ଧନୀ ହେବାକୁ ଓ ଅଏସରେ ଜୀବନ ବିତାଇବାକୁ ପ୍ରତ୍ଯେକ ବ୍ୟକ୍ତି ଚାହାନ୍ତି । ମଣିଷ ପାଖରେ ଯେତେ ବି ଧନ ସମ୍ପତ୍ତି ଥାଉ ସେ ତା ସମ୍ପତ୍ତି ଆହୁରି ବଢେଇବାକୁ ଇଚ୍ଛା କରନ୍ତି । ସମ୍ପତ୍ତି ଆକଳନ କରିବା ଦ୍ଵାରା କାହା ପାଖରେ କେତେ ଧନ ସମ୍ପତ୍ତି ଅଛି ବା କିଏ କେତେ ଧନୀ ତାହା ଜାଣି ହୁଏ । ଯେମିତିକି ବର୍ତ୍ତମାନ ବିଶ୍ଵର ସବୁଠୁ ଧନୀ ବ୍ୟକ୍ତି ହେଉଛନ୍ତି ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ, ଯାହାଙ୍କ ସମ୍ପତ୍ତି ଆକଳନ କରି ହେବ ।
ଆମ ଦେଶରେ ମଧ୍ୟ ମୁକେଶ ଅମ୍ବାନୀଙ୍କ ପରି ଅନେକ ବ୍ୟକ୍ତି ବିଶେଷ ଅଛନ୍ତି ଯାହାଙ୍କ ସମ୍ପତ୍ତିର ମୂଲ୍ୟାୟନ କରାଯାଇ ପାରିବ । କିନ୍ତୁ ପୃଥିବୀ ଇତିହାସରେ ଏମିତି ଜଣେ ବ୍ୟକ୍ତି ଥିଲେ ଯାହାଙ୍କ ଧନର ଆକଳନ କରାଯାଇ ପାରିଲା ନାହିଁ । ତାଙ୍କ ପାଖରେ ଅସରନ୍ତି ଧନ ସମ୍ପତ୍ତି ଥିଲା କିନ୍ତୁ ଏହାର ପରିମାଣ କେତେ ତାହା କାହାରିକୁ ମଧ୍ୟ ଜଣା ନ ଥିଲା । ଏହି ବ୍ୟକ୍ତି ଜଣକ ହେଉଛନ୍ତି ଦକ୍ଷିଣ ଆଫ୍ରିକାର ମାଲି ସହରର ଟିମ୍ବାକୋଟୁ ରାଜା ମାଂସା ମୁଷା । ସେ ଥିଲେ ସେହି ସହରର ରାଜା ଓ ସେଠାରେ ସୁନାର ଭଣ୍ଡାର ମଧ୍ୟ ରହିଥିଲା ।
କୁହାଯାଏ କି ତାଙ୍କ ରାଜ୍ବତ କାଳରେ ସେଠାରେ ବର୍ଷକୁ ପ୍ରାୟ ୧୦୦୦ କିଲୋ ସୁନା ଉତ୍ପାଦନ କରାଯାଉ ଥିଲା । ମାଂସାଙ୍କର ପ୍ରକୃତ ନାମ ଥିଲା ମୁଷା କିଟା ପ୍ରଥମ । କିନ୍ତୁ ରାଜା ହେବା ପରେ ତାଙ୍କୁ ସମସ୍ତେ ମାଂସା ନାମରେ ଜାଣିଲେ । ମାଂସାର ଅର୍ଥ ହେଉଛି ବାଦଶାହ । ଗଣମାଧ୍ୟମ ଅନୁଯାୟୀ ମାଂସାଙ୍କ ସାମ୍ରାଜ୍ୟ ଏତେ ବଡ ଥିଲା ଯେ ଯାହାର ଶେଷ ସୀମା ମଧ୍ୟ ଅନୁମାନ କରାଯାଇ ପାରିବ ନାହିଁ । ୧୩୧୨ ଖ୍ରୀଷ୍ଟାବ୍ଦରେ ମାଲି ସହରର ଶାସକ ହୋଇଥିଲେ ମୁଷା ।
