ପୁଣି ଅଭିନେତା ଅମ୍ଳାନ ଦାସ ଙ୍କ ପରିବାରରେ ଦୁଃଖ । ଲୋକେ କହୁଛନ୍ତି କେତେ ଦୁଃଖ ଦେବୁରେ କାଳିଆ ।

ନମସ୍କାର ବନ୍ଧୁଗଣ । ଓଡିଆ ଅଭିନେତା ଅମ୍ଳାନ ଙ୍କ ଜୀବନରେ ପୁଣି ଆଉ ଏକ ବଡ ଦୁଃଖ ଘଟି ଯାଇଛି । ବାପା, ମା, ଭାଇ ଙ୍କୁ ହରାଇ ଥିବା ଅମ୍ଳାନ ଏବେ ପୁଣି ଜଣେ ନିଜ ଲୋକଙ୍କୁ ହରାଇଛନ୍ତି । ଆଉ ଅମ୍ଳାନ ଙ୍କୁ ଆକଟ କରିବାକୁ କେହି ବି ନାହାନ୍ତି । ପଦେ ଟାଣ କଥା କହିବାକୁ ବି କେହି ରହିଲେ ନାହିଁ । କଥାରେ ଅଛି ତ ଦୁଃଖ ଯେବେ ଆସେ ଏମିତି ଆସେ । କାହା ଜୀବନରେ କଣ ଘଟିଛି ସେ ହିଁ ଜାଣିଛି ।

କିଏ କଣ ଜୀବନରେ ହରେଇଛି ସେ ହିଁ ଜାଣିଛି । ଏଇ ଏବେ ଏବେ ଅମ୍ଳାନ ଙ୍କର ସିନେମା “ମାଲ୍ୟଗିରି” ସୁପର ହିଟ ହୋଇଥିଲା । ସଉ ଦୁଃଖ କୁ ପାସୋରି ଯାଇଥିଲେ ଅଭିନେତା ଅମ୍ଳାନ । ଆଉ ସୁଖ ଖୋଜିବାକୁ ଲାଗିଥିଲେ । ଆଉ ଠିକ ଏହି ସମୟରେ ଏକ ବଡ ଖବର ଆସିଲା ଯାହା ଜାଣିଆବ ଅମ୍ଳାନ ସ୍ତବ୍ଧ ହୋଇଗଲେ । ଖବର ଟି ହେଉଛି ଅମ୍ଳାନ ଙ୍କ ଆଈ ଆଉ ନାହାନ୍ତି ।

ଅମ୍ଳାନ ଓ ତାଙ୍କ ସାନ ଭାଇ ଅକ୍ଲାନ୍ତ ଯେବେ ଛୋଟ ହୋଇଥିଲେ ସେତେବେଳେ ମିହିର ଦାସ ଙ୍କ ସ୍ତ୍ରୀ ଚାଲି ଯାଇଥିଲେ । ଅର୍ଥାତ ଦୁଇ ଭାଇ ଙ୍କର ମା ଙ୍କର ବିୟୋଗ ଘଟିଥିଲା । କଟକ ସ୍ଥିତ ମାମୁଁ ଘରେ ଅର୍ଥାତ ବରିଷ୍ଠ ସଂଗୀତ ନିର୍ଦ୍ଦେଶକ ଚିତ ଜେନା ଯିଏ କି ଦୁଇ ଭାଇଙ୍କର ଅଜା ଦୁଇ ଭାଇ ଙ୍କୁ ନେଇ ନିଜ ପାଖରେ ରଖିଥିଲେ । ଆଉ ଆଜି ସେଇ ଆଈ ସବୁ ଦିନ ପାଇଁ ଅଫେରା ରାଇଜ କୁ ଚାଲି ଯାଇଛନ୍ତି ।

ଆଈ କୋଳରେ ଅମ୍ଳାନ ଓ ଅକ୍ଲାନ୍ତ ଦୁନିଆ ଦେଖିଥିଲେ । ଆଈ ଅକ୍ଲାନ୍ତ ଙ୍କୁ ନିଜ ଜୀବନ ଠାରୁ ଅଧିକ ଭଲ ପାଉଥିଲେ । କିନ୍ତୁ ଅକ୍ଲାନ୍ତ ବିୟୋଗ ପରେ ଆଈ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡିଥିଲେ । ଆଉ ମନେ ମନେ ଝୁରି ହେଉଥିଲେ ଅକ୍ଲାନ୍ତ ଙ୍କୁ ଆଈ । ଆଗ ପଛ ହୋଇ ସମସ୍ତେ ଚାଲିଗଲେ ଅକ୍ଲାନ୍ତ ଙ୍କ ପରିବାରରେ ।

ବାପା ମିହିର ଦାସ, ମା, ସାନ ଭାଇ ଅକ୍ଲାନ୍ତ ଦାସ, ଅଜା ଚିତ ଜେନା ଜଣଙ୍କ ପରେ ଜଣେ ଚାଲିଗଲେ ଅମ୍ଳାନ ଙ୍କୁ ଏକ କରି ଦେଇ । ଆଉ ଏବେ ଆଈ ମଧ୍ୟ ସବୁ ଦିନ ପାଇଁ ହାତ ଛାଡି ଚାଲିଗଲେ । ସତେ ଯେମିତି ଶୂନ୍ୟ ହୋଇ ଯାଇଛି ଅମ୍ଳାନ ଙ୍କ ପରିବାର । ଆଉ ସମସ୍ତେ କହୁଛନ୍ତି ଏତେ ଦୁଃଖ ବି ଭଗବାନ କାହାକୁ ଦେଇ ପାରନ୍ତି । ଅମ୍ଳାନ ନିଜ ଆଈ ଙ୍କୁ ହରାଇବା ପରେ ପୁରା ଏକା ହୋଇ ଯାଇଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ଶେୟର, କମେଣ୍ଟ କରନ୍ତୁ, ଧନ୍ୟବାଦ ।