ଆଜିର ରାଶିଫଳ, 23 ଏପ୍ରିଲ 2022, ଶନିବାର, ଶନିଦେବଙ୍କ କୃପା ରହିବ ଏହି ୬ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୩ ଏପ୍ରିଲ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

୧-ମେଷ

ଆଜି ଆପଣ ନିଜର ପରିଶ୍ରମ ଦ୍ଵାରା କରିଥିବା କାର୍ଯ୍ୟରେ ସିଦ୍ଧି ହେବ । ବିବାହିତ ବ୍ୟକ୍ତି ନିଜର ଜୀବନସାଥିଙ୍କ ଉପରେ ବିଶ୍ଵାସ ରଖନ୍ତୁ । ଅନ୍ୟଥା ସମ୍ବନ୍ଧରେ କିଛି ଅସୁବିଧା ଆସିପାରେ । ଆପଣଙ୍କ ଖର୍ଚ ଅଧିକ ହୋଇପାରେ । କେତେକ ଯୋଜନା ମଧ୍ୟରେ ଆପଣ ଆଜି ଅଟକି ଯାଇ ପାରନ୍ତି । ଯଦି ଆପଣ ଅଫିସରର ଅତିରିକ୍ତ ସମୟ ବିତାଇବେ, ତେବେ ଆପଣଙ୍କ ଘରେଲୁ ଜୀବନ ଉପରେ ଖରାପ ପ୍ରଭାବ ପଡିପାରେ । ଆଜି ଆପଣ ନିଜର ମିତ୍ରମାନଙ୍କ ସହିତ କେଉଁ ଦୂର ସ୍ଥାନକୁ ବି ଯାଇ ପାରନ୍ତି ।

୨-ବୃଷ

ଆଜି ଆପଣଙ୍କ ନୂଆ ମିତ୍ର ହେବେ । ଆଜି ଆପଣ ଏହିଭଳି ଲୋକମାନଙ୍କ ସମ୍ପର୍କରେ ଆସିବେ ଯେଉଁମାନେ ଆପଣଙ୍କ ଭବିଷ୍ୟତ ପାଇଁ ଲାଭଦାୟି ପ୍ରମାଣିତ ହେବେ । ଘରେ ଶୁଭ ସମାଚାର ପ୍ରାପ୍ତ ହୋଇପାରେ । ସନ୍ତାନ ଲାଭ ହେବ । ଆକସ୍ମିକ ଧନଲାଭ ହେବାର ଯୋଗ ଅଛି । ଦୂର ସ୍ଥିତ ପ୍ରିୟଜନଙ୍କ ସହ ସାକ୍ଷାତ ହେବ । କାରୋବାରରେ ଲାଭ ମିଳିବ । ମନ ପ୍ରସନ୍ନ ରହିବ । ପାରିବାରିକ ବାତାବରଣ ଅନୁକୂଳ ରହିବ ।

୩-ମିଥୁନ

ଆଜି ନୂଆ ଅଫର ଆପଣଙ୍କୁ ମଜବୁତି ପ୍ରଦାନ କରିବ । ସମର୍ପଣ ଭାବନା ଦ୍ଵାରା କାମ କରନ୍ତୁ । ଯୁବପିଢୀମାନେ ମୌଜ ମସ୍ତି କରିବେ । ଜୀବନସାଥିଙ୍କ ଠାରୁ ଉପହାର ମିଳିପାରେ । ଆପଣଙ୍କୁ ନିଜର କାମରେ ସଫଳତା ଅବଶ୍ୟ ମିଳିବ । କୌଣସି ବିବାଦ ସମଧାନ ହୋଇପାରେ । ଆୟ ଓ ବ୍ୟୟରେ ସମାନତା ସ୍ଥିତି ରହିବ । ଅଟକିଥିବା କାର୍ଯ୍ୟରେ ପ୍ରଗତି ହେବ । ମହିଳାମାନେ ନିଜର ଦରକାରୀ ଜିନିଷ କିଣିବେ । ଅତୀତର ବିବାଦରୁ ମୁକ୍ତି ମିଳିବ ।

