ପୁଣି ଥରେ କୋକୋକୁ ନେଇ ଜୋର ଧରିଲା ଚର୍ଚ୍ଚା, କାହିଁକି ମିଛ କହିଲା ବନ ବିଭାଗ ? ପ୍ରକୃତ Coco ଏବେ କେଉଁଠି ?

ପୁଣି ଥରେ ଚର୍ଚ୍ଚାକୁ ଆସିଛି କୋକୋ । ଆପଣ ଜାଣି ସାରିଥିବେ କି ଆମେ ନିଖୋଜ ହୋଇଥିବା ଶୁଆ ବିଷୟରେ କହୁଛୁ । ଗତ ଜାନୁୟାରୀ ୫ ତାରିଖରେ କୋକୋ ହଠାତ ନିଖୋଜ ହୋଇ ଯାଇଥିଲା । ତାକୁ ଅନେକ ଖୋଜାଖୋଜି କରିବା ପରେ ବି ସେ ମିଳି ନଥିଲା । ତା’ର ମାଲିକାଣୀ ସସ୍ମିତା କୋକୋକୁ ନପାଇ ପାଗଳ ପ୍ରାୟ ହୋଇ ଯାଇଥିଲେ । କୋକୋକୁ ଖୋଜିବା ପାଇଁ ଡିଜିଟାଲ ପ୍ଲାଟଫର୍ମ ଠାରୁ ନେଇ ନ୍ଯୁଜପେପର ପର୍ଯ୍ୟନ୍ତ ସବୁଥି ବିଜ୍ଞାପନ ଦିଆ ଯାଇଥିଲା । ଆଉ ପାଞ୍ଚ ହଜାର ପୁରସ୍କାର ମଧ୍ୟ ଘୋଷଣା ହୋଇଥିଲା ।

୧୮ ଜାନୁୟାରୀ ଦିନ ୧୧ଟା ବେଳକୁ କୋକୋ ମିଳିଥିବା ନେଇ ଖବର ସାମ୍ନାକୁ ଆସିଥିଲା । ଭୁବନେଶ୍ବର କେଶୁରା ନିକଟସ୍ଥ କୁଆଖାଇ ନଦୀକୂଳରୁ କୋକୋ ମିଳିଥିବା ନେଇ ସସ୍ମିତା କହିଥିଲେ । ଆଉ ଏହାପରେ ସସ୍ମିତା ବନ୍ୟପ୍ରାଣୀ ନିୟମ ଉଲ୍ଲଂଘନ କରିଥିବା ନେଇ ତାଙ୍କ ଘରେ ଚଢାଉ ହେଲା । ଆଉ କୋକୋକୁ ବନବିଭାଗ ନେବ ବୋଲି ନିଷ୍ପତ୍ତି ହେଲା । ପ୍ରଥମେ ଏହାକୁ ସହଜରେ ଗ୍ରହଣ କରି ନଥିଲେ ସସ୍ମିତା । କିନ୍ତୁ ବନବିଭାଗ କର୍ମଚାରୀ ମାନେ ବୁଝାସୁଝା କରିବା ପରେ ସେ ରାଜି ହୋଇଥିଲେ ।

ଶେଷରେ ପିଞ୍ଜରାରେ କୋକୋକୁ ନେଇ ଯାଇଥିଲା ବନବିଭାଗ । କିନ୍ତୁ ପେପରଠୁ ଆରମ୍ଭ କରି ସୋ-ସି-ଆ-ଲ ମି-ଡି-ଆ-ରେ ପ୍ରସାରିତ ହୋଇଥିବା କୋକୋର ଫଟୋ ଏବଂ ଭିଡିଓ, ବନବିଭାଗ କୋକୋ ବୋଲି କହୁଥିବା ଶୁଆ ସହ ମେଳ ଖାଉ ନାହିଁ । ଯାହା ଆପଣ ଏହି ଦୁଇଟି ଫଟୋ ଭଲରେ ଦେଖିଲେ ଜାଣିପାରିବେ । ଯଦି ବନବିଭାଗର କଥା ଠିକ ତେବେ ଏହି ଶୁଆ କାହାର ?

ଯଦି ବନବିଭାଗ ଧରିଥିବା ଶୁଆ କୋକୋ ନୁହେଁ ତେବେ ପ୍ରକୃତରେ କୋକୋ ବର୍ତ୍ତମାନ କେଉଁଠି ଅଛି ? କୋକୋ କାହା ପାଖରେ ଅଛି ଆଉ ତାକୁ ନେଇ ଲୋକଙ୍କୁ କାହିଁକି ଭୁଆଁ ବୁଲାଗଲା ? ଆଉ ଏଥିପାଇଁ କିଏ ଦାୟୀ ? ସେହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି । କିନ୍ତୁ ଏହି ଦ୍ଵନ୍ଦକୁ ନେଇ ମୁହଁ ଖୋଲିଛନ୍ତି ସ୍ନେକ ହେଲ୍ପଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ । ସେ କହୁଛନ୍ତି କି ଏହି ଦୁଇଟି ଶୁଆ ମଧ୍ୟରେ ଯଥେଷ୍ଟ ଫରକ ରହିଛି ।

ବନବିଭାଗ କୋକୋ ବୋଲି କହି ନେଇଥିବା ଶୁଆଟି ସସ୍ମିତା ଦେଖାଇଥିବା ଶୁଆ କୋକୋ ନୁହେଁ ବୋଲି ସେ ସ୍ପଷ୍ଟ କହିଛନ୍ତି । ତେବେ ଏନେଇ କାହିଁକି ମିଛ କୁହାଗଲା ଓ ଏଥିରେ କାହାର ହାତ ରହିଛି, ସେନେଇ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ଦେଖିବାକୀ ବାକି ରହିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।