ପ୍ରତିଦିନ କେବଳ 2 ଟି ରସୁଣ, କୋଲେଷ୍ଟ୍ରୋଲ, ହାର୍ଟ ପ୍ରୋବ୍ଲେମ, ଥଣ୍ଡା, କାଶ, କଫ ଜୀବନରେ କେବେ ବି ହେବ ନାହିଁ ! (Health Tips)

ଆୟୁର୍ବେଦରେ ରସୁଣକୁ ଅମୃତ ସମାନ ବୋଲି କୁହାଯାଏ । ରସୁଣ ଖାଇବାରେ ଅନେକ ଫାଇଦା ରହିଛି । ରସୁଣ ଆମ ଶରୀର ପାଇଁ ଅତ୍ୟନ୍ତ ଉପଯୋଗୀ ଅଟେ । ତେବେ ରସୁଣ କଣ ସତରେ ଫାଇଦା ଦେଇଥାଏ ? ଏହା କେମିତି ଖାଇବା ଆବଶ୍ୟକ ? ଏହିଅପରି ଅନେକ ପ୍ରଶ୍ନ ରହିଛି । ତେବେ ରସୁଣ କେମିତି ଖାଇବେ। କେତେ ପରିମାଣରେ ଖାଇବେ ଏହାର କଣ ସବୁ ଫାଇଦା ରହିଛି ତାହା ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଚାଲନ୍ତୁ ଆରମ୍ଭ କରିବା ।

ଯଦି ଆପଣ ରସୁଣ ଖାଇବେ ତେବେ ଜୀବନସାରା ଫିଟ୍ ରହିବେ ଓ ରୋଗ ଆପଣଙ୍କ ପାଖ ମାଡିବ ନାହିଁ । ଆପଣଙ୍କ ଶରୀର ଶକ୍ତିର ଭଣ୍ଡାର ହୋଇଯିବ ଓ କଫ, କାଶ, ଥଣ୍ଡା, ଇନଫ୍ଲୁଏଞ୍ଜା ଆଦୀରୁ ରକ୍ଷା କରିବ । ଯଦି କଫ କାରଣରୁ ଆପଣକ ଫୁସଫୁସ କାମ କରୁନି ତେବେ ତାହାକୁ ଏହା ମଜବୁତ କରିବ । ରସୁଣ କୋଲେଷ୍ଟ୍ରୋଲକୁ ଆପଣଙ୍କୁ ଶରୀରରୁ ବାହାର କରିବା ସହ ହାର୍ଟ ସମସ୍ଯାରୁ ମଧ୍ୟ ରକ୍ଷା କରିଥାଏ ।

ରସୁଣ ଆପଣଙ୍କ କିଡନୀକୁ ସଫା କରିବାରେ ସାହାଯ୍ୟ କରିବା ସହ ଆପଣଙ୍କ ଶରୀରର ଇନସୁଲିନ ସ୍ତରକୁ ମଧ୍ୟ ଠିକ ରଖିଥାଏ । ଯାହାଫଳରେ ଆପଣଙ୍କୁ ଡାଇବେଟିସ ପରି ରୋଗ ହୋଇ ନଥାଏ ଓ ପରିସ୍ରା ମଧ୍ୟ ଠିକ ଭାବେ ହୋଇଥାଏ । ଏହା ଆପଣଙ୍କ ରକ୍ତ ଧମନୀକୁ ସଫା ରଖିବା ସହ ଏହାର ଇଲାଷ୍ଟିସିଟିକୁ ବଢେଇ ଥାଏ, ଫଳରେ ଆପଣଙ୍କୁ କେବେ ରକ୍ତଚାପ ଜନିତ ସମସ୍ଯା ଦେଖା ଦେଇ ନଥାଏ ।

ରସୁଣ ଆପଣଙ୍କ ମସ୍ତିଷ୍କକୁ ଆକ୍ଟିଭ ରଖିଥାଏ ଓ ଶରୀରକୁ ଫୁର୍ତ୍ତିଲା ବନେଇ ଥାଏ । ରସୁଣ ଆପଣଙ୍କ ଓଜନ ମଧ୍ୟ କମ୍ କରିଥାଏ, ଶରୀରକୁ ଶକ୍ତିରେ ଭରି ଦେଇଥାଏ । ଯଦି ଆପଣ ଥକାପଣ ଅନୁଭବ କରୁଛନ୍ତି, କାମ କରିବାକୁ ଆଗ୍ରହ ହେଉନାହିଁ, ଅଣ୍ଟା ବିନ୍ଧା ହେଉଛି ଏବଂ ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେଉଛି ତେବେ ଏହି ସବୁକୁ ସମୂଳେ ଭଲ କରି ଦେଇଥାଏ । ରସୁଣର ଏହି ସବୁ ଫାଇଦା ପାଇବା ପାଇଁ ଆମ ପ୍ରତିଦିନ ସକାଳୁ ଖାଲିପେଟରେ ଏକ କୋଲ କିମ୍ବା ଦୁଇ କୋଲ ରସୁଣକୁ ପ୍ରଥମେ ଚୋବାଇ ଖାଆନ୍ତୁ ଓ ତା’ପରେ ପାଣି ପିଇ ଦିଅନ୍ତୁ ।

ଆବଶ୍ୟକ ଅନୁସାରେ ଆପଣ ଗୋଟିଏ କିମ୍ବା ଦୁଇଟି ରସୁଣ ଖାଇ ପାରିବେ । ଏପରି ଖାଇବାର ମାସେରୁ ଦୁଇମାସ ମଧ୍ୟରେ ଆପଣ ଫରକ ଦେଖିବାକୁ ପାଇବେ । ଆପଣଙ୍କ ଶରୀର ଖୁବ ଫୁର୍ତ୍ତିଲା ହୋଇଯିବ ଓ ଏହା ଆପଣଙ୍କ ମୋଟାପଣ ମଧ୍ୟ କମ୍ କରିଦେବ । ରସୁଣ ଆପଣଙ୍କ ଶରୀରରେ ଅତ୍ୟଧିକ ଚର୍ବିକୁ ଜମା ହେବାକୁ ଦିଏ ନାହିଁ ଓ ଆପଣଙ୍କ ଫିଟନେସକୁ ବଜାୟ ରଖେ । କଞ୍ଚା ରସୁଣ ଖୁବ ଔଷଧୀୟ ଗୁଣରେ ଭରପୁର ଅଟେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।