ସେ ତାଙ୍କ ୨୫ ବର୍ଷ ଶାସନକାଳ ମଧ୍ୟରେ ଅନେକ ମସଜିଦ ମଧ୍ୟ ନିର୍ମାଣ କରିଥିଲେ, ଯାହା ଆଜି ମଧ୍ୟ ଦେଖିବାକୁ ମିଳୁଛି । ୧୪୦୦ ଶତାବ୍ଦୀର ଏହି ବାଦଶାହ ମାଂସା ମୁଷାଙ୍କ ସମ୍ପତ୍ତିର ମୂଲ୍ୟ ୪୦୦୦ ବିଲିଅନ ଡଲାରରୁ ମଧ୍ୟ ଖୁବ ଅଧିକ ଥିଲା । କାଲିଫର୍ଣ୍ଣିଆ ୟୁନିଭରସିଟିର ଜଣେ ପ୍ରଫେସରଙ୍କ ମତରେ ମାଂସା ମୁଷା ଏତେ ଧନୀ ଥିଲେ ଯେ ତାଙ୍କ ସମ୍ପତ୍ତି ବିଷୟରେ ବର୍ଣ୍ଣନା କରିବା ସମ୍ଭବ ନୁହେଁ । ତାଙ୍କର ଅତୁଳନୀୟ ସମ୍ପତ୍ତିକୁ ଦେଖିଲେ ମୁଷାଙ୍କୁ ସର୍ବକାଳୀନ ଧନୀ ବ୍ୟକ୍ତି ବୋଲି କୁହାଯାଇ ପାରେ । ସେ ଏମିତି ଜଣେ ରାଜା ଥିଲେ ଯିଏ କେବେ ମଧ୍ୟ ନିଜ ପ୍ରଜାଙ୍କ ଦୁଃଖ ଦେଖି ପାରୁ ନ ଥିଲେ ।
ସେ ନିଜେ ପରିଶ୍ରମ କରିବା ସହ ପ୍ରଜା ମାନଙ୍କୁ ମଧ୍ୟ ପରିଶ୍ରମ କରିବା ପାଇଁ ପରାମର୍ଶ ଦେଉଥିଲେ। ସମ୍ମାନର ସହ ଦୁନିଆରେ ବଞ୍ଚିବା ସହ ସବୁ ଜିନିଷର ସଦୁପଯୋଗ କରିବାକୁ ମଧ୍ୟ ଉପଦେଶ ଦେଉଥିଲେ । ସେଥିପାଇଁ ତ ତାଙ୍କୁ ଇତିହାସର ସବୁଠୁ ଧନୀ ବ୍ୟକ୍ତି ବୋଲି କୁହାଯାଉଛି । ମାଂସା ଜଣେ ନିଷ୍ଠାବାନ ମୁସଲମାନ ଥିଲେ । ସେ ହଜ୍ କରିବାକୁ ଯିବା ସମୟରେ ବିଭିନ୍ନ ସ୍ଥାନରେ ବିପୁଳ ପରିମାଣରେ ସୁନା ଦାନ କରିଥିଲେ । ଯାହା ଫଳରେ ସାରା ବିଶ୍ବରେ ସୁନାର ମୂଲ୍ୟ କମି ଯାଇଥିଲା । ଏହି ଯାତ୍ରାରେ ତାଙ୍କ ସହ ପ୍ରାୟ ୬୦ ହଜାର ତୀର୍ଥ ଯାତ୍ରୀ ଯାଇଥିଲେ ଓ ସେମାନଙ୍କ ମଧ୍ୟରେ ଥିଲେ ୧୨ ହଜାର କ୍ରୀତଦାସ ।
ସେ ସମସ୍ତଙ୍କ ଦେହରେ ପ୍ରାୟ ଦେଢ କିଲୋ ଲେଖାଏଁ ସୁନା ଅଳଙ୍କାର ଥିଲା ଓ ସେମାନଙ୍କୁ ବୋହି ନେଇ ଯାଉଥିବା ଓଟ ପିଠିରେ ମଧ୍ୟ ଅପର୍ଯ୍ୟାପ୍ତ ସୁନାଗହଣା ଲଦା ହୋଇଥିଲା । ତେବେ ତାଙ୍କ ଜନ୍ମ ଏବଂ ମୃତ୍ୟୁକୁ ନେଇ କୌଣସି ସଠିକ ତଥ୍ୟ ନାହିଁ । ସେଥିପାଇଁ ବିଶ୍ଵର ଏହି ଧନୀ ବ୍ୟକ୍ତିଙ୍କୁ ଅତ୍ୟନ୍ତ ରହସ୍ୟମୟ ବୋଲି କୁହାଯାଏ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।