୪-କର୍କଟ

ଆଜି ପୁରୁଣା ଭୁଲକୁ ନେଇ ଭୟ ରହିବ । ପାର୍ଟନରଶିପ ଦ୍ଵାରା ଚାଲୁଥିବା କମ୍ପାନୀରେ ନୂତନ ଅଫର ମିଳିବ । ଭାଗ୍ୟ ପକ୍ଷ ମଜବୁତ ହେବା ଦ୍ଵାରା କୌଣସି ବଡ ହାନି ହୋଇପାରେ । ଧାର୍ମିକ କାର୍ଯ୍ୟର ଆୟୋଜନ କିମ୍ବା ଧାର୍ମିକ ଯାତ୍ରାର ଯୋଗ ଅଛି । ସମାନ ବିଚାର ଧାରା ଲୋକମାନଙ୍କ ସହିତ କାମ କରିବାର ଚାନ୍ସ ମିଳିବ । ଦ୍ଵିତୀୟ ବ୍ୟକ୍ତିଙ୍କ ଭୁଲ ନିଜ ଉପରେ ଆସିପାରେ । ଆଜିର ଦିନ ଆପଣଙ୍କ ପାଇଁ ସୁଖମୟ ରହିବ ।

୫-ସିଂହ

ଆଜି ଆପଣଙ୍କ ପରିବାରରେ ସାମଞ୍ଜସ୍ୟ ରହିବ । ପରିଜନମାନଙ୍କ ପାଇଁ ବୈବାହିକ ଜୀବନରେ କିଛି ଅସୁବିଧା ଆସିପାରେ । କୌଣସି ବି ନୂଆଁ ଯୋଜନା ବର୍ତ୍ତମାନ ଆରମ୍ଭ କରନ୍ତୁ ନାହିଁ । ଶୁଭ ସମୟର ଅପେକ୍ଷା କରନ୍ତୁ । କ୍ରୋଧ ଏବଂ ଆକ୍ରୋଶ ଠାରୁ ବଞ୍ଚନ୍ତୁ । କୌଣସି ମିତ୍ରର ସହଯୋଗ ଦ୍ଵାରା ଚାକିରିର ନୂତନ ଅବସର ମିଳିବ । ଧନର ଆଗମନ ହେବ । ମନରେ ନକାରାତ୍ମକ ବିଚାରର ପ୍ରଭାବ ରହିବ । ଆୟର ସ୍ରୋତ ବିକଶିତ ହୋଇପାରେ ।

୬-କନ୍ୟା

ଆଜି ଆପଣ ନିଜ ହାତରେ ନେଇଥିବା କାର୍ଯ୍ୟରେ ସଫଳତା ମିଳିବ । ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ଉପରେ ଅଳ୍ପ ଧ୍ୟାନ ଦେବାକୁ ପଡିପାରେ । ଜୀବନସାଥିଙ୍କ ସହିତ ସମୟ ଅତିବାହିତ କରିବେ । କୌଣସି ସ୍ଥାନକୁ ଅଚାନକ ଯାଇ ପାରନ୍ତି । ଏହି ଯାତ୍ରା ଦ୍ଵାରା ଆପଣଙ୍କୁ ବହୁତ ଲାଭ ମିଳିବ । ଚାକିରି ଓ ବ୍ୟବସାୟରେ ନୂଆ ଅବସର ପ୍ରାପ୍ତ ହେବ । ଆପଣଙ୍କ ଧର୍ମକାର୍ଯ୍ୟ ପ୍ରତି ଆସ୍ଥା ବଢିବ । ଅସୁବଡ଼ିହା ସମୟରେ ମିତ୍ରମାନେ ଓ ପରିବାର ଲୋକମାନେ ଆପଣଙ୍କ ସହଯୋଗ କରିବେ ।

୭-ତୁଳା

ଆପଣଙ୍କ ଦିନ ଆନନ୍ଦପୂର୍ଣ ଓ ଉତ୍ସାହପୂର୍ଣ ମାନସିକତାରେ ରହିବ । ଧନ ସମ୍ବନ୍ଧିତ ଲାଭ ହେବାର ସମ୍ଭାବନା ଅଛି । ଗୃହସ୍ତ ଜୀବନରେ ମଧୁରତା ଆସିବ । ଆକସ୍ମିକ ଧନ ଲାଭର ଯୋଗ ଅଛି । ଛୋଟ ପ୍ରବାସର ଆୟୋଜନ କରି ପାରିବେ । ବ୍ୟାପାରୀମାନଙ୍କ ବ୍ୟାପାରରେ ବୁଦ୍ଧି ହେବ । ବିଦେଶ ସ୍ଥିତ କମ୍ପାନୀରୁ ଶୁଭ ସମଚାର ମିଳିବ । କୌଣସି ବି ବଡ କାର୍ଯ୍ୟରେ ହାତ ଦେବା ପୂର୍ବରୁ ଚିନ୍ତା କରନ୍ତୁ ।

