ପୁଜାରେ ଲାଗିଥିବା ନଡିଆ ଖରାପ ବାହାରିଲେ କଣ ସଂକେତ ଦେଇଥାଏ ?

ନଡିଆ ଖରାପ ବାହାରିଲେ କଣ ସଂକେତ ଦେଇଥାଏ

ସମସ୍ତଙ୍କ ସହ କେବେ ନ କେବେ ଏମିତି ନିଶ୍ଚିନ୍ତ ହୋଇଥିବ, ଯେ ପୂଜା କରାଯାଇଥିବା ନଡିଆ ଖରାପ ପଡିଥାଏ । ଏହା ଦ୍ଵାରା ମନରେ ଦର ଆସି ଥାଏ ଯେ ବୋଧେ ଭଗବାନ ଆମ ପୂଜାରେ ସନ୍ତୁଷ୍ଟ ନୁହନ୍ତି, ଓ ଆମର ଖରାପ ସମୟ ଆରମ୍ଭ ହବାକୁ ଯାଉଛି । କିନ୍ତୁ ଏହା ଠିକ ନୁହେଁ ଏହାର କିଛି ଅଲଗା କାରଣ ରହିଛି । ଆଶନ୍ତୁ ଜାଣିବା ଏହା ପଛରେ କଣ କରାନ ଅଛି । ଶାସ୍ତ୍ରରେ ନଡିଆକୁ ଧନର ଦେବୀ ମା ଲକ୍ଷ୍ମୀଙ୍କର ପ୍ରତୀକ କୁହାଯାଏ । ମା ଲକ୍ଷ୍ମୀଙ୍କ ପୂଜାରେ ନଡିଆ ରହିବା ନିହାତି ଆବଶ୍ୟକ ।

ଶାସ୍ତ୍ରରେ କୁହାଯାଇଛି କୌଣସି ବି ପୂଜାରେ ନଡିଆ ବା ଶ୍ରୀଫଳ ନିଶ୍ଚୟ ଦରକାର । ନଡିଆ ବିନା କୌଣସି ପୂଜା ସମୁର୍ଣ୍ଣ ହୁଏ ନାହିଁ, କୌଣସି ବି ପୂଜାରେ ନଡିଆ ଭାଙ୍ଗିବା ଉଚିତ ବୋଲି କୁହାଯାଏ, କାରଣ ସମସ୍ତ କାର୍ଯ୍ୟ ବିନା ବିଘ୍ନରେ ସମାପ୍ତ ହୋଇଥାଏ ।

ପୂଜାରେ ଲାଗିଥିବା ନଡିଆ ଖରାପ ବାହାରିଲେ ଅଶୁଭ ନୁହେଁ ବରଂ ଶୁଭ ଅଟେ, କାରଣ ଭଗବାନ ସେହି ନଡିଆକୁ ଗ୍ରହଣ କରିସାରିଛନ୍ତି, ଯାହା ଫଳରେ ତାହା ଭିତରୁ ଶୁଖିଯାଇଥାଏ । କିମ୍ବା ଖରାପ ଦେଖାଯାଇଥାଏ । ଏହା ବ୍ଯତୀତ ଆପଣଙ୍କ ମନୋସ୍କାମନା ପୂର୍ଣ୍ଣ ହେବାକୁ ଯାଉଛି ବୋଲି ସୂଚନା ମିଳିଥାଏ । ଏହି ସମୟରେ ଆପଣ ଯାହାବି ମଗନ୍ତି ତାହା ପୂର୍ଣ୍ଣ ହୋଇଥାଏ ।

ଏଥି ପାଇଁ ଯଦି ନଡିଆଟି ଖରାପ ବା ଶୁଖିଯାଇଥାଏ ତେବେ ଜାଣିବେ ଯେ ତାହା ଭଗବାନଙ୍କ ଦ୍ଵାରା ଗ୍ରହଣ ହୋଇଯାଇଛି ।   ଯଦି ନଡିଆଟି ଭଲ ଅଛି ତେବେ ତାକୁ ପୂଜା ପରେ ବାନ୍ତି ଦିଅନ୍ତୁ, ଏହା ଶୁଭ ଅଟେ । ଏହା ବ୍ଯତୀତ ଯଦି ମିଠା ଆଦି ଭୋଗ ଲଗାଇ ଥାଆନ୍ତି ତେବେ ତାକୁ ମଧ୍ୟ ବାଣ୍ଟିବା ଶୁଭ ବୋଲି କୁହାଯାଏ ।