ଯାତ୍ରା ମାଲିକଙ୍କୁ ସାଢେ 5 ଲକ୍ଷ ଟଙ୍କା ସୁଝି ଯାତ୍ରା ଛାଡିବେ Rani Panda, ଏନେଇ ନିଜେ ଫେସବୁକରେ ଜଣାଇଲେ ଗୋଟି ଗୋଟି କଥା, ଦେଖନ୍ତୁ କଣ ଲେଖିଛନ୍ତି Rani

ସବୁବେଳେ ଚର୍ଚ୍ଚାରେ ରହୁଥିବା ରାଣୀ ପଣ୍ଡାଙ୍କୁ ନେଇ ପୁଣି ଥରେ ନୂଆ ଖବର ସାମ୍ନାକୁ ଆସିଛି । ସ୍ଵର୍ଣ୍ଣମନ୍ଦିର ଯାତ୍ରାପାର୍ଟି ମାଲିକଙ୍କୁ ରାଣୀ କୁଆଡେ 5 ଲକ୍ଷ 50 ଟଙ୍କା ସୁଝିବାର ଅଛି । ଏତିକି ଟଙ୍କା ମାଲିକଙ୍କୁ ଫେରାଇବା ପରେ ସେ ଯାତ୍ରା ସ୍ଵର୍ଣ୍ଣମନ୍ଦିର ଛାଡିଦେବେ । କିଛି ମାସ ତଳେ ସ୍ଵର୍ଣ୍ଣମନ୍ଦିର ଯାତ୍ରାପାର୍ଟିରେ ରାଣୀ ପଣ୍ଡାଙ୍କ ଜୀବନ କାହାଣୀ ଉପରେ ଆଧାରିତ ଯାତ୍ରା “ଘୋଡା ହାତୀ ଗଣ୍ଡାକୁ ଗଣ୍ଡା, ଏକା ଲଢିବ ରାଣୀ ପଣ୍ଡା” ବେଶ ଲୋକପ୍ରିୟତା ଅର୍ଜନ କରିଥିଲା ।

ଯାହାକି ଏବେବି ଅନେକ ସ୍ଥାନରେ ଯାତ୍ରାରେ ଚାଲିଛି ଓ ଏହା ଦେଖିବାକୁ ଦର୍ଶକ ଭିଡ ଜମାଉଛନ୍ତି । ହେଲେ ରାଣୀ ସ୍ଵର୍ଣ୍ଣମନ୍ଦିର ଯାତ୍ରାପାର୍ଟି ଖୁବ ଶୀଘ୍ର ଛାଡିବେ ବୋଲି ଖବର ସାମ୍ନାକୁ ଆସିଛି । ଯାତ୍ରାପାର୍ଟି ମାଲିକଙ୍କୁ ସାଢେ 5 ଲକ୍ଷ ଟଙ୍କା ସୁଝିବା ପରେ ସେ ଏହି ଯାତ୍ରାପାର୍ଟିରୁ ବିଦାୟ ନେବେ ବୋଲି ନିଜେ କହିଛନ୍ତି । ଆଜ୍ଞା ହଁ, ରାଣୀ ପଣ୍ଡା ନିଜେ ଫେସବୁକ ପୋଷ୍ଟ ମାଧ୍ୟମରେ ଏହିଭଳି ଏକ ଖବର ପ୍ରକାଶ କରିଛନ୍ତି । ଯାହାକି ଅନେକ ଯାତ୍ରା ପ୍ରେମୀଙ୍କ ପାଇଁ ଏକ ଦୁଃଖଦ ଖବର ଅଟେ ।

ରାଣୀ ପଣ୍ଡାଙ୍କ ପ୍ରଶଂସକଙ୍କୁ ଏହି ଖବର ବେଶ ମର୍ମାହତ କରିଛି । ରାଣୀ ଫେସବୁକ ପୋଷ୍ଟରେ ଏଭଳି ସୂଚନା ଦେବା ପରେ ଅନେକ ପ୍ରଶଂସକ ଦୁଃଖ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି । ଖୁବ କମ୍ ଦିନ ମଧ୍ୟରେ ରାଣୀ ସ୍ଵର୍ଣ୍ଣମନ୍ଦିର ଯାତ୍ରାରୁ ବିଦାୟ ନେଉଛନ୍ତି ବୋଲି ନିଜେ ଯାତ୍ରା ମଣ୍ଡପରେ ମଧ୍ୟ କହି ସାରିଛନ୍ତି ।

ଘୋଡା ହାତୀ ଗଣ୍ଡାକୁ ଗଣ୍ଡା, ଏକା ଲଢିବ ରାଣୀ ପଣ୍ଡା ନାଟକଟି ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଥିଲା । ହେଲେ ଏବେ ସେଇ ଯାତ୍ରାପାର୍ଟି ଛାଡିବାକୁ ଯାଉଛନ୍ତି ରାଣୀ । ଏନେଇ ରାଣୀ ନିଜ ପୋଷ୍ଟରେ ଲେଖିଛନ୍ତି କି, “ନମସ୍କାର ଓଡିଶାବାସୀ । ମୁଁ ଆପଣମାନଙ୍କ ଭଲପାଇବା ଓ ଶ୍ରଦ୍ଧାରେ ତିଆରି, ମୁଁ ଆପଣଙ୍କ ସୁଖ ଦୁଃଖର ସାଥି ବିବାଦୀୟ ରାଣୀ ପଣ୍ଡା । ମୋର ଅନେକ ଅସୁବିଧା ପାଇଁ ମୁଁ ମୋ ଆଡୁ ଯାତ୍ରା ସ୍ଵର୍ଣ୍ଣମନ୍ଦିର ଛାଡୁଛି । ଯାତ୍ରା ସ୍ଵର୍ଣ୍ଣମନ୍ଦିର ମାଲିକଙ୍କୁ ପଇସା ଦେବା ପାଇଁ ଆଉ 5 ଲକ୍ଷ 50 ହଜାର ଟଙ୍କା ବାକି ଅଛି ।

ସେହି ପଇସା ଶୀଘ୍ର ଚୁକ୍ତି କରି ମୁଁ ଯାତ୍ରାରୁ ବିଦାୟ ନେବି ।” ରାଣୀ ପଣ୍ଡା ନିଜେ ଏଭଳି ଲେଖିଥିବା ବେଳେ ତେବେ ଆଗକୁ ଏନେଇ ସେ ଆଉ କଣ କହୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।