୮-ବିଚ୍ଛା

ଆଜି ଆପଣ ଭାବନାରେ ବହି ପାରନ୍ତି । ପ୍ରିୟଜନଙ୍କ ସହିତ ସାକ୍ଷାତ ହେବ । ଆପଣଙ୍କ ବିରୋଧୀମାନେ ଆପଣଙ୍କ ଉପରେ ବିଜୟ କରିବେ । ମଧ୍ୟାହ୍ନ ପରେ ସ୍ଥିତିରେ ସୁଧାର ଆସିବ । ବ୍ୟବସାୟୀମାନଙ୍କୁ ନିଜର କର୍ମଚାରୀମାନଙ୍କୁ ନେଇ ଅସୁବିଧାର ସାମ୍ନା କରିବାକୁ ପଡିପାରେ । ଆମଦାନୀକୁ ବଢାଇବାର ପ୍ରୟାସରେ ଆପଣ ନିଶ୍ଚିତ ସଫଳ ହେବେ । ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହା ଶୁଭ ସମୟ ଅଟେ ।

୯-ଧନୁ

ଆଜି ପାର୍ଟନରଶିପରେ କରିଥିବା କାମ ଲାଭଦାୟକ ପ୍ରମାଣିତ ହେବ । ଲୋକମାନଙ୍କ ବୈବାହିକ ଜୀବନରେ ଦଖଲ ଦିଅନ୍ତୁ ନାହିଁ । ସବୁଥିରେ ଶାନ୍ତ ରହିବା ଆପଣଙ୍କ ପାଇଁ ଲାଭଦାୟକ ଅଟେ । କୌଣସି ବ୍ୟକ୍ତି ଆପଣଙ୍କ ସହନଶକ୍ତି ଓ ବୁଦ୍ଧିମତାର ପରୀକ୍ଷା ନେଇ ପାରେ । ଭାଇମାନଙ୍କ ମଧ୍ୟରେ ପ୍ରେମ ବଢିବ । ମଧ୍ୟାନ ପରେ ଆପଣଙ୍କ ଚିନ୍ତା ଆରମ୍ଭ ହୋଇପାରେ । ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ ।

୧୦-ମକର

ଆଜି କିଛି ନୂତନ ଜିନିଷ ପାଇବେ ଯାହା ବିଷୟରେ ଆପଣ ଚିନ୍ତା କରୁଥିବେ । ଆପଣଙ୍କ ଆୟରେ ବୁଦ୍ଧି ହେବ । ଖାନପାନରେ ସଂଯମ ରଖନ୍ତୁ । ମିତ୍ରମାନଙ୍କ ସହଯୋଗ ଦ୍ଵାରା କାରୋବାରରେ ଅନୁକୂଳ ପରିସ୍ଥିତି ରହିବ । କାରୋବାରରେ ଲାଭ ହୋଇପାରେ । ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟାରୁ ମୁକ୍ତି ମିଳିବ । ଆପଣ ନିଜର ଜୀବନସାଥିଙ୍କ ସହିତ ଭଲ ସମୟ ବ୍ୟତୀତ କରିବେ ।

୧୧-କୁମ୍ଭ

ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଅଟେ । ଦିନସାରା ମାନସିକ ରୂପରେ ସୁସ୍ଥ ରହିବେ । ଏହି ସମୟ ଆପଣଙ୍କ ବହୁତ ପରିଶ୍ରମ କରିବାକୁ ହେବ । ଆଜି ଆପଣଙ୍କ ପାରିବାରିକ ସୁଖ ମିଳିବ । ଆଜି ଆପଣଙ୍କୁ କୌଣସି ହଜି ଯାଇଥିବା ଜିନିଷ ମିଳିବ । ପୁରୁଣା କରଜରୁ ମୁକ୍ତି ମିଳିପାରେ । ସ୍ଵଭାବରେ କିଛି ଚେଞ୍ଜେସ ଆସିପାରେ ।

୧୨-ମୀନ

ଆଜି ଆପଣଙ୍କୁ ଅସାଧାରଣ ଶକ୍ତି ମିଳିବ । ମହତ୍ଵପୂର୍ଣ ବିଚାର ବିମର୍ଶରେ ଅଂସ ହେବେ । ଆଳସ୍ୟ ଠାରୁ ବଞ୍ଚି ରହିବା ପାଇଁ ଲାଭପ୍ରଦ ରହିବେ । ମାନସିକ ଚିନ୍ତା ଦୂର ହେବା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କୁ ନିଜର କୌଣସି ପାଖ ଲୋକ ଠାରୁ ବଞ୍ଚି ରହିବାର ଅଛି । ଆପଣ ନିଜର ଜୀବନସାଥିଙ୍କ ପାଇଁ ଆଜି ବହୁତ ମହତ୍ଵ ରଖିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।