ନମସ୍କାର ବନ୍ଧୁଗଣ । ଆପଣ ମାନେ ଓଡିଆ ଇଣ୍ଡଷ୍ଟ୍ରି ର ସୁପ୍ରସିଦ୍ଧ ସିଙ୍ଗର କୁଲଦୀପ ପଟ୍ଟନାୟକ ଓ ଈପ୍ସିତା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଦୁହେଁ ସଙ୍ଗୀତ ଦୁନିଆରେ ଏତେ ନିଖୁଣ ଯେ ତାଙ୍କର ସଙ୍ଗୀତ କୁ ସମସ୍ତେ ବହୁତ ପସନ୍ଦ କରିଥାନ୍ତି । ଦୁହେଁ ଓଡିଆ ଇଣ୍ଡଷ୍ଟ୍ରି ରେ ପରସ୍ପର କୁ ଜାଣିଥିଲେ । ଏହା ପରେ ଦୁହିଙ୍କର ବନ୍ଧୁତା ଓ ପରେ ବନ୍ଧୁତା ପ୍ରେମର ରୂପ ନେଇଥିଲା ।

ଆଉ ତା ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଯାହା ପାଇଁ ସେମାନେ ଖୁବ ଚର୍ଚ୍ଚା ରେ ରହିଥିଲେ । ଆଉ ଏବେ ଏହି ଦୁଇ କପଲ ବାପା-ମା ହେବାକୁ ଯାଉଛନ୍ତି । ଏ ନେଇ ଈପ୍ସିତା ଓ କୁଳଦୀପ ଏକ ସାକ୍ଷାତକାର ରେ ନିଜର ବୟାନ ଦେଇଛନ୍ତି । ଈପ୍ସିତା କହିଛନ୍ତି ଯେ “ଆମେ ଦୁହେଁ ଅନେକ ସମୟରେ ଛୁଆ ହୋଇଯାଉ । ଏବେ ଆମେ ବାପା ମା ହେବାକୁ ଯାଉଛୁ ।
ତେଣୁ ମୁଁ ବହୁତ ଖୁସି ଅଛି । ଛୁଆ ମାନଙ୍କୁ କେମିତି ସମ୍ଭାଳିବା ଉଚିତ ତାହା କୁଳଦୀପ ଙ୍କ ସହ ରହି ଶିଖି ସାରିଛି । ଯେ ହେତୁ କୁଳଦୀପ ମୋ ଠାରୁ ସିନିଯର ଥିଲେ ତେଣୁ ମୁଁ ତାଙ୍କୁ ଭାଇ ଡାକୁଥିଲି । ତା ପରେ କିଛି ଅଲଗା ନଜରିୟା ହୋଇଥିଲା । ମୁଁ କୁଳଦୀପ ଙ୍କୁ ପାଇ ବହୁତ ଖୁସି ଅଛି । ମୋ ମନରେ ଟିକେ ବି ଅନୁତାପ ନାହିଁ । କୁଳଦୀପ କହିଛନ୍ତି ଯେ “ସବୁ ବର୍ଷ ସାଇ ଭଜନ ପ୍ରୋଗ୍ରାମ ରେ ମୁଁ ଯାଏଁ ।

2013ରେ ମୁଁ ପାଠ ପଢିଥିଲି । ସେଇ ଟାଇମରେ ମୁଁ ତାଙ୍କୁ ଦେଖିଥିଲି । ପ୍ରଥମ ରୁ ସେ ମୋତେ ଭାଇ ବୋଲି ଡାକୁଥିଲେ । ସେଥିପାଇଁ ମୁଁ ଦୁଃଖ କରି ନ ଥିଲି । ତେଣୁ ରାକ୍ଷୀ ପୁର୍ଣ୍ଣିମା ଦିନ ମୁଁ ତାଙ୍କ ଏରିଆ ଆଖ ପାଖରେ ରୁହେନି କାରଣ ରାକ୍ଷୀ ବାନ୍ଧିବାକୁ ପଡିବ । ଲକ ଡାଉନ ସଋ ଯାଇଥିଲା କିନ୍ତୁ କୋଭିଡ ପିରିଏଡ ଚାଲୁଥିଲା । କମ ଲୋକରେ ହିଁ ଆମର ବାହାଘର ହୋଇଥିଲା ।
କିନ୍ତୁ ସେମିତି କିଛି ନାହିଁ । ପ୍ରକୃତ କଥା ହେଉଛି ଈପ୍ସିତା ବ୍ରାମ୍ହଣ ଘରର ଝିଅ ଓ ମୁଁ କରଣ ଘରର ପୁଅ । ବହୁତ ଚେଷ୍ଟା ପରେ ସେ ରାଜି ହୋଇଥିଲେ । ଅନେକ ମନାନ୍ତର ପରେ ତାଙ୍କ ଘର ଲୋକେ ରାଜି ହୋଇଥିଲେ । ରାଜି ହେଲା ପରେ ମୁଁ ଚାହିଁଲି ତୁରନ୍ତ ବାହା ହେବାକୁ । ତେଣୁ କୋଭିଡ କୁ ନ ଦେଖି ଆମେ ଦୁଇ ପରିବାର ମିଶି ବାହାଘର ପାଇଁ ସ୍ଥିର କରିଥିଲୁ ।
ଭଲ ପାଇବା ଆଜି ନ ଥିଲେ କାଲି ହୋଇଯିବ । କିନ୍ତୁ ସମ୍ପର୍କ ରେ ସମ୍ମାନ ରହିବା ଜରୁରୀ । ଆମ ଦୁଇ ଜଣଙ୍କର ସମ୍ମାନ ପରସ୍ପର ପ୍ରତି ସମାନ ରହିଛି । ମୁଁ ବହୁତ ଲକି ଈପ୍ସିତା ଙ୍କୁ ବାହା ହୋଇ” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ କଣ୍ଠ ଶିଳ୍ପୀ କୁଲଦୀପ ଓ ଈପ୍ସିତା ଙ୍କ ଯୋଡି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।