ସାବତ ମା’ କିଛି ଏମିତି କା-ଣ୍ଡ କରିଛି ଯାହାକୁ ନେଇ ଏବେ ଶୁଣିବା ଲୋକ ଛିଛାକର କରିବାରେ ଲାଗିଛନ୍ତି । ଦିବ୍ୟାଙ୍ଗ ପୁଅକୁ ନିଷ୍ଠୁର ଭାବେ ହ-ତ୍ୟା କରିଛି ସାବତ କରିଛି । ଖାଲି ସେତିକି ନୁହେଁ ବରଂ ନିଜ ବାପା ବି ଏଥିରେ ତାଙ୍କୁ ସହଯୋଗ କରିଛନ୍ତି । ସମ୍ପତ୍ତି ଲୋଭ ମଣିଷକୁ କିଭଳି ପିଶାଚ କରିଦିଏ ଏହା ହେଉଛି ତା’ର ଜ୍ଵଳନ୍ତ ଉଦାହରଣ । ଏନେଇ ଉକ୍ତ ଯୁବକଙ୍କ ଅନ୍ୟ ସମ୍ପର୍କୀୟ ମାନେ ସାଂଘାତିକ ଅଭିଯୋଗ ଆଣିଛନ୍ତି ।
ସାବତ ମା’ କୁଆଡେ ସମ୍ପତ୍ତି ଲୋଭରେ 35 ବର୍ଷୀୟ ଭେଣ୍ଡିଆ ପୁଅକୁ ବି-ଷ ଦେଇ ମା-ରି-ବା-କୁ ବି ପଛାଇନାହିଁ । ଦଶପଲ୍ଲା ଥାନା ଅନ୍ତର୍ଗତ ଶିମିଳିସାହି ଗ୍ରାମରୁ ଏମିତି ଏକ ସାଂଘାତିକ ଘଟଣା ସାମ୍ନାକୁ ଆସିଛି । ଅଭିଯୋଗ ମୁତାବକ ସେହି ଗାଁର ଅଲେଖ ପ୍ରଧାନ ସୁବର୍ଣ୍ଣା ପ୍ରଧାନଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ବିପିନ ଓ ବିଜୟ ନାମକ ଦୁଇ ପୁଅ ଉଭୟଙ୍କ ଔରସରୁ ଜନ୍ମ ନେଇଥିଲେ । ଦୁଇ ପୁଅଯାକ ଦିବ୍ୟାଙ୍ଗ ହୋଇଥିବା ବେଳେ ସୁବର୍ଣ୍ଣା ହଠାତ ଦିନେ ଅସୁସ୍ଥ ହୋଇଗଲେ ଓ ପରେ ଆଖି ବୁଜି ଦେଲେ ।
ଏହାପରେ ଗୀତୱା ପ୍ରଧାନଙ୍କୁ ଦ୍ଵିତୀୟ ବିବାହ କରି ଘରକୁ ଆଣିଥିଲେ ଅଲେଖ । ହେଲେ ସାବତ ମା’ ଆସିବା ଦିନଠାରୁ କୁଆଡେ ବିଜୟଙ୍କୁ ନି-ର୍ଯ୍ୟା-ତ-ନା ଦେଇ ଆସୁଥିଲେ । ବିଜୟ ଦିବ୍ୟାଙ୍ଗ ହୋଇଥିଲେ ସୁଦ୍ଧା ବିବାହ କରିବାକୁ ଚାହୁଁଥିବା ପରିବାରରେ ଜଣାଇଥିଲେ । ହେଲେ ବିଜୟ ବିବାହ କଲେ ସମ୍ପତ୍ତିରେ ଭାଗ ସୃଷ୍ଟି ହେବା ନେଇ ଏହାକୁ ବିରୋଧ କରି ଆସୁଥିଲେ ସାବତ ମା’ ଗୀତା ।
ଗତ 15 ତାରିଖ ରାତିରେ ଉଭୟ ସାବତ ମା’ ଓ ବାପା ମିଶି ତାଙ୍କୁ ପ୍ରବଳ ମା-ଡ ମା-ରି-ଥି-ଲେ । ମା-ଡ ବେଳେ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆ ଯାଇଥିଲେ ମଧ୍ୟ ସେଟହରେ ତାଙ୍କ ମୃ-ତ୍ୟୁ ଘଟିଥିବା କହିଛନ୍ତି ପଡୋଶୀମାନେ । ଏହା ପୂର୍ବରୁ ମଧ୍ୟ ବିଜୟଙ୍କୁ ସେମାନେ ମା-ନ-ସି-କ ନି-ର୍ଯ୍ୟା-ତ-ନା ଦେବା ସହ ଖାଇବାକୁ ମଧ୍ୟ ଦେଉ ନଥିଲେ ବୋଲି ସମ୍ପର୍କୀୟ କହିଛନ୍ତି । ବିଜୟ ବାହା ହେବେ ବୋଲି ମନ ବଳାଇବାରୁ ତାଙ୍କର କିଛି ସମ୍ପର୍କୀୟ ତାଙ୍କ ପାଇଁ ଝିଅ ମଧ୍ୟ ଠିକ କରି ସାରିଥିଲେ ।
ହେଲେ ସାବତ ମା’ ଓ ବାପା ସହି ନପାରି ଭେଣ୍ଡିଆ ପୁଅର ଜୀବନ ନେଇ ଯାଇଛନ୍ତି । ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ବିଜୟଙ୍କ ମାମୁଁ ଥାନାରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।