ପ୍ରେମ କରି କଣ ମିଳିଲା ଏମାନଙ୍କୁ ? ଜୀବନ ଥିଲେ କେତେ ରଙ୍ଗ ଭରି ହୋଇଥାନ୍ତା ହେଲେ ଜୀବନ ହାରି ପାଇଲେ କଣ…!

ଏମାନେ ସମସ୍ତେ ପ୍ରେମ ରାଇଜରେ ପରସ୍ପର ଉଡି ବୁଲି ସୁନା ସପନ ଗଢୁଥିଲେ । ହେଲେ ଏମାନକ ଉପରେ କାହା ନଜର ଲାଗିଗଲା କି ! ଯେଉଁଥି ପାଇଁ ଏମାନେ ନିଜ ଜୀବନ ହାରିଦେଲେ ! ଆଜିକାଲି ଅଧିକାଂଶ ଯୁବପିଢିଙ୍କ ପ୍ରେମ ଆଗରେ ବାପାମା’ଙ୍କ ଭଲପାଇବା ସବୁକିଛି ତୁଚ୍ଛ । ଆଉ ବିବାହ ପୂର୍ବରୁ ଏକାଠି ହେବାର ନିଶା ସମସ୍ତଙ୍କୁ ଘାରୁଛି । ଯାହା ଭବିଷ୍ୟତରେ ସେମାନଙ୍କ ପାଇଁ କାଳ ସାଜୁଛି । ଯେଉଁଥି ଦେଖିବ ସେଇଠି ଏବେ ପ୍ରେମ, ପ୍ରତାରଣା ଆଉ ପ୍ରେମ ପାଇଁ ଜୀବନ ହାରିବାର ଘଟଣା ଦେଖିବାକୁ ମିଳୁଛି ।

କୁହାଯାଏ ପ୍ରେମ ଚିରନ୍ତନ ଆଉ ଶାଶ୍ଵତ ଏବଂ ପ୍ରେମର ଅନ୍ୟ ନାମ ହେଉଛି ତ୍ୟାଗ । କିନ୍ତୁ ଏବେ ଯେମିତି ଆମ ସମାଜରେ ପ୍ରେମର ପରିଭାଷା ଏକଦମ ବଦଳିଯାଇଛି । ଯେଉଁ ପ୍ରେମର ଅର୍ଥ ତ୍ୟାଗ ଥିଲା ତାହା ଆଜି କେବଳ ଉପଭୋଗରେ ପରିଣତ ହୋଇଯାଇଛି । ଅନ୍ୟପଟେ ପ୍ରେମିକ କିମ୍ବା ପ୍ରେମିକାଙ୍କୁ ନିଜର କରି ନପାରି ତାଙ୍କ ଜୀବନ ତାଙ୍କୁ ପିତା ଭଳି ଲାଗୁଛି । ଛୋଟରୁ ବଡ କରିଥିବା ବାପାମା’ଙ୍କ ଭଲପାଇବା ତାଙ୍କ ପାଇଁ ତୁଚ୍ଛ ହୋଇଯାଉଛି, ଫଳରେ ନିଜ ଜୀବନ ହାରି ଦେଉଛନ୍ତି ।

ଗତ କିଛିଦିନ ମଧ୍ୟରେ ଶୁଭଶ୍ରୀ ହେଉ ବା ମଡେଲ ସୌମ୍ୟ ହୁଅନ୍ତୁ ବା ଅଭିନେତ୍ରୀ ରଶ୍ମିରେଖା ଏବଂ ତାଙ୍କ ବୟଫ୍ରେଣ୍ଡ ସନ୍ତୋଷ, ସମସ୍ତେ ପ୍ରେମ ପାଇଁ ନିଜ ଜୀବନ ହାରି ଦେଇଛନ୍ତି । ଏହି ସମସ୍ତଙ୍କ ଘଟଣା ଆପଣଙ୍କର ବେଶ ଭଲଭାବେ ମନେଥିବ । ପ୍ରେମିକା ସୋନାଲି ଓ ମଡେଲ ସୌମ୍ୟଙ୍କ ମଧ୍ୟରେ ସବୁକିଛି ଠିକ ଚାଲିଥିଲା ଓ ବାହାଘର କଥାବି ଉଠିଥିଲା ।

ହେଲେ ହଠାତ ସୋନାଲିର ମନ ବଦଳି ଯାଇଥିଲା । କାର୍ ଓ ଟଙ୍କା ମାଗି ସୌମ୍ଯଙ୍କୁ ବ୍ଳାକମେଲ କରୁଥିଲା । ସୌମ୍ଯ ସେସବୁ ଦେବାକୁ ଅସମର୍ଥ ହେବାରୁ ବାଟ ଭାଙ୍ଗି ଚାଲିଗଲା ସୋନାଲି । ଯାହା ସହି ନପାରି ନିଜ ଜୀବନ ହାରିଦେଲା ସୌମ୍ଯ । ରଶ୍ମିରେଖା ମଧ୍ୟ ସେହିଭଳି ଅଭିନେତ୍ରୀ ହେବାର ସ୍ଵପ୍ନ ନେଇ ରାଜଧାନୀକୁ ଆସିଥିଲେ । କିନ୍ତୁ ପୁରୁଣା ପ୍ରେମିକଙ୍କୁ ଛାଡି ନୂଆ ପ୍ରେମିକ ସନ୍ତୋଷଙ୍କ ସହ ଏକାଠି ରହୁଥିଲେ । ଉଭୟଙ୍କ ମଧ୍ୟରେ ପୂର୍ବ ପ୍ରେମିକକୁ ନେଇ ଝଗଡା ହେବକରୁ ରଶ୍ମିରେଖା ମଧ୍ୟ ଜୀବନ ହାରିଦେଲେ ।

ଆଉ ତାଙ୍କ ପରେ ପରେ ପ୍ରେମିକ ସନ୍ତୋଷ ମଧ୍ୟ ନିଜ ଜୀବନ ହରିଦେଲେ । ସେହିଭଳି ଇଞ୍ଜିନିୟର ଶ୍ଵେତା, ଶୁଭଶ୍ରୀ ମଧ୍ୟ ଜୀବନ ହାରିଲେ । ପ୍ରେମ କରି ଏମାନଙ୍କୁ କଣ ମିଳିଲା ! କେଉଁଠି ହଜିଲା ଏମାନଙ୍କ ପ୍ରେମ ! ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।