ପୁଣି ଥରେ ବଡ ଭୂମିକମ୍ପ ଝଟକା ! ତୁର୍କୀ ଓ ସିରିଆ ପରେ ଏବେ ଏହି ଦେଶ ଦେଖିଲା ଭୟଙ୍କର ଭୂକମ୍ପ ! ଦେଖନ୍ତୁ ରିପୋର୍ଟ

ଗତ କିଛିଦିନ ମଧ୍ୟରେ ତୁର୍କୀରେ ଲଗାତାର ଦୁଇଟି ବଡ ବଡ ଭୂମିକମ୍ପ ଝଟକା ଦେଖିବାକୁ ମିଳିଛି । ଏଥିରେ ହଜାର ହଜାର ଲୋକ ପ୍ରାଣ ହରାଇବା ସହ ଅନେକ ଆହତ ହୋଇ ଚିକିତ୍ସତ ଅବସ୍ଥାରେ ଅଛନ୍ତି । ଅନେକ ଲୋକଙ୍କ ଜୀବନ ବଞ୍ଚି ଯାଇଥିଲେ ମଧ୍ୟ ଭୂମିକମ୍ପ ଯୋଗୁଁ ସେମାନେ ବାସହରା ହୋଇ ସର୍ବସ୍ଵାନ୍ତ ହୋଇ ଯାଇଛନ୍ତି । ତୁର୍କୀରୁ ଭୂମିକମ୍ପ ପରର ଯେଉଁ ଦୃଶ୍ୟ ସାମ୍ନାକୁ ଆସିଛି ତାହା ସମଗ୍ର ବିଶ୍ଵବାସୀଙ୍କୁ ଆତଙ୍କିତ କରୁଛି ।

ସେହି ଭୂମିକମ୍ପର ଭୟ ମନରୁ ଯାଇ ନଥିବା ବେଳେ ଏବେ ପୁଣି ଥରେ ଭୂମିକମ୍ପର ଝଟକା ଦେଖିବାକୁ ମିଳିଛି । କିନ୍ତୁ ଏଥର ଚୀନ ଏବଂ ତାଜିକିସ୍ତାନରେ ଭୂକମ୍ପ ଦେଖାଦେଇଛି । ଚୀନର ଜିଜିଆଙ୍ଗ କ୍ଷେତ୍ରରେ ଏବଂ ତାଜିକିସ୍ତାନ ସୀମା ପାଖାପାଖି ଆଜି ସକାଳୁ ସକାଳୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଏହି ଭୂକମ୍ପର ତୀବ୍ରତା ରେକ୍ଟର ସ୍କେଲରେ 7.3 ଥିଲା ବୋଲି କୁହାଯାଉଛି । ଯାହାକି ଖୁବ ଅଧିକ ଏବଂ ସେଠାକାର ଲୋକେ ଏବେବି ଭୟଭୀତ ଥିବା ଜଣାପଡିଛି ।

ତେବେ ଏତେ ଅଧିକ ତୀବ୍ରତାର ଭୂମିକମ୍ପରେ ଅନେକ ଧନଜୀବନ କ୍ଷତି ହୋଇଥିବା ନେଇ ଅନୁମାନ କରା ଯାଉଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କ୍ଷୟକ୍ଷତିର ସଠିକ ଆକଳନ ସାମ୍ନାକୁ ଆସିନାହିଁ । ହେଲେ ଭୂମିକମ୍ପର ନାଁ ଶୁଣିବା ମାତ୍ରେ ତୁର୍କୀ ଏବଂ ସିରିଆରେ ହୋଇଥିବା ସେହି ଭୟଙ୍କର ଭୂମିକମ୍ପର ଚିତ୍ର ଆଖି ଆଗକୁ ଆସିଯାଉଛି ।

ଭୟଙ୍କର ଭୂମିକମ୍ପ ଯୋଗୁଁ ଉକ୍ତ ଅଞ୍ଚଳ ମାନଙ୍କରେ ଏବେ ଯାଏଁ ପ୍ରାୟ 46 ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇ ସାରିଥିବା କୁହାଯାଉଛି । ଖାଲି ସେତିକି ନୁହେଁ ବରଂ ଏବେବି ଅନେକ ଲୋକ ଧ୍ଵଂସାବଶେଷ ତଳେ ଛାପି ହୋଇ ରହିଛନ୍ତି । ଫଳରେ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି । ହେଲେ ଏହାରି ଭିତରେ ପୁଣି ଥରେ ପଡୋଶୀ ଚୀନ ଏବଂ ତାଜିକିସ୍ତାନରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିବା ସୂଚନା ସାମ୍ନାକୁ ଆସିଛି ।

ପ୍ରାରମ୍ଭିକ ସ୍ଥିତିର ଆକଳନ ଅନୁଯାୟୀ ସେଠାରେ ହୋଇଥିବା ଭୂମିକମ୍ପର ତୀବ୍ରତା 7.3 ରହିଛି ଏବଂ ଖୁବ ଶୀଘ୍ର କ୍ଷୟକ୍ଷତିର ରିପୋର୍ଟ ସାମ୍ନାକୁ ଆସିବ । ପୃଥିବୀର ବିଭିନ୍ନ ଭାଗରେ ଲଗାତାର ଭୂମିକମ୍ପ ହେବା ଘଟଣା ଏବେ ସାରା ବିଶ୍ଵବାସୀଙ୍କ ପାଇଁ ଚିନ୍ତାର ବିଷୟ ସାଜିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।