ପୁଅ ବାହାଘର ପାଇଁ ମୃତ୍ୟୁକୁ କିଣି ଆଣିଥିଲେ ବର ପିତା, ଡିଜେ ବାଜିଲା ପରେ ଏମିତି ଟଳି ପଡିଲେ, ଜାଣନ୍ତୁ ପୁରା ଘଟଣା…

ମୃତ୍ୟୁ କେତେବେଳେ କାହା ପାଇଁ ଆସିଯାଏ କିଛି କହି ହୁଏନା । ପୁଅର ବରଯାତ୍ରୀ ଗାଡି ହେବା ପରେ ଡିଜେ ବାଜି ରାସ୍ତାଘାଟ ଦୁଲୁକି ଉଠିଥିଲା । ଆଉ ବାଜା ସ୍ଵରରେ ଯେମିତି ଲୁଚି ରହିଥିଲା ମୃତ୍ୟୁ । ବାଜା ବାଜିବା ମାତ୍ରେ ଟଳି ପଡିଥିଲେ ବରଙ୍କ ପିତା । ବିଧିର ବିଧାନ କିଛି ଏମିତି ଥିଲା କି ପୁଅ ବାହାବେଦୀରେ ବସିବା ଆଗରୁ ମା ହୋଇଗଲେ ବିଧବା । ମାଲକାନଗିରି ସହରରେ ବାହାଘର ଆରମ୍ଭ ହେବା ପୂର୍ବରୁ ଘଟିଯାଇଛି ଏଭଳି ଏକ ଅଘଟଣ ।

ହସଖୁସି ଓ ଧୁମଧାମ୍ ବାଜାରେ ଫାଟି ପଡୁଥିବା ଅଞ୍ଚଳ ଏକାଥରକେ ଶୂନଶାନ୍ ହୋଇ ଯାଇଥିଲା । ସୁଦୂର ଦିଲ୍ଲୀରୁ ମହେନ୍ଦ୍ର ରୋହିଲାଙ୍କ ପୁଅ ଅଙ୍କିତ ରୋହିଲା ମାଲକାନଗିରି ଆସିଥିଲେ ବିବାହ କରି ନିଜ ଜୀବନସାଥୀଙ୍କୁ ସାଙ୍ଗରେ ନେଇଯିବା ପାଇଁ । ଦିଲ୍ଲୀର ଏହି ବରଙ୍କ ସହ ମାଲକାନଗିରିର କନ୍ୟା ଫେସବୁକରୁ ଭଲ ବନ୍ଧୁ ହୋଇ ଜୀବନସାଥୀ ହେବାକୁ ନିଷ୍ପତ୍ତି ନେଇଥିଲେ ।

ଏନେଇ ଦୁହିଁଙ୍କ ପରିବାର ମଧ୍ୟରେ ବୁଝାମଣା ସରିଥିଲା ଓ ବାହାଘର ପାଇଁ ସମସ୍ତେ ଖୁସି ଥିଲେ । କନ୍ୟାର ବାପା ପୂର୍ବରୁ ନଥିବା ବେଳେ ତାଙ୍କର ସବୁକଥା ବୁଝୁଥିଲେ ମାଆ। ବର ଅଙ୍କିତଙ୍କ ପରିବାର ଓ ସମ୍ପର୍କୀୟ ଦିଲ୍ଲୀରୁ ଆସି ମାଲକାନଗିରିର ଏକ ହୋଟେଲରେ ରହିଥିଲେ । ରାତିରେ ବାହାଘର ଥିବାରୁ ବରପକ୍ଷ ଡିଜେ ବାଜା ବଜାଇ କନ୍ୟାଘରକୁ ବାହାରିଥିଲେ ।

କିନ୍ତୁ ସବୁ ଯେ ଶେଷ ହୋଇଯିବ ଏକଥା କିଏ ଜାଣିଥିଲା । ଡିଜେ ବାଜିବା ପରେ ହଠାତ ହୃଦଘାତରେ ବର ବାପାଙ୍କ ମୃତ୍ୟୁ ହୋଇ ଯାଇଥିଲା । ତାଙ୍କୁ ସେଠାରୁ ତୁରନ୍ତ ମେଡିକାଲ ନେଇ ଯାଇଥିଲେ ପରିବାର ଲୋକେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରି ଦେଇଥିଲେ । ବାହାଘର ଆଉ ହେବ କି ନାହିଁ କେହି କିଛି ବୁଝିପାରୁ ନଥିଲେ । ଏତିକି ବେଳେ ପୁଅ ଅଙ୍କିତ କନ୍ୟା ପାଖକୁ ଯାଇ ତାଙ୍କୁ ସାଙ୍ଗରେ ନେଇଯିବାକୁ ଟଣାଓଟରା କରିଥିଲେ ।

ଏପରି ନ କରିବାକୁ ତାଙ୍କୁ ସ୍ଥାନୀୟ ଲୋକେ ଚେତାବନୀ ଦେଇଥିଲେ । ଏହି ଘଟଣା ବାହାରକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଭିଡ ଜମି ଯାଇଥିଲା । ପୋଲିସ ମଧ୍ୟ କୌଣସି ମାମଲା ରୁଜୁ ନକରି ବରପିତାଙ୍କ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଦେଇଛି । ଡିଜେ ବାଜିବା ନେଇ ଅନେକ ନିୟମ ରହିଛି, ଯାହା ପାଳନ କରିବା ନିହାତି ଜରୁରୀ । ନଚେତ କିଛି ମୂହୁର୍ତ୍ତର ଖୁସି ପାଇଁ ଏଭଳି ଅଘଟଣ ଘଟି ଯାଇପାରେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।