Heavy Rain Alert: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଧିକ ସକ୍ରିୟ ହେଉଛି ଘୂର୍ଣ୍ଣିବଳୟ, କାଲି ଠୁ ପ୍ରବଳ ବର୍ଷିବ, ଏହି ଜିଲ୍ଲାଗୁଡିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଆସନ୍ତା କାଲି ଠାରୁ ପ୍ରବଳ ବର୍ଷିବ । ଉତ୍ତର ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବାଂଲାଦେଶ ଉପକୂଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି ଓ ଏହା ପଶ୍ଚିମବଙ୍ଗ ଉପକୂଳ ଆଡକୁ ଗତି କରିବା । ଏହାର ପ୍ରଭାବରେ ଆସନ୍ତା ସେପ୍ଟେମ୍ବର ୨୯ ଓ ୩୦ ତାରିଖରେ ରାଜ୍ୟର କେତେକେ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେବେ ଉତ୍ତର ଓଡିଶା ଉପରେ ଏହାର ଅଧିକ ପ୍ରଭାବ ପଡିବ ।

ଆଜି କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ ଓ ଜଗତସିଂପୁର ଆଦି ୯ଟି ଜିଲ୍ଲାର କେତେକେ ସ୍ଥାନରେ ଘଡଘଡି ସହ ବର୍ଷା ହୋଇପାରେ । ସେଥିପାଇଁ ଏହି ସମସ୍ତ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପକ୍ଷରେ ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ଚଳିତ ସେପ୍ଟେମ୍ବର ମାସରେ ସ୍ଵାଭାବିକ ଠାରୁ ପ୍ରାୟ ୭୦ ପ୍ରତିଶତ ଅଧିକ ବର୍ଷା ହୋଇଛି ।

ବର୍ତ୍ତମାନ ପାଣିପାଗ ଅନୁକୂଳ ଥିବାରୁ ବଙ୍ଗୋପସାଗରରେ ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ଏକାଧିକ ଲଘୁଚାପ କ୍ଷେତ୍ର ପାଇଁ ବାତାବରଣ ସୃଷ୍ଟି ହେବା ସମ୍ଭାବନା ରହିଛି । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ହେଉଥିବା ଏହି ଘୂର୍ଣ୍ଣିବଳୟ ବାଂଲାଦେଶରୁ ପଶ୍ଚିମବଙ୍ଗ ମୁହାଁ ହେଉଛି । ଆଉ ଏହି ସମୟରେ ଉତ୍ତର ଓଡିଶା ଏବଂ ଆଭ୍ଯନ୍ତରୀଣ ଓଡିଶାର କିଛି ଜିଲ୍ଲାରେ ମଧ୍ୟ ଏହାର ଖୁବ ପ୍ରଭାବ ପଡିବ । ଏଥିପାଇଁ ଆସନ୍ତା ୨୯ ଏବଂ ୩୦ ତାରିଖରେ ପ୍ରବଳ ବର୍ଷା ଆଶଙ୍କା କରୁଛନ୍ତି ।

ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ । ଘୂର୍ଣ୍ଣିବଳୟ ପ୍ରଭାବରେ ଝାରସୁଗୁଡା ଏବଂ ବରଗଡ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟ ବର୍ଷା ସମ୍ଭାବନା ରହିଛି । ଆସନ୍ତା ଦୁଇ ଦିନ ଧରି ଉତ୍ତର ଓଡିଶାରେ ଏହାର ପ୍ରବଳ ପ୍ରଭାବ ପଡିବା ସହ ଧୀରେ ଧୀରେ ଆଭ୍ଯନ୍ତରୀଣ ଓଡିଶା ହୋଇ ଝାଡଖଣ୍ଡ ମୁହାଁ ହେବ । ତା’ପରେ ଅର୍ଥାତ ଆସନ୍ତା ୩୦ ତାରିଖ ପରେ ପାଗ ସ୍ଵାଭାବିକ ହେବାର ସମ୍ଭାବନା ରହିଛି ।

ଗତ ଜୁଲାଇ ଏବଂ ଅଗଷ୍ଟ ମାସରେ ମୌସୁମୀର ପ୍ରଭାବ ଦୁର୍ବଳ ରହିଥିବା ହେତୁ ସେତେ ଅଧିକ ବର୍ଷା ହୋଇ ନଥିଲା । କିନ୍ତୁ ଏହି ସେପ୍ଟେମ୍ବର ମାସରେ କ୍ରମାଗତ ଭାବେ ବର୍ଷାର ପ୍ରଭାବ ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।