ପୂଜା କରିବା ବେଳେ ଦୀପ ଶିଖା ଉପରକୁ ଉଠିଲେ କେଉଁ ସଙ୍କେତ ମିଳିଥାଏ ? ଏହାସହ ଜାଣନ୍ତୁ ଆହୁରି 20+ ଅନୁଚିନ୍ତା

ଭାଗ୍ୟଶାଳୀ ଲୋକଙ୍କ ଉପରେ ସର୍ବଦା ଈଶ୍ବରଙ୍କ କୃପା ରହିଥାଏ । ଈଶ୍ବରଙ୍କ ଶକ୍ତି ସେମାନଙ୍କ ସହ ରହି ସବୁ ବିପଦ ଆପଦରୁ ରକ୍ଷା କରିବା ସହ ସଠିକ ରାସ୍ତା ଦେଖାଇଥାଏ । ତେବେ ପ୍ରାଚୀନ ଗ୍ରନ୍ଥ ଅନୁଯାୟୀ କେଉଁ ଲୋକଙ୍କ ଉପରେ ଈଶ୍ବରଙ୍କ କୃପା ରହିଥାଏ ବୋଲି ଆସନ୍ତୁ ଜାଣିବା । ଯେଉଁ ଲୋକଙ୍କ ଉପରେ କାମ, କ୍ରୋଧ, ଈର୍ଷା, ଲୋଭ ଏବଂ ଅହଙ୍କାର ଭଳି ଦୁର୍ଗୁଣ ନଥାଏ ସେମାନଙ୍କ ଉପରେ ଈଶ୍ଵରଙ୍କ କୃପା ରହିଥାଏ ।

ଯେଉଁ ଲୋକମାନେ ମୁଖରେ କେବେବି ଅନ୍ୟକୁ ଖରାପ କଥା କହି ନଥାନ୍ତି ଓ ସାଂସାରିକ ମୋହମାୟା ପ୍ରତି ଆସକ୍ତ ନଥାନ୍ତି ସେମାନଙ୍କ ଉପରେ ଈଶ୍ବରଙ୍କ ବିଶେଷ କୃପା ରହିଥାଏ । ସେହିପରି ଅନ୍ୟ ପ୍ରତି ସର୍ବଦା ସ୍ନେହ ଶ୍ରଦ୍ଧା ରଖିବା ଲୋକଙ୍କ ଉପରେ ଈଶ୍ବରଙ୍କ କୃପା ରହିଥାଏ । ଯେଉଁ ଲୋକ ବ୍ୟଭିଚାର କରନ୍ତି ନାହିଁ ଏବଂ ସବୁବେଳେ ଅଳ୍ପ ବିଷୟରେ ସନ୍ତୁଷ୍ଟ ରୁହନ୍ତି ତାଙ୍କ ଉପରେ ମଧ୍ୟ ଈଶ୍ବରଙ୍କ କୃପା ରହିଥାଏ ।

ଯିଏ ସ୍ଵପ୍ନରେ ମନ୍ଦିର କିମ୍ବା ମନ୍ଦିରର ଆଖପାଖ ପରିସର ଦେଖିଥାନ୍ତି, ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଯେଉଁ ଲୋକମାନେ ସ୍ଵପ୍ନରେ ଈଶ୍ଵରଙ୍କୁ ସାକ୍ଷାତ କରିଥାନ୍ତି ସେମାନଙ୍କ ପାଖରେ ଈଶ୍ବରୀୟ ଶକ୍ତି ରହିଥାଏ । ଯେଉଁ ଲୋକମାନେ ନିଜ ଦୈନନ୍ଦିନ କାର୍ଯ୍ୟ କରିବା ପରେ ଈଶ୍ବରଙ୍କ ଭକ୍ତି ଆରାଧନା କରିଥାନ୍ତି ବା ଈଶ୍ବରଙ୍କ ନାମ ସ୍ମରଣ କରିଥାନ୍ତି ସେମାନଙ୍କୁ ଅଲୌକିକ ଶକ୍ତି ସୁରକ୍ଷା ଦେଇଥାଏ ।

ଯେଉଁ ଲୋକଙ୍କ ଉପରେ ଈଶ୍ବରଙ୍କ କୃପା ଥାଏ ସେମାନେ ସମାଜ ପ୍ରତି ଥିବା ଦାୟିତ୍ଵ ସମ୍ପାଦନ କରିବାରେ ସକ୍ଷମ ହୋଇଥାନ୍ତି । ଯେଉଁ ଲୋକଙ୍କ ଉପରେ ଈଶ୍ବରଙ୍କ କୃପା ରହିଥାଏ ସେମାନେ ବିପଦ ଆପଦରେ ମନୁଷ୍ୟ ଏବଂ ପଶୁଙ୍କୁ ସାହାଯ୍ୟ କରିବାରେ ସମର୍ଥ ହୋଇଥାନ୍ତି । ଈଶ୍ଵରଙ୍କ କୃପା ପ୍ରାପ୍ତ କରିଥିବା ଲୋକମାନେ ବୃଦ୍ଧ ଓ ଅସହାୟଙ୍କ ପ୍ରତି ସମର୍ପିତ ଭାବନା ରଖିଥାନ୍ତି ଏବଂ ସମାଜରେ ଉଦାହରଣ ସୃଷ୍ଟି କରିଥାନ୍ତି ।

ଈଶ୍ବରଙ୍କ କୃପା ପ୍ରାପ୍ତ କରିଥିବା ଲୋକଙ୍କୁ ଆଗକୁ ଘଟିବାକୁ ଯାଉଥିବା ଘଟଣାର ପୂର୍ବାଭାଷ ମିଳିଥାଏ । ଯେଉଁମାନେ ନିଜ ଚାରିପଟେ ସୁଗନ୍ଧିତ ପୁଷ୍ପ, କର୍ପୁର, ଧୂପ ଓ ଦୀପ ଆଦିର ବାସ୍ନା ଅନୁଭବ କରିଥାନ୍ତି ସେମାନଙ୍କୁ ଈଶ୍ବରଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

ଯେଉଁମାନେ ବ୍ରହ୍ମ ମୂହୁର୍ତ୍ତରେ ଉଠି ଈଶ୍ବରଙ୍କ ଆରାଧନା କରିଥାନ୍ତି ସେମାନେ ଈଶ୍ବରଙ୍କ କୃପା ପ୍ରାପ୍ତ କରିଥାନ୍ତି । ଯେଉଁମାନେ ପ୍ରତିଦିନ ଉଦୟ ହେଉଥିବା ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତି ସେମାନଙ୍କ ଉପରେ ସର୍ବଦା ଈଶ୍ବରଙ୍କ କୃପା ରହିଥାଏ । ଯେଉଁମାନେ ଈଶ୍ବରଙ୍କ ଭକ୍ତିକୁ ବାସ୍ତବିକ ସୁଖ ଓ ଆନନ୍ଦ ମାନିଥାନ୍ତି ସେମାନେ ଐଶ୍ବରୀୟ କୃପାର ଅଧିକାରୀ ହୋଇଥାନ୍ତି ।

ପୂଜା କରିବା ସମୟରେ ଯଦି ଦୀପର ଶିଖା ଭଲଭାବେ ଉପରକୁ ଉଠେ ତେବେ ଦୈବୀ କୃପା ପ୍ରାପ୍ତି ହେବାର ସଙ୍କେତ ମିଳିଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।