ପୂଜାରେ ନଡ଼ିଆ ଖରାପ ବାହାରିବାର ଅର୍ଥ କଣ ହୋଇଥାଏ…? ଶୁଭ ନା ଅଶୁଭ ? Shastra Gyan

ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ପୂଜାପାଠ କରିବା ସମୟରେ ଅନେକ ନୀତିଧର୍ମ ପାଳନ କରି ପୂଜା କରିବାର ବିଶେଷ ନିୟମମାନ ସବୁ ରହିଛି । ତେବେ ପୂଜା କରିବା ସମୟରେ ଆମେ ବିଭିନ୍ନ ପ୍ରକାର ଫଳମୂଳକୁ ଭଗବାନଙ୍କ ଠାରେ ପ୍ରସାଦ ରୂପେ ଭୋଗ ଲଗାଇଥାଉ । ସେଥିମଧ୍ୟରୁ ନଡିଆ ପ୍ରମୁଖ ଅଟେ । କାରଣ ଆମେ କୌଣସି ପ୍ରକାର ଧାର୍ମିକ ତଥା ମାଙ୍ଗଳିକ କାର୍ଯ୍ୟ କରିବା ସମୟରେ ନଡିଆର ନିହାତି ରୂପେ ବ୍ୟବହାର କରିଥାଉ ।

ତେବେ ଏହି ନଡିଆ ବିଷୟରେ କେତେକ ଗୁରୁତ୍ଵପୂର୍ଣ୍ଣ କଥା ବିଷୟରେ ଆଜି ଏଠାରେ ଆପଣଙ୍କୁ କହିବାକୁ ଯାଉଛୁ । ନଡିଆକୁ ଆମେ ମାନେ ପୂଜା କରିବା କିମ୍ବା ଖାଇବା ପାଇଁ ବ୍ୟବହାର କରିଥାଉ । କୌଣସି ସ୍ଥାନର ଯେକୌଣସି ଶୁଭ କାର୍ଯ୍ୟ ସମୟରେ ନଡିଆର ନିତାନ୍ତ ଭାବେ ଆବଶ୍ୟକତା ପଡିଥାଏ । କାରଣ ନଡିଆ ପ୍ରୟୋଗ କରି କାର୍ଯ୍ୟର ଆରମ୍ଭ କରାଯିବା ଦ୍ଵାରା ସେହି ସମସ୍ତ କାର୍ଯ୍ୟ ଶୁଭରେ ହୋଇଥାଏ ।

ଶାସ୍ତ୍ରରେ ନଡିଆକୁ ମାତା ଲକ୍ଷ୍ମୀଙ୍କର ପ୍ରତୀକ ବୋଲି ମଧ୍ୟ କୁହାଯାଇଥାଏ । ଏପରି ମଧ୍ୟ ଶାସ୍ତ୍ରରେ ଲେଖା ହୋଇଛି । ଯେ ଯେଉଁ ପୂଜାରେ ନଡିଆରେ ବ୍ୟବହାର କରାଯାଇନଥାଏ । ସେହି ପୂଜାଟି ଅଧୁରା ରହିଥାଏ । ତେଣୁ ପ୍ରତ୍ଯେକ ପୂଜାରେ ନଡିଆକୁ ଆମେ ବ୍ୟବହାର କରିଥାଉ । ବନ୍ଧୁଗଣ ନଡିଆ ପୂଜାରେ ବେଳେବେଳେ ଖରାପ ଅର୍ଥାତ ପଚା କି ଶୁଖିଲା ବାହାରିଥାଏ । ପୂଜାରେ ନଡିଆ ଖରାପ ବାହାରିଲେ ଆମେ ମନରେ ଅନେକ କିଛି ପ୍ରଶ୍ନ ଉଙ୍କି ମାରିଥାଏ ।

ଏହା ଆମକୁ ଶୁଭ କି ଅଶୁଭ ସୂଚନା ଦେଇଥାଏ ତାହାକୁ ନେଇ ମନରେ ବହୁ ପ୍ରକାର ଦ୍ଵନ୍ଦ ମଧ୍ୟ ରହିଥାଏ । ବନ୍ଧୁଗଣ ଦୁନିଆରେ ଏପରି କୌଣସି ବ୍ୟକ୍ତି ନାହିଁ । ଜିଏକି ନଡିଆ ଭିତରେ ଭଲ କି ପଚା ବାହାରିବ ତାହା ସଂପୂର୍ଣ୍ଣ ଭାବେ ଠିକ କରି କହିପାରିବ । କାରଣ ନଡିଆର ଉପର ଦେଖି ବିଶେଷ କିଛି ଅନୁମାନ କରିହୋଇନଥାଏ ।

ଯେତେବେଳେ ପୂଜାରେ ବ୍ୟବହାର ହୋଇଥିବା ନଡିଆଟି ଶୁଖିଲା କି ଖରାପ ବାହାରିଥାଏ । ସେତେବେଳେ ଅନେକ ଲୋକ ତାହାକୁ ଅଶୁଭ ବୋଲି ମାନିନେଇଥାନ୍ତି । ହେଲେ ପ୍ରକୃତରେ ଯଦି ଏଠାରେ କହିବ । ତେବେ ପୂଜାରେ ଯଦି ବ୍ୟବହାର ହୋଇଥିବା ନଡିଆଟି କୌଣସି ସମୟରେ ଖରାପ ବାହାରୁଛି । ତେବେ ସେଥିପ୍ରତି ଜମାରୁ ମଧ୍ୟ ବ୍ୟସ୍ତ ହୋଇ ପଡନ୍ତୁ ନାହିଁ ।

କାରଣ ପୂଜାରେ ନଡିଆ ଖରାପ ବାହାରିବାର ଅର୍ଥ ବହୁତ ଶୁଭ ହୋଇଥାଏ । ଏହା ଆପଣଙ୍କ ଜୀବନରେ ଆଗାମୀ ସମୟରେ କିଛି ଭଲ ଘଟିବାକୁ ଯାଉଛି ବୋଲି ସୂଚନା ଦେଇଥାଏ । ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ ଆଶା କରୁଛି ଭଲ ଲାଗିଥିବ । ତେବେ ଆମ ସହ ଯୋଡି ହୋଇ ରହିବା ଲାଗି ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ବନ୍ଧୁଗଣ ଜମାରୁ ବି ଭୁଲନ୍ତୁ ନାହିଁ ।