ଖସିବାକୁ ଲାଗିଲେ ।

ଋତୁରାଜ ଗାଇକୱାଡ ଡୁପ୍ଲେସିଙ୍କ ସହ ମିଶି ଟିମ ପାଇଁ ପ୍ରଥମରୁ ଭଲ ସ୍କୋର ହାସଲ କରିଥିଲେ । ସେମାନଙ୍କ ପରେ ମୋଇନ ଅଲ୍ଲୀ ଏବଂ ରାୟୁଡୁ ମଧ୍ୟ ଆସି ୨୦-୩୦ ଲେଖାଏଁ ରନ୍ କରିଥିଲେ । ସେମାନେ ଆଉଟ ହେବା ପରେ ଏବେ ମଇଦାନରେ ଧୋନୀ ଏବଂ ରାଇନା ଥିଲେ । ଅନେକ ସମୟ ପରେ ଏହି ଦୁଇ ଖେଳାଳିଙ୍କୁ ଏକାଠି ଖେଳୁଥିବାର ଦେଖିବାକୁ ମିଳିଥିଲା । ମ୍ଯାଚ ଏତେ ରୋମାଞ୍ଚକର ହୋଇ ସାରିଥିଲା ଯେ ବାଙ୍ଗାଲୋର ଏହି ମ୍ଯାଚରେ ନିଜ ବିଜୟ ପକ୍କା କରି ପାରିଥାନ୍ତା ।

କିନ୍ତୁ ଧୋନୀ ଆଉ ରାଇନାଙ୍କ ଯୋଗୁଁ ସେମାନଙ୍କ ଆଶା ଅଧୁରା ରହିଗଲା । ରାଇନା ଦୁଇଟି ଚଉକା ଏବଂ ଗୋଟିଏ ଛକା ମାରି ସ୍କୋର ଆଗକୁ ବଢାଇବା ସହ ଧୋନୀ ସହ ଦୁଇଟି ଚଉକା ମାରି ନିଜ ଟିମକୁ ୬ ୱିକେଟ ମଧ୍ୟରେ ଜିତାଇ ଦେଇଥିଲେ । ଜିତିବା ପରେ ଚେନ୍ନାଇ ଟିମ ଖେଳାଳି ମାନେ ଭାବୁକ ହୋଇ ଯାଇଥିଲେ । ମ୍ୟାନ ଅଫ ମ୍ଯାଚ ହେବା ପରେ ବ୍ରାଭୋ ଖୁବ ଭାବୁକ ହୋଇଥିଲେ ଓ ଏହି ବିଜୟ ଚେନ୍ନାଇ ଫ୍ୟାନ୍ସଙ୍କୁ ସମର୍ପିତ କରିଥିଲେ ।

ଅନ୍ୟ ଖେଳାଳିମାନେ ବିଜୟ ମନାଉଥିବା ବେଳେ ଧୋନୀଙ୍କୁ ଏହି ସମୟରେ ବାଙ୍ଗାଲୋର ଟିମର ଖେଳାଳିଙ୍କ ସହ ଦେଖିବାକୁ ମିଳିଥିଲା । ଧୋନୀଙ୍କ ଏହିଭଳି ଆଚରଣ ସମସ୍ତଙ୍କ ମନକୁ ଛୁଇଁଛି । ନିଜ ଦଳର ବିଜୟରେ ଖୁସି ହେବା ପରିବର୍ତ୍ତେ ସେ ବାଙ୍ଗାଲୋର ଖେଳାଳିଙ୍କୁ ଉପଦେଶ ଦେବାରେ ଲାଗିଥିଲେ । ଚେନ୍ନାଇ ଜିତୁ ବା ହାରୁ ମହେନ୍ଦ୍ର ସିଂ ଧୋନୀ ଏହିପ୍ରକାରେ ନିଜ ବିଜୟ ମନାନ୍ତି । ତେବେ ଚେନ୍ନାଇ ବର୍ତ୍ତମାନ ଟେବୁଲ ଟପ୍ପର ରହିଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।