ପୁଣି ଓଡିଶା ମୁହାଁ ହେଉଛି ବାତ୍ୟା ! ସତର୍କ କରାଇଲେ ପାଣିପାଗ ବିଭାଗ… ଦେଖନ୍ତୁ କଣ ସମ୍ପୂର୍ଣ୍ଣ ଖବର

ପୁଣି ଥରେ ଓଡିଶାକୁ ଘାରିଲାଣି ବାତ୍ୟା ଭୟ । ମାର୍ଚ୍ଚ ମାସରେ ମାଡି ଆସୁଛି ଆଉ ଏକ ବାତ୍ୟା । ଉପକୂଳରେ ଏହା ଗତିପଥ ପରିବର୍ତ୍ତନ କରିପାରେ ବୋଲି ଅନୁମାନ କରାଯାଉଛି । ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଯାହା ଫଳରେ ଓଡିଶାକୁ ପୁଣି ଥରେ ବାତ୍ୟା ଆସିପାରେ ବୋଲି ଅନୁମାନ କରାଯାଉଛି । ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଯୋଗୁଁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭାରତ ମହାସାଗର ଓ ଦକ୍ଷିଣ- ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି ।

ଆଉ ଏହି ସୂଚନା ପ୍ରକାଶ ପାଇବା ମାତ୍ରେ ଉପକୂଳ ବାସିନ୍ଦା ଲୋକଙ୍କ ମନରେ ପୁଣି ଥରେ ଶଙ୍କା ପଶି ଯାଇଛି । କାରଣ ଗତ କିଛି ବର୍ଷ ଧରି ବାରମ୍ବାର ଓଡିଶା ଉପକୂଳ ମୁହଁ ହେଉଛି ବାତ୍ୟା । ଆଉ ଥରେ ବାତ୍ୟା ଆସିଲେ ଓଡିଶାର କେତେ କ୍ଷତି ହେଉଛି ତାହା ସମସ୍ତଙ୍କୁ ଜଣା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆସନ୍ତା ମାର୍ଚ୍ଚ ୨୨ ତାରିଖରେ ଏହି ଘୂର୍ଣ୍ଣିବଳୟ ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଜ୍ଞାନୀ ମାନେ କହୁଛନ୍ତି ।

ହେଲେ ଆଶ୍ବସ୍ତିକର କଥା ଏହା ଯେ, ଏହି ବାତ୍ୟା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଓଡିଶା ଉପକୂଳ ଠାରୁ ଦୁଇ ଶହ କିଲୋମିଟର ଦୂରରେ ଏହା ଗତିପଥ ପରିବର୍ତ୍ତନ କରିବ । କିନ୍ତୁ ଏହି ବାତ୍ୟା ଯେଉଁ ଗତିପଥ ପରିବର୍ତ୍ତନ କରିବ କେଉଁଠାକୁ ତାହା ପରିବର୍ତ୍ତନ ହେବ ସେନେଇ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ ।

ପାଣିପାଗ ବିଭାଗର ସୂଚନା ଅନୁସାରେ ଗତିପଥ ପରିବର୍ତ୍ତନ କରିବା ପରେ ଏହା ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ବାଂଲାଦେଶରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଆକଳନ କରାଯାଉଛି । ଏହାର ପ୍ରଭାବରେ ଉପକୂଳ ଓଡିଶାରେ ପାଗ ମେଘୁଆ ରହିବା ସହ ସ୍ଥାନେ ସ୍ଥାନେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । କିନ୍ତୁ ଆଭ୍ଯନ୍ତରୀଣ ଓଡିଶାରେ ଗ୍ରୀଷ୍ମ ପ୍ରଭାବ ଜାରି ରହିବ ।

ତେବେ ବର୍ତ୍ତମାନ ସୁଦ୍ଧା ପାଣିପାଗ ବିଭାଗ ବାତ୍ୟା ହେବ ବୋଲି କୌଣସି ସ୍ପଷ୍ଟ ସୂଚନା ଦେଇ ନଥିବା ବେଳେ ସୋ-ସି-ଆ-ଲ ମି-ଡି-ଆ-ରେ ବାତ୍ୟାକୁ ନେଇ ବେଶ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କିନ୍ତୁ ବାତ୍ୟା କେଉଁଠି ହେବ କେବେ ହେବ ଓ ଏହାର ପ୍ରଭାବ କେତେ ରହିବ ସେନେଇ ପାଣିପାଗ ବିଭାଗ ଆଗକୁ ସୂଚନା ଦିଆଯିବ ବୋଲି କୁହାଯାଇଛି । ଆପଣ ବାତ୍ୟାକୁ ନେଇ କୌଣସି ଗୁଜବ ଉପରେ ବିଶ୍ବାସ ନକରି ପାଣିପାଗ ବିଭାଗର ତଥ୍ୟ ଉପରେ ହିଁ ବିଶ୍ବାସ କରନ୍ତୁ ।