ପୁଣି ମାଡି ଆସୁଛି ଆଉ ଏକ ବାତ୍ୟା, ସତର୍କ କରେଇଲା ପାଣିପାଗ ବିଭାଗ

ବାତ୍ୟା ଗୁଲାବ ଯିବା ପରେ ପୁଣି ଦାନା ବାନ୍ଧୁଛି ଆଉ ଏକ ଘୂର୍ଣ୍ଣି ବାତ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟର ପୋଟାଙ୍ଗିରେ ସବୁ ଠାରୁ ଅଧିକ ବର୍ଷା ତଥା ୧୪୮.୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବିଶେଷ କରି କୋରାପୁଟ ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ସୂଚନା ଦେଇଛନ୍ତି ପାଣିପାଗ ବିଭାଗ । ବଙ୍ଗୋପସାଗରର ପୂର୍ବ ଏବଂ କେନ୍ଦ୍ରୀୟ ଅଞ୍ଚଳ ତଥା ବାଂଲାଦେଶ – ମିଆଁମାର ଅଞ୍ଚଳରେ ପୁଣି ଏକ ଘୂର୍ଣ୍ଣିବଳୟ ଦାନା ବାନ୍ଧୁଥିବା ନେଇ ସୂଚନା ଦେଇଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଏହି ଘୂର୍ଣ୍ଣି ବାତ୍ୟା ପ୍ରଭାବରେ ଆଜି ରାଜ୍ୟର ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେଗୁଡିକ ହେଲେ:- କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ ଓ ଜଗତସିଂପୁର । ଆଜି ଏହି ସମସ୍ତ ଜିଲ୍ଲାର କେତେକ ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ଏହାସହ ଆସନ୍ତା ଦୁଇ ଦିନ ଏହି ଜିଲ୍ଲା ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା କରାଯାଉଛି ।

ଆସନ୍ତା କାଲି ଠାରୁ ତଥା ୨୯ ଏବଂ ୩୦ ତାରିଖରେ ରାଜ୍ୟର ଉତ୍ତର ଭାଗରେ ଥିବା ଜିଲ୍ଲା ଏବଂ ଆଭ୍ଯନ୍ତରୀଣ ଓଡିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ଘୂର୍ଣ୍ଣି ବାତ୍ୟା ପଶ୍ଚିମବଙ୍ଗ ଉପକୂଳ ଆଡେ ମୁହାଁଇବ ବୋଲି ସୂଚନା ମିଳିଛି । ତେବେ ଏହି ସମୟରେ ଓଡିଶାର କିଛି ଜିଲ୍ଲା ଉପରେ ମଧ୍ୟ ଏହାର ପ୍ରଭାବ ପଡିବ ଏବଂ ଏଥିପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଶଙ୍କା କରାଯାଉଛି ।

କିଛି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ମଧ୍ୟ ସୁଚାଇ ଦେଇଛନ୍ତି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଆସନ୍ତା ୩୦ ତାରିଖ ପରେ ପାଗ ସ୍ଵାଭାବିକ ହେବ ଏବଂ ଏହାପରେ ମଧ୍ୟ ବଙ୍ଗୋପସାଗରରେ ଏକାଧିକ ଘୂର୍ଣ୍ଣିବଳୟ ବା ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି । କାରଣ ଏଥିପାଇଁ ଆସନ୍ତା ସୁଇ ସପ୍ତାହ ଧରି ବଙ୍ଗୋପସାଗରରେ ପାଗ ଉପକୂଳ ଥିବା ନଜର ଆସୁଛି ।

ଯାହାଫଳରେ ଆହୁରି କେତେକେ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବା ନେଇ ଆଶଙ୍କା କରୁଛି ପାଣିପାଗ ବିଭାଗ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।