ପ୍ରେସମିଟ୍ ରେ Humane Sagar ଙ୍କୁ ନେଇ ବିଷ ଓଗାଳିଲେ ପତ୍ନୀ Shriya Mishra, ସମାଧାନ ହେବ ତ ଏହି ଷ୍ଟାର ଦମ୍ପତିଙ୍କ ପାରିବାରିକ ବିବାଦ ?

କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିରୋଧରେ ଅଭିଯୋଗର ଫର୍ଦ୍ଦ ଲମ୍ବା ହେବାରେ ଲାଗିଛି । ପତ୍ନୀ ଶ୍ରୀୟା ମିଶ୍ର ଗଣମାଧ୍ୟମରେ ପ୍ରକାଶ କରିଛନ୍ତି କି, ହ୍ୟୁମାନ ତାଙ୍କୁ ଖୁବ ମାଡ ମାରନ୍ତି । ହ୍ୟୁମାନ ତାଙ୍କୁ ଉଭୟ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା କଥା ଏକ ପ୍ରେସମିଟରେ କହିଛନ୍ତି ଶ୍ରୀୟା । ସ୍ଵାମୀଙ୍କ ନିର୍ଯ୍ୟାତନା ଅଧିକ ହେବାରୁ ସେ ବାଧ୍ୟ ହୋଇ ବାପଘରକୁ ପଳାଇଥିଲେ । ହେଲେ ସମାଧାନର ବାଟ ନ ଫିଟିବାରୁ ସେ ଥାନାର ଦ୍ଵାରସ୍ଥ ହୋଇଥିବା କହିଛନ୍ତି ।

ହ୍ୟୁମାନ ସାଗର ଅତ୍ୟଧିକ ମଦ୍ୟପାନ କରି ଘରକୁ ଆସନ୍ତି ଓ ତାଙ୍କୁ ମଦ ପିଇବାକୁ ବାରଣ କଲେ ସେ ମାଡ ମାରନ୍ତି । ଏପରିକି ଦିନେ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିବା କଥା କହିଛନ୍ତି ଶ୍ରୀୟା । ଏହା ତାଙ୍କ ଝିଅ ସହ ଘରକୁ କାମ କରିବାକୁ ଆସୁଥିବା ଜଣେ କର୍ମଚାରୀ ଦେଖିଛନ୍ତି । ତେବେ ମଦ୍ୟପାନ ସହ ହ୍ୟୁମାନ ଅନ୍ୟ ଝିଅଙ୍କ ସହ ସମ୍ପର୍କ ରଖିଛନ୍ତି । ଥାର୍ଡ ପର୍ଶନଙ୍କ ଏଣ୍ଟ୍ରି ହିଁ ଏହି ଅଶାନ୍ତିର ଆଉ ଏକ ମୁଖ୍ୟ କାରଣ ।

କେବଳ ସେତିକି ନୁହେଁ ବରଂ ହ୍ୟୁମାନ ଶ୍ରୀୟାଙ୍କୁ ତାଙ୍କ ଧର୍ମ ଅନୁସରଣ କରିବା ସହ ସିନ୍ଦୁର ପିନ୍ଧିବାକୁ ବାଧ୍ୟ ଅକରୁଥିଲେ । ଏପରିକି ମନ୍ଦିର ଯିବା ଏବଂ ଭୋଗ ଖାଇବାକୁ ମଧ୍ୟ ମନା କରୁଥିଲେ ବୋଲି ଶ୍ରୀୟା ଅଭିଯୋଗ କରିଛନ୍ତି । ତେବେ ଏସବୁ ଭିତରେ ବି ହ୍ୟୁମାନ ଯଦି ତାଙ୍କୁ ସ୍ତ୍ରୀର ମର୍ଯ୍ୟଦା ଦେଇ ଘରକୁ ନେବେ ତେବେ ସେ ବୁଝାମଣା ପାଇଁ ରାଜି ଥିବା କହିଛନ୍ତି ।

ତେବେ ଏହାରି ମଧ୍ୟରେ ହ୍ୟୁମାନ ଗତକାଲି ଏକ ଶୋ’ରେ ଯାଇ ଗୀତ ପରିବେଷଣ କରିଥିବା ଜଣାପଡିଛି । ହ୍ୟୁମାନ ସାଗରଙ୍କ ପାରିବାରିକ ବିବାଦକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି ଓ ଏହି ବିବାଦ ଆହୁରି ଆଗକୁ ବଢିବା ନେଇ ଆଶଙ୍କା କରାଯାଉଛି ବୋଲି ସମସ୍ତେ ଅନୁମାନ କରୁଛନ୍ତି । ତେବେ ଏହା ଏକପ୍ରକାର ସତ ହୋଇଛି ବୋଲି ଜଣାପଡୁଛି । କାରଣ ଆଜି ହିଁ ଉଭୟ ପକ୍ଷ ଥାନାରେ ଏକାଠି ହେବାର ଥିଲା କିନ୍ତୁ କେହି ଆସିଲେ ନାହିଁ ବରଂ ଆହୁରି ସମୟ ନେଇଛନ୍ତି ଶ୍ରୀୟା ।

ତେବେ ସମୟ ବଢିବା ସହ ଏହି ମାମଲା ଆହୁରି ବଢିବ ବୋଲି ଆଶଙ୍କା ରହିଛି । ଯଦି ଉଭୟ ପକ୍ଷ ସମାଧାନ ଚାହୁଁଛନ୍ତି ତେବେ ପରସ୍ପର ବିପକ୍ଷରେ ଏଭଳି ନେଗେଟିଭ ମନ୍ତବ୍ୟ ଦେଉ ନଥାନ୍ତେ ବୋଲି ଲୋକେ କଥା ହେଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।