ପୁଅ କିମ୍ବା ଝିଅ ସନ୍ତାନ ଜନ୍ମ ପାଇଁ ପୁରୁଷ ନା ମହିଳା ଦାୟୀ ? ଜାଣନ୍ତୁ ଏହାର ବିଜ୍ଞାନ ସମ୍ମତ କାରଣ, Dr Subhasri Mishra

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପୁଅ କିମ୍ବା ଝିଅ ହେବା ପାଇଁ କିଏ ପ୍ରକୃତରେ ଦାୟୀ ରହିଥାଏ ? ତେବେ ବନ୍ଧୁଗଣ ବର୍ତ୍ତମାନର ଆଧୁନିକ ସମାଜରେ ଆମ ମାନବ ସମାଜ ଯେତେ ଆଧୁନିକ ହୋଇଥାନ୍ତୁ । ହେଲେ ଅନେକଙ୍କ ମନରେ ଆଜି ପର୍ଯ୍ୟନ୍ତ ମଧ୍ୟ କେଉଁଠି ନା କେଉଁ ଲୋକଙ୍କର ପୁଅଟି ପାଇବା ପାଇଁ ମନରେ ବହୁତ ଇଚ୍ଛା ରହିଥାଏ । ଯେତେବେଳେ ଜଣେ ମା’ ଟି ର ପୁଅ ହେଉ କି ଝିଅ ସବୁରି ପାଇଁ ମୁଖ୍ୟତଃ ରୂପେ ଜଣେ ମହିଳାକୁ ହିଁ ଦାୟୀ କରାଯାଇଥାଏ ।

ହେଲେ ପ୍ରକୃତରେ ପୁଅ କି ଝିଅ ହେବା ପଛରେ କାହାର ହାତ ରହିଥାଏ ? ଚାଲନ୍ତୁ DR ଶୁଭଶ୍ରୀ ମିଶ୍ରଙ୍କ ମୁହଁରୁ ଆଲୋଚନା କରିବା । ତେବେ ଡାକ୍ତରଙ୍କ କହିବା ଅନୁଯାଇ ଜଣେ ମହିଳାର ପୁଅ ହେବା କି ଝିଅ ହେବା ସଂପୂର୍ଣ୍ଣ ରୂପରେ ମା’ ର ହାତ କଥା ହୋଇନଥାଏ । ମନୁଷ୍ୟ ଶରୀରରେ ୨୩ ଯୋଡା ବା ୪୬ ଟି କ୍ରୋମୋଜୋମ ରହିଥାଏ । ସେଥିମଧ୍ୟରୁ ଗୋଟିଏ ଯୋଡା ସେକ୍ସ କ୍ରୋମୋଜୋମ ରହିଥାଏ ।

ସେହି କ୍ରୋମୋଜୋମଟି XX କିମ୍ବା XY ରହିଥାଏ । ଯାହାର XX ଯୋଡା କ୍ରୋମୋଜୋମ ରହିବ । ସେ ଜଣେ ଝିଅ ହେବ । ଅପର ପକ୍ଷରେ ଯାହାର XY କ୍ରୋମୋଜୋମ ରହିବ । ତାହାର ପୁଅ ସନ୍ତାନଟି ହେବ । ତେବେ ମହିଳା ମାନଙ୍କ ଠାରେ XX କ୍ରୋମୋଜୋମ ହିଁ ରହିଥାଏ । ପୁରୁଷଙ୍କ ପାଖରେ XY କ୍ରୋମୋଜୋମ ରହିଥାଏ ।

ତେବେ ମହିଳାର ଅଣ୍ଡାର କିଛି କ୍ରୋମୋଜୋମର ଅଂଶ ଓ ପୁରୁଷଙ୍କର ଧାତୁର କିଛି କ୍ରୋମୋଜୋମ ଅଂଶ ମିଶି ହିଁ ସନ୍ତାନ ସୃଷ୍ଟି ହୋଇଥାଏ । ଯଦି ପୁରୁଷଙ୍କର X କ୍ରୋମୋଜୋମର ଧାତୁ ମହିଳାଙ୍କର X କ୍ରୋମୋଜୋମ ସହ ମିଶିଥାଏ । ତେବେ ସେପରି କ୍ଷେତ୍ରରେ ଝିଅ ସନ୍ତାନ ସୃଷ୍ଟି ହୋଇଥାଏ । ଅପର ପକ୍ଷରେ ଯଦି ପୁରୁଷଙ୍କର Y କ୍ରୋମୋଜୋମ ଧାତୁ ସହ ମହିଳାଙ୍କର X କ୍ରୋମୋଜୋମ ମିଶିଥାଏ ।

ତେବେ ଏପରି ସ୍ତଳରେ ପୁରୁଷ ସନ୍ତାନଟି ସୃଷ୍ଟି ହୋଇଥାଏ । ତେବେ ଜଣେ ମହିଳାର ପୁଅ ହେବ କି ଝିଅ ହେବ ତାହା ସଂପୂର୍ଣ୍ଣ ରୂପରେ ଜଣେ ପୁରୁଷ ଉପରେ ହିଁ ନିର୍ଭର କରିଥାଏ । ପୁଅ କିମ୍ବା ଝିଅ ହେବା ପାଇଁ ମହିଳା ଦାୟୀ ହୋଇନଥାଏ । ତେବେ ଜଣେ ମା’ ଟି ଯେତେବେଳେ ଜଣେ ପୁଅ ବା ଝିଅକୁ ହିଁ ଜନ୍ମ କରୁଛି ।

ସେଥିପାଇଁ କେବଳ ମହିଳା ନୁହେଁ, ଏଥିପାଇଁ ଉଭୟ ପୁରୁଷ ଓ ମହିଳାଙ୍କର ଅବଦାନ ହିଁ ରହିଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଅନ୍ୟ ମାନଙ୍କ ସହ ବହୁ ମାତ୍ରାରେ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