ସରକାରୀ ଆମ୍ବୁଲାନ୍ସରେ ଦେଖନ୍ତୁ କଣ ଚାଲିଥିଲା ! ଏହି Video ଭାଇରାଲ ହେବା ପରେ ଖୋଲିଗଲା ପୋଲ୍

ସରକାରୀ ଆମ୍ବୁଲାନ୍ସକୁ ନେଇ ସମୟ ସମୟରେ ଅନେକ ଆଲୋଚନା ଏବଂ ସମାଲୋଚନା ପ୍ରସଙ୍ଗ ଉଠେ । କେଉଁଠି ଆମ୍ବୁଲାନ୍ସର ଅବହେଳା ଯୋଗୁଁ ରୋଗୀ ଠିକ ସମୟରେ ଡାକ୍ତର ଖାନାରେ ପହଞ୍ଚି ନ ପାରିବା ଘଟଣା ସାମନାକୁ ଆସିଲାଣି ତ ଆଉ କେଉଁଠି ରୋଗୀଙ୍କୁ ନେବାକୁ ମନା କରିଲାଣି । ତେବେ ବର୍ତ୍ତମାନ ଆଉ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଘଟଣାଟି ହେଉଛି ଉତ୍ତରପ୍ରଦେଶର ।

ସେଠାରେ ଆମ୍ବୁଲାନ୍ସକୁ ଏଭଳି କାର୍ଯ୍ୟରେ ବ୍ୟବହାର କରାଯାଉଛି ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଉତ୍ତରପ୍ରଦେଶର ଅମରୋହାରେ ଗୋଟିଏ ସରକାରୀ ଆମ୍ବୁଲାନ୍ସର ପୋଲ୍ ଖୋଲିବା ମାମଲା ସାମନାକୁ ଆସିଛି । କଥାଟି ହେଉଛି ସେଠାରେ ଏକ ସରକାରୀ ଆମ୍ବୁଲାନ୍ସରେ ପବ୍ଲିକ ବାହନ ଭଳି ଯାତ୍ରୀ ଚଢୁଥିବା ବେଳର ଲାଇଭ ଭିଡିଓ ଭା-ଇ-ରା-ଲ ହେଉଛି । ଏଥିରେ ଲୋକମାନେ ନିଜ ଜିନିଷପତ୍ର ଧରି ଆମ୍ବୁଲାନ୍ସରେ ବସୁଥିବା ଦେଖିବାକୁ ମିଳିଛି ।

ଏହି ଆମ୍ବୁଲାନ୍ସରେ କଜରୋଲାରୁ ଚାଁଦପୁର ରୋଡ ଧନୋରା ଆଡକୁ ଯିବା ପାଇଁ ପ୍ରସ୍ତୁତ ହୋଇ ଠିଆ ହୋଇଛି । ଏହି ଭିଡିଓ ଟି ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଭିଡିଓରେ ଆମ୍ବୁଲାନ୍ସର ନମ୍ବର ମଧ୍ୟ ସ୍ପଷ୍ଟ ଭାବେ ଦେଖାଯାଉଛି । ଏଥିରୁ ସହଜରେ ଜାଣି ହେବ ଆମ୍ବୁଲାନ୍ସ କେଉଁ ଜିଲ୍ଲାର ଓ ଏହାକୁ କେଉଁ ଇଲାକାର ରୋଗୀଙ୍କୁ ହସ୍ପିଟାଲ ଆଣିବା କାର୍ଯ୍ୟରେ ଲଗା ଯାଇଛି ।

ଦେଶରେ ରୋଗୀଙ୍କ ସେବାରେ ନିୟୋଜିତ ଆମ୍ବୁଲାନ୍ସରେ ଏହିଭଳି କାର୍ଯ୍ୟ କରାଯିବା ଅତ୍ୟନ୍ତ ନି-ନ୍ଦ-ନୀ-ୟ ଅଟେ । ଆମ୍ବୁଲାନ୍ସ ଅଭାବ ଯୋଗୁଁ ଅନେକ ଲୋକ ଠିକ ସମୟରେ ଡାକ୍ତର ଖାନାରେ ପହଞ୍ଚି ପାରନ୍ତିନି, ଆଉ ଏଠାରେ ଯାତ୍ରୀ ନେବା ଆଣିବା କାର୍ଯ୍ୟରେ ଆମ୍ବୁଲାନ୍ସ ବ୍ଯବହୃତ ହେଉଛି । ତେବେ ଏହି ମାମଲାରେ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗର ଅଫିସର ସଂପୂର୍ଣ୍ଣ ଭାବେ ମୁହଁ ବନ୍ଦ କରି ବସିଥିଲେ ।

କିନ୍ତୁ ସୋ-ସି-ଆ-ଲ ମି-ଡି-ଆ-ରେ ଏହା ଭା-ଇ-ରା-ଲ ହେବା ପରେ ଏବଂ ଲୋକମାନେ ଏହି ବିଷୟରେ ବାରମ୍ବାର କଥା ଉଠାଇବା ପରେ ଓ ମି-ଡି-ଆ ମଧ୍ୟ ଆମ୍ବୁଲାନ୍ସର ଏହିଭଳି କାର୍ଯ୍ୟରେ ଦଖଲ ଦେବା ପରେ ବର୍ତ୍ତମାନ ଜିଲ୍ଲାରମୁଖ୍ୟ ଚିକିତ୍ସା ଅଧିକାରୀ ଏହି ମାମଲାର ଯାଞ୍ଚ କରାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରୁଥିବାର ଶୁଣିବାକୁ ମିଳୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍କୁ ଲାଇକ କରନ୍ତୁ ।