ପୁଅ ଧରିଦେଲା ବାପାର ମିଛ ଆକଟିଂ, Babushan ଙ୍କ ପୁଅ Guan ର ଏହି ଭିଡିଓ ଦେଖିଲେ ଆପଣଙ୍କ ମନ ଖୁସି ହୋଇଯିବ, ଦେଖନ୍ତୁ video

ଫିଲ୍ମ “ଦମନ” ମାଧ୍ୟମରେ ସାରା ଭାରତରେ ନିଜ ପରିଚୟ ସୃଷ୍ଟି କରି ପାରିଥିବା ଓଲିଉଡ ସୁପରଷ୍ଟାର ବାବୁଶାନ ମହାନ୍ତି ତାଙ୍କ ପୁଅ ଗୁଆନ ସହ ସମୟ ବିତାଉଥିବାର ଏକ ବେଶ ମନୋରଞ୍ଜକ ଭିଡିଓ ଏବେ ଭାଇରାଲ ହେଉଛି । ଭିଡିଓରେ ଆପଣ ଦେଖିବାକୁ ପାଇବେ କି ବାବୁଶାନ କିଭଳି ନିଜ ପୁଅ ସହ ଖେଳୁଛନ୍ତି ଓ ପାଖରେ ମା’ ଅପରାଜିତ ମହାନ୍ତି ମଧ୍ୟ ବସିଛନ୍ତି । ବାବୁଶାନ ମିଛରେ କାଣ୍ଡିବାର ଅଭିନୟ କରୁଛନ୍ତି ଆଉ ପୁଅ ଗୁଆନ ତାଙ୍କୁ ମନେଇବାକୁ ଚେଷ୍ଟା କରୁଛି ।

ଆଉ ମଝିରେ ମଝିରେ ଟିକିଏ ଇଆଡେ ସିଆଡେ ବି ହେଇଯାଉଛି । ନୂଆ କରି କଥା କହି ଶିଖୁଥିବା ଗୁଆନ ବାବୁଶାନଙ୍କୁ ଖନେଇ ଖନେଇ ଡାଡା ବୋଲି ଡାକୁଛି । ଆଉ ଗେଲ କରି ଦେବାକୁ ଚେଷ୍ଟା କରୁଛି । ହେଲେ ବାପା ଅଭିନୟ କରୁଥିବା ସେ ଜାଣି ନେଉଛି ତାଙ୍କ ସହ ମିଶି ନିଜେ ବି ଅଭିନୟ କରୁଛି । ନିଜ ପୁଅକୁ ଖୁସି କରିବା ପାଇଁ ତା’ ସହ ଖେଳିବା ପାଇଁ ବାବୁଶାନ ନିଜେ ଶୋଇ ରହି କାନ୍ଦିବା ଭଳି ଅଭିନୟ କରୁଛନ୍ତି ।

ହେଲେ ପୁଅ ବାପାର ଅଭିନୟକୁ ଏକଦମ ଧରି ନେଉଛି । ଜାତୀୟ ସ୍ତରରେ ବାବୁଶାନଙ୍କ ଅଭିନୟକୁ ସମସ୍ତେ ବେଶ ପ୍ରଶଂସା କରି ଚାଲିଥିବା ବେଳେ ଏପଟେ ପୁଅ କିନ୍ତୁ ବାପାର ଅଭିନୟକୁ ଠିକ ଧରି ଦେଉଛି । ବାପା ବାବୁଶାନ ମିଛରେ କାନ୍ଦି ପୁଅ ସହ ଖେଳିବାକୁ ଚେଷ୍ଟା କରୁଛନ୍ତି ।

ଆଉ ପାଖରେ ବସିଥିବା ବର୍ଷିୟାନ ଅଭିନେତ୍ରୀ ଅପରାଜିତା ମହାନ୍ତି ତାଙ୍କ ପୁଅ ଏବଂ ନାତିକୁ ଏକାସାଙ୍ଗେ ଖେଳୁଥିବା ଦେଖି ବେଶ ଖୁସି ହେଉଛନ୍ତି । ଦମନ ର ସଫଳତା ପରେ ବାବୁଶାନ ଏବେ ନିଜ ଖାଲି ସମୟ ପୁଅ ଗୁଆନ, ସ୍ତ୍ରୀ ତୃପ୍ତି ଓ ବାପାମା’ଙ୍କ ସହ କାଟୁଛନ୍ତି । ପରିବାର ପାଖରେ ହିଁ ଯେ ପ୍ରକୃତ ଖୁସି ଲୁଚି ରହିଥାଏ ବାବୁଶାନ ହୁଏତ ତାହା ଏବେ ଭଲଭାବେ ବୁଝି ପାରୁଛନ୍ତି ।

ସେଥିପାଇଁ ନିଜ ପୁଅ ଗୁଆନ ର ପିଲାବେଳକୁ ମନଭରି ଉପଭୋଗ କରୁଛନ୍ତି ଓ ସେଥିର ଅଂଶୀ ହେଉଛନ୍ତି । ବାପା ପୁଅଙ୍କର ଏହି ଭିଡିଓ ଦେଖିବାକୁ ଖୁବ କ୍ୟୁଟ ଲାଗୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।