ପୁଣି ଥରେ ଭାରତର ଶକ୍ତି ଦେଖିଲା ସାରା ଦୁନିଆ, ନିଜ ରେକର୍ଡ ଭାଙ୍ଗି ପୁଣି ଥରେ ଚର୍ଚ୍ଚାରେ PM Narendra Modi, ପୁରା ଦୁନିଆ ଆଶ୍ଚର୍ଯ୍ୟ !

ଯୁଦ୍ଧ ବେଳେ ଦୁନିଆର ଅନେକ ଦେଶ ଏବଂ ନେତା ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି । ଏପରି ସମୟରେ ପୁଣି ଥରେ ଦୁନିଆର ସବୁଠୁ ଲୋକପ୍ରିୟ ନେତା ମାନନକର ଲିଷ୍ଟ ସାମ୍ନାକୁ ଆସିଛି । ଆଉ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଦୁନିଆର ଥରେ ସବୁଠାରୁ ଲୋକପ୍ରିୟ ନେତାଙ୍କ ଲିଷ୍ଟରେ ଟପ୍ ରେ ଅଛନ୍ତି । ପିଏମ ମୋଦୀ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟିଶ ପିଏମ ବୋରିସ ଜନସନ ଭଳି ନେତାମାନଙ୍କୁ ଏହି ମାମଲାରେ ପଛରେ ପକାଇ ଦେଇଛନ୍ତି ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଲୋକପ୍ରିୟତାରେ ପିଏମ ମୋଦୀ ନିଜର ହିଁ ରେକର୍ଡ ଭାଙ୍ଗି ଦେଇଛନ୍ତି । ଆମେରିକାନ ଡେଟା ଇଣ୍ଟେଲିଜେନ୍ସ କମ୍ପାନୀ “ଦି ମର୍ଣ୍ଣିଂ କନସଲ୍ଟ” ର ସର୍ଭେରେ ପିଏମ ମୋଦୀ ଦୁନିଆର ସର୍ବ ଶ୍ରେଷ୍ଠ ୧୨ଜଣ ନେତାଙ୍କୁ ପଛରେ ପକାଇ ୭୭ ପ୍ରତିଶତ ରେଟିଂ ସହ ନମ୍ବର.୧ ରେ ଅଛନ୍ତି । ଆପଣଙ୍କୁ ମନେପକାଇ ଦେଉଛୁ ଯେ ପୂର୍ବ ସର୍ଭେରେ ମଧ୍ୟ ପିଏମ ମୋଦୀ ଟପ୍ ରେ ଥିଲେ । କିନ୍ତୁ ତାଙ୍କ ରେଟିଂ ସେତେବେଳେ ୭୧ ପ୍ରତିଶତ ଥିଲା, ଯାହା ଏବେ ବୃଦ୍ଧି ପାଇ ୭୭ ପ୍ରତିଶତ ହୋଇଯାଇଛି ।

ପିଏମ ମୋଦୀଙ୍କ ଲୋକପ୍ରିୟତା ତ ସାରା ଦୁନିଆକୁ ଜଣା । କିନ୍ତୁ ୟୁକ୍ରେନ ଓ ଋଷ ଯୁଦ୍ଧ ସମୟରେ ପିଏମ ମୋଦୀଙ୍କ ଶକ୍ତି ମଧ୍ୟ ପୁରା ଦୁନିଆ ଦେଖି ସାରିଛି । ଯୁଦ୍ଧ ଲଢୁଥିବା ୟୁକ୍ରେନ ଓ ଋଷ ଦୁଇ ଦେଶ ପିଏମ ମୋଦୀଙ୍କ ସହ କଥା ହେବାକୁ ଆଗଭର ହେଉଛନ୍ତି ଏଥିରୁ ହିଁ ପିଏମ ମୋଦୀଙ୍କ ଲୋକପ୍ରିୟତା ଓ ଶକ୍ତି କେତେ ତାହା ସ୍ପଷ୍ଟ ହେଉଛି । ଯୁଦ୍ଧ ମଧ୍ୟରେ ଋଷ ରାଷ୍ଟ୍ରପତି ପୁଟିନ ୩ ଥର ଓ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ୨ ଥର ପିଏମ ମୋଦୀଙ୍କ ସହ କଥା ହୋଇ ସାରିଲେଣି ।

ଯୁଦ୍ଧ ଆରମ୍ଭରୁ ହିଁ ଭାରତ କହି ଆସୁଛି କି କେବଳ କୂଟନୈତିକ ଆଲୋଚନାରୁ ହିଁ ଏହା ସମାଧାନ ହୋଇପାରିବ । ଭାରତ ଏହି ମାମଲାରେ ସର୍ବଦା ନିରପେକ୍ଷ ରହି ଆସିଛି । ଫ୍ରାନ୍ସ ଓ ଜର୍ମାନୀ ଭଳି ପ୍ରମୁଖ ନାଟୋ ଦେଶ ମଧ୍ୟ ଭାରତର ଏପରି ନୀତିକୁ ଖୁବ ପ୍ରଶଂସା କରିଛନ୍ତି । ପିଏମ ମୋଦୀଙ୍କ ନେତୃତ୍ଵରେ ଭାରତ ଆମେରିକାର ଚେତାବନୀକୁ ମଧ୍ୟ ଭୟ କରୁନାହିଁ । ଋଷ ଉପରେ ଆମେରିକା ସମେତ ଅନ୍ୟ ଦେଶଗୁଡିକ ପ୍ରତିବନ୍ଧନ ଲଗାଇଥିବା ବେଳେ ଆମେରିକା ଭାରତକୁ ମଧ୍ୟ ଏନେଇ ଚେତାବନୀ ଦେଇ ସାରିଛି ।

କିନ୍ତୁ ସମସ୍ତ କଟକଣା ସତ୍ତ୍ୱେ ଭାରତ ଋଷ ଠାରୁ ଶସ୍ତାରେ ଅଶୌଧିତ ତୈଳ କିଣି ସାରିଛି । ଭାରତ ସ୍ପଷ୍ଟ କରି ସାରିଛି ଯେ ଉଭୟ ଆମେରିକା ଓ ଋଷ ସହ ତା’ର ରାଜନୈତିକ ସମ୍ବନ୍ଧ ଭଲ ରହିଛି । ତେଣୁ ଭାରତ ଗୋଟିଏ ଦେଶ ପାଇଁ ଅନ୍ୟ ଦେଶ ସହ ଶତ୍ରୁତା ଭାବ ରଖିବ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।