ପ୍ରେମ ବିବାହ ପରେ ମହିଳା ୨ଜଣ ସ୍ଵାମୀ ଓ ୨ଟି ପିଲାଙ୍କୁ ଛାଡି ଲକଡାଉନରେ ପ୍ରେମୀ ସହିତ କଲା ତୃତୀୟ ବିବାହ

ରାଜସ୍ଥାନର ଜୋଧପୁରରେ ଏକ ଘଟଣା ସାମନାକୁ ଆସିଛି । ଜଣେ ମହିଳା ନିଜର ୨ଜଣ ସ୍ଵାମୀ ଏବଂ ୨ଟି ପିଲାଙ୍କୁ ଛାଡି ଲକଡାଉନରେ ପ୍ରେମୀ ସହିତ ତୃତୀୟ ବିବାହ କରିଛି । ପ୍ରଥମ ସ୍ଵାମୀର ଏହି ମାମଲାରେ କୌଣସି ପ୍ରତିକ୍ରିୟା ନାହିଁ କିନ୍ତୁ ଦ୍ଵିତୀୟ ସ୍ଵାମୀ ନ୍ୟାୟର ଦ୍ଵାରକୁ ଯାଇଛି । ଦ୍ଵିତୀୟ ସ୍ଵାମୀ ଏହାର ନ୍ୟାୟ କରିବା ପାଇଁ କୋର୍ଟ ପର୍ଯ୍ୟନ୍ତ ଯାଇଛି ।

୨୦୧୩ରେ ଅଭିଷେକଙ୍କ ସହିତ ବିବାହ କରିଥିଲେ

ଜୋଧପୁରରେ ଜଳଖିଆ ଦୋକାନ ଚଳାଉଥିବା ହାଉସିଂ ବୋର୍ଡର ବାସିନ୍ଦା ଅଭିଷେକ ବୈଷ୍ଣବ କହିଛନ୍ତି କି ୨୦୧୩ ମସିହାରେ ସେ ଡିମ୍ପଲ ନାମର ଯୁବତୀଙ୍କ ସହିତ ପ୍ରେମ ବିବାହ କରିଥିଲେ । ବିବାହର ଏକ ମାସ ପରେ ଡିମ୍ପଲ ଅଭିଷେକଙ୍କ ବିରୁଦ୍ଧରେ ଧାରା ୩୭୬ର ମାମଲା ଲେଖାଇଥିଲେ । ଅଭିଷେକ ୩ମାସ ଜେଲରେ ରହିଥିଲେ ।

ରାଜିନାମା ପରେ ଜନ୍ମ ହୋଇଥିଲେ ଦୁଇ ପିଲା

ଏହାପରେ ଡିମ୍ପଲ ଏବଂ ଅଭିଷେକଙ୍କ ମଧ୍ୟରେ ରାଜିନାମା ହୋଇଗଲା । ପୁଣିଥରେ ସେମାନେ ତାଙ୍କର ଦାମ୍ପତ୍ୟ ଜୀବନ ଆରମ୍ଭ କରିଥିଲେ । ଏହାପରେ ସେମାନଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ହେଲା । ବର୍ତ୍ତମାନ ଅଭିଷେକ ଓକିଲଙ୍କ ମାଧ୍ୟମରେ ଇସ୍ତଗାସା ମାହାନଗର ମାଜିଷ୍ଟ୍ରେଟ ସଂଖ୍ୟା ୮ କୋର୍ଟରେ ଉପସ୍ଥାପନ କରିଛନ୍ତି ।

ପ୍ରଥମ ବିବାହ ସୁନୀଲଙ୍କ ସହିତ ଏବଂ ଦ୍ଵିତୀୟ ବିବାହ ଅଭିଷେକଙ୍କ ସହିତ

ଅଭିଯୋଗ କରାଯାଇଛି କି ଡିମ୍ପଲ ପ୍ରଥମେ ବିବାହିତ ଥିଲେ । ତାଙ୍କର ବିବାହ ପାଲି ନିବାସୀ ସୁନୀଲ ଗର୍ଗ ନାମକ ବ୍ୟକ୍ତିଙ୍କ ସହିତ ହୋଇଥିଲା । ସେ ଏହି କଥାକୁ ଲୁଚାଇ ଅଭିଷେକଙ୍କ ସହିତ ଦ୍ଵିତୀୟ ବିବାହ କରିଥିଲେ ଏବଂ ତାଙ୍କର ଦୁଇଟି ପିଲା ମଧ୍ୟ ଅଛନ୍ତି । ତୃତୀୟ ସନ୍ତାନ ହେବାକୁ ଥିଲା । ସେ ତିନି ମାସର ଗର୍ଭବତୀ ଥିଲେ । କରୋନା ଭାଇରସ କାରଣରୁ ସାରା ଦେଶରେ ଲକଡାଉନ ଘୋଷଣା କରାଯାଇ ଥିଲା ।

ଲକଡାଉନରେ ଗଲେ ଆଉ ଫେରିଲେ ନାହିଁ

ଲକଡାଉନ ସମୟରେ ଡିମ୍ପଲ ନିଜ ବାପଘରକୁ ଯାଇଥିଲେ । ଲକଡାଉନ ହେବାରୁ ସେ ସେଠାରେ ରହିଯାଇ ଥିଲେ । ଲକଡାଉନ ସମୟରେ ଅଭିଷେକ ତାଙ୍କ ସହିତ ଫୋନରେ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ସେ କୌଣସି ଉତ୍ତର ଦେଇ ନଥିଲେ । ଲକଡାଉନ ଟିକେ କୋହଳ ହେବା ପରେ ଅଭିଷେକ ତାଙ୍କୁ ଦେଖାକରିବା ପାଇଁ ତାଙ୍କ ଶ୍ଵଶୁରଘରକୁ ଗଲେ ଏବଂ ସେଠାରେ ଜଣାପଡିଲା କି ଡିମ୍ପଲ ନିଜ ପ୍ରେମୀ ସିରୋହୀ ନିବାସୀ ପ୍ରବୀଣଙ୍କ ସହିତ ତୃତୀୟ ବିବାହ କରିଛନ୍ତି ।

ବିବାହର ପ୍ରମାଣ ଦେଖାଇଲେ

ଅଭିଷେକ ଅଭିଯୋଗ କରିଛନ୍ତି କି ତାଙ୍କ ସ୍ତ୍ରୀ ଗର୍ଭପାତ କରାଇ ତୃତୀୟ ବିବାହ କରିଛନ୍ତି । ଦୁଇ ପିଲାଙ୍କୁ ସେ ଅଭିଷେକଙ୍କ ପାଖରେ ଛାଡିଯାଇଛନ୍ତି । ଅଭିଷେକ ତୃତୀୟ ବିବାହର ବିରୋଧ କରିଥିଲେ ସେତେବେଳେ ମାମଲା ପୋଲିସ ଥାନାରେ ପହଞ୍ଚିଥିଲା । ଅଭିଷେକଙ୍କ ଅନୁସାରେ ସେ ପୋଲିସଙ୍କୁ ବିବାହର କାଗଜପତ୍ର ଦେଖାଇଥିଲେ କିନ୍ତୁ କୌଣସି ସାହାଯ୍ୟ ମିଳିଲା ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।