ଦିନରେ ଡାକ୍ତର, ରାତିରେ ରାବଣ, ଡାକ୍ତର ଜଣକ ଯାହା କହୁଛନ୍ତି ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ…ଦେଖନ୍ତୁ Video

ଡାକ୍ତରରୁ ବନିଗଲେ ରାବଣ । ଦିନରେ ଷ୍ଟେଥୋସ୍କୋପ ଆଉ ରାତିରେ ଖଣ୍ଡା ଧରୁଛନ୍ତି । ରୋଗୀ ସେବା ତାଙ୍କ ପେଶା ଆଉ ନିଶା ହେଉଛି ଅଭିନୟ । ଏହା ଶୁଣି ଆପଣ ଟିକେ ଚମକି ପଡିଥିବେ । ଭାବୁଥିବେ ଡାକ୍ତର ଜଣକ କାହିଁକି ରାବଣ ବନିଗଲେ । କାହିଁକି ନା ତାଙ୍କ ନିଶା ଥିଲା ରାମଳୀଳାରେ ସାମିଲ ହେବା । ଏହି ଚିତ୍ରପଟ ଦେଖିଲା ପରେ ଆପଣଙ୍କୁ ନିଶ୍ଚୟ ଟିକେ ଗର୍ବ ଅନୁଭବ ହୋଇଥିବ । ହୃଦୟଙ୍ଗମ କରି ପାରୁଥିବେ କି ଆମ ସଂସ୍କୃତି କେତେ ବଢିଆ ।

ଖୁସି ଲାଗୁଛି କି ବଲାଙ୍ଗୀର ସହରର ରାମସେ ପଡାରେ ଥିବା ଜଣାଶୁଣା ସ୍ତ୍ରୀ ପ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ରୁଦ୍ର ନାରାୟଣ ପଟେଲ ରାମଳୀଳାରେ ନିଜକୁ ରାବଣ ଭାବେ ସଜେଇ ହାତରେ ଧରିଛନ୍ତି ଖଣ୍ଡା । ଆଉ ମଞ୍ଚ ଉପରେ ଜୋରଦାର ଅଭିନୟ ମାଧ୍ୟମରେ ଯୁଦ୍ଧ କରି ଦେଖାଇଛନ୍ତି । ଡାକ୍ତର ଭଳି ଗୋଟିଏ ଦାୟିତ୍ଵବାନ ବୃତ୍ତିରୁ ରାତିର ମଞ୍ଚକଳା ଭିତରେ ଏମ ସମାନ୍ତରାଳ ରେଖା ଟାଣି ପଡ଼ିଛନ୍ତି ଡାକ୍ତର ପଟେଲ ।

ତେବେ ଡାକ୍ତର ବାବୁଙ୍କ ଏହିପରି ନିଶା ପଛରେ ଆଉ ଏକ ଉଦ୍ଦେଶ୍ୟ ମଧ୍ୟ ରହିଛି । ସ୍ଥାନୀୟ ଅଞ୍ଚଳରେ ରାମଳୀଳା ଭଳି ପୁରାତନ ଲୋକପ୍ରିୟ ଲୋକକଳାକୁ ବଞ୍ଚେଇ ରଖିବାକୁ ତାଙ୍କର ଏହି ଉଦ୍ୟମ । ଆଜିର ଏହି ଆଧୁନିକତା ଭିତରେ ଅନେକ ଲୋକ ଆମ ସଂସ୍କୃତିକୁ ପ୍ରାୟତଃ ପାସୋରି ଯାଉଛନ୍ତି । କିନ୍ତୁ ଏହିଭଳି କିଛି ମହାନ ଲୋକ ତଥା ସଂସ୍କୃତି ପ୍ରିୟ ଲୋକଙ୍କ ପାଇଁ ଆମ କଳା, ସଂସ୍କୃତି, ପରମ୍ପରା ଆମ ମନରୁ ସଂପୂର୍ଣ୍ଣ ଭାବେ ଲିଭି ପାରି ନାହିଁ ।

ଏବେବି ଅନେକ ସ୍ଥାନରେ ଏହି ପାରମ୍ପରିକ ଲୋକନାଟ୍ଯ ଲାମଳୀଳା ବଞ୍ଚି ରହିଛି । ଡାକ୍ତରଙ୍କ ଏହି ଅଭିନୟ ଦେଖି ଦର୍ଶକେ ମଧ୍ୟ ବେଶ ଖୁସି ହେଉଛନ୍ତି । ଜଣେ ଡାକ୍ତର ଭଳି ସମ୍ମାନସ୍ପଦ ବୃତ୍ତିରେ ଥିବା ସତ୍ତ୍ୱେ ଅଭିନୟ ତଥା ଆମ ସଂସ୍କୃତି ପ୍ରତି ଉତ୍ସର୍ଗୀକୃତତା ଜନ ସାଧାରଣଙ୍କୁ ବେଶ ଆକୃଷ୍ଟ କରୁଛି । ରାତିରେ ବିକଟାଳ ହସ ହସୁଥିବା ଡାକ୍ତର ଦିନରେ ଜଣେ ପେଷାଗତ ଡାକ୍ତର ଅଟନ୍ତି । ଏହି ଡାକ୍ତରଙ୍କ ଏପରି ନମ୍ର ସ୍ଵଭାବ ଅନେକଙ୍କ ହୃଦୟକୁ ସ୍ପର୍ଶ କରୁଛି ।

ତାଙ୍କ ଦେଖାଦେଖି ଆମ ସଂସ୍କୃତିକୁ ଆଗେଇ ନେବା ପାଇଁ ଆହୁରି ମଧ୍ୟ ଲୋକ ନିଶ୍ଚୟ ଉଠିବେ ବୋଲି ଆମର ଆଶା ଏବଂ ବିଶ୍ବାସ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।