ସବୁ ବ୍ୟକ୍ତିଙ୍କୁ ଜୀବନରେ କିଛି ନା କିଛି ଚିନ୍ତା ଓ ସମସ୍ଯା ରହିଥାଏ । ଜୀବନରେ ସବୁ ସମୟ ଏକା ହୋଇ ନଥାଏ । ଠିକ ସେହି ଭଳି ସବୁ ଦିନ ଏକା ଭଳି ହୋଇ ନଥାଏ । କେଉଁ ଦିନ ବ୍ୟକ୍ତିଙ୍କ ପାଇଁ ଭଲ ହୋଇଥାଏ ଏବଂ କେଉଁ ଦିନ ବ୍ୟକ୍ତିଙ୍କ ପାଇଁ ଖରାପ ହୋଇଥାଏ । କିନ୍ତୁ କୌଣସି ବ୍ୟକ୍ତିର ଜୀବରେ ଅସୁବିଧା କିଛି ବେଶି ଥାଏ । ତାହାର ଜୀବନରେ ଖରାପ ସମୟର ଅନ୍ତ ହିଁ ହୁଏ ନାହିଁ ।
ମନାଯାଏ କି ୯ ଟି ଗ୍ରହ ମାନଙ୍କ ମଧ୍ୟରେ ସର୍ବୋଚ :
ରବିବାର ଦିନ ସୂର୍ଯ୍ୟଙ୍କର ପୂଜା ହୋଇଥାଏ ଏବଂ ବର୍ତ୍ତମାନ ସମୟରେ ପୃଥିବୀରେ ସୂର୍ଯ୍ୟଙ୍କୁ ଜୀବିତ ଦେବତା କୁହାଯାଏ । ସୂର୍ଯ୍ୟଦେବଙ୍କୁ ସବୁ ଗ୍ରହ ମଧ୍ୟରେ ସର୍ବୋଚ ବୋଲି ମନା ଯାଏ ।
ଘର – ପରିବାରୁ ମିଳିଥାଏ ମାନ – ସମ୍ମାନ :
ଆଜି ଆମେ ଆପଣଙ୍କୁ କିଛି ଉପାୟ କହିବାକୁ ଯାଉଛୁ, ଯାହାର ଆରମ୍ଭ ଯଦି ଆପଣ କରି ପାରିବେ ତେବେ ଘର ପାରିବାର ରୁ ମାନ- ସମ୍ମାନ ମିଳିବ ଏବଂ ଟଙ୍କା ପଇସା ବି ବଢିବାର ଲାଗିବ ।
ସୂର୍ଯ୍ୟଦେବଙ୍କର ୨୧ ଟି ଚମତ୍କାରୀ ନାମ :
ହିନ୍ଦୁ ଧର୍ମର ଶାସ୍ତ୍ରରେ ସୂର୍ଯ୍ୟଦେବଙ୍କର ୨୧ଟି ଚମତ୍କାରୀ ନାମ ବିଷୟରେ କୁହା ଯାଇଛି । ଏମିତି କୁହାଯାଏ କି ଯେଉଁ ବ୍ୟକ୍ତି ସୂର୍ଯ୍ୟଦେବଙ୍କର ଏହି ୨୧ଟି ନାମ ଜପ କରି ଥାଏ, ସୂର୍ଯ୍ୟଦେବ ବହୁତ ପ୍ରସନ୍ନ ହୋଇଥାନ୍ତି ଏବଂ ତାଙ୍କ ଜୀବନର ସବୁ ମନୋକାମନା ପୂର୍ଣ ହୋଇ ଥାଏ ।
ସୂର୍ଯ୍ୟଦେବଙ୍କର ୨୧ ଟି ଚମତ୍କାରୀ ନାମ :
· ବିକର୍ତନ
· ବିବସ୍ଵାନ
· ମାର୍ତଣ୍ଡ
· ଭାସ୍କର
· ରବି
· ଲୋକପ୍ରକାଶକ
· ଶ୍ରୀମାନ
· ଲୋକଚକ୍ଷୁ
· ଗୃହେସ୍ଵର
· ଲୋକସାକ୍ଷୀ
· ତ୍ରିଲୋକେଶ
· କର୍ତା
· ହର୍ତା
· ତମିସ୍ତହା
· ତପନ
· ତାପନ
· ସୂଚୀ
· ସପ୍ତାଶ୍ଵବାହନ
· ଗଭସ