ପୁଅ ପାଇଁ ଦେଖିଥିଲା ସ୍ୱପ୍ନ…ଜନ୍ମ ହେଲା ଏକ ଶିଶୁ କନ୍ୟା… ହସ୍ପିଟାଲରେ ଝିଅ ସହ ଏମିତି କଲା ମା’

ଯୁବତୀଙ୍କ ଘରେ କେହି ଜାଣି ନ ଥିଲେ ସେ ଗର୍ଭବତୀ ଅଛନ୍ତି ବୋଲି । ଆଉ ତାପରେ 9 ମାସ 9 ଦିନ ଗର୍ଭରେ ରଖି ଯୁବତୀ ଜଣକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି । ତାପରେ ଶିଶୁ କନ୍ୟା ସହ ମା ଜଣକ ଏମିତି କରିଲା ତାହା ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ହଁ ଦର୍ଶକ ବନ୍ଧୁ ଜନ୍ମ କରିଥିବା କନ୍ୟାକୁ ଜନ୍ମ ହେବାର 2 ଦିନ ପରେ ସେହି ମେଡିକାଲ ରେ ବିକ୍ରି କରିଦେଲା ମା । କିନ୍ତୁ ପୁଅ ହୋଇଥିଲେ ଯେତେ କଷ୍ଟ ହେଲେ ବି ମୁଁ ମୋ ପାଖରେ ରଖିଥାନ୍ତି କିନ୍ତୁ ଝିଅ ହେଲା ବୋଲି ମୁଁ ତାକୁ ଅନ୍ୟ ହାତକୁ ଟେକି ଦେଲି ।

ଏମିତି କିଛି କହିଛନ୍ତି ଜନ୍ମ କରିଲା ମା । ଏ ହେଉଛି ଦାରିଦ୍ର୍ଯର କରୁଣା ପରିଣତି । ଅଭାବ ଆଗରେ ହାରିଯାଇଛି ମମତା । ମାତ୍ର 10 ହଜାର ଟଙ୍କାରେ ବାପା ମା ଶିଶୁ କନ୍ୟାକୁ ବିକ୍ରି ଦେଇ ଚାଲି ଆସିଲେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଡା ପଞ୍ଚାୟତ ତଲାଡ଼ି ଗାଁ । ଏହି ଘଟଣାକୁ ନେଇ ଏବେ ମା ଶବ୍ଦ ଉପରେ ଉଠିଛି ଆଙ୍ଗୁଠି ।

ଜନ୍ମ ପରେ ଶିଶୁ କନ୍ୟା କୁ ମେଡିକାଲରେ 10 ହଜାର ଟଙ୍କାରେ ବିକ୍ରି କରିଛନ୍ତି ବାପା ମା । ସୂଚନା ଅନୁଯାୟୀ ବାଲେଶ୍ଵର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ତଲାଡ ଗାଁ ରେ ଗତ 31 ତାରିଖରେ ଏହି ଗାଁ ର ମନୋସା ଦାସଙ୍କ ସ୍ତ୍ରୀ ସୁଷମା ଦାସ ଜଳେଶ୍ଵର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିଲେ । ପୂର୍ବ ଯୋଜନା ଅନୁଯାୟୀ ସମ୍ବଲପୁର ଅଞ୍ଚଳର ଜଣେ ପରିବାରଙ୍କୁ ଆର୍ଥିକ ଅନଟନ ପାଇଁ ନିଜ ଇଚ୍ଛା ରେ ଶିଶୁ କନ୍ୟାକୁ ଦେଇଥିବା ବାପା ମା କହିଛନ୍ତି ।

କିନ୍ତୁ ଗାଁ ଲୋକଙ୍କ କହିବା ଅନୁଯାୟୀ ପିଲା ଜନ୍ମ ହେବା ପରେ ତାକୁ 10 ହଜାର ଟଙ୍କାରେ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି । ସବୁଠାରୁ ବଡ ସନ୍ଦେହ ଭିତରକୁ ଟାଣି ହୋଇ ଆସୁଛି ଜଳେଶ୍ଵରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଅଧିକାରୀ । ପ୍ରସୂତିର କିଛି ଆଗଜପତ୍ର ନ ଥିବା ବେଳେ ଆଶା କର୍ମୀ ମାନେ ଜାଣି ନାହାନ୍ତି ଏହି ପିଲା ଜନ୍ମ ବାବଦରେ ।

ଆଉ ଯେବେ ଆଶା ଦିଦି ଜଣକ ପଚାରିଲେ ସେ ସବୁବେଳେ ଡବଲ ଡ୍ରେସ ପିନ୍ଧୁଥିଲେ । ଆଉ ଏମିତି କହିଛନ୍ତି ଆଶା ଦିଦି ଜଣକ । ମେଡିକାଲ ରୁ ଦିଶାଚାର୍ଜ ସାର୍ଟିଫିକେଟ ନ ଥାଇ କିଭଳି ପିଲାକୁ ଛାଡିଲେ ମେଡିକାଲ ର କର୍ମଚାରୀ ମାନେ ଏ ନେଇ ଏବେ ପ୍ରଶ୍ନ ଉଠିଛି । ଜଳେଶ୍ଵରପୂର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ମୁଖ୍ୟ ଅଧିକାରୀ ଏହି ଘଟଣାକୁ ନେଇ ଛନ୍ଦି ହୋଇ ପଡିଛନ୍ତି ।

ତଳିଆ କର୍ମଚାରୀଙ୍କର ଏହି ପିଲା ବିକ୍ରି ଘଟଣାରେ ହାତ ରହିଛି ବୋଲି ସିଧା ସଳଖ ଅଭିଯୋଗ କରିଛନ୍ତି ଗାଆଁ ବାସୀ । ତେବେ ଏହି ଘଟଣାକୁ ନେଇ ବାଲେଶ୍ଵର CDMO କଣ ପଦକ୍ଷେପ ନେଇଛନ୍ତି ତାହା ଦେଖିବାକୁ ବାକି ରହିଲା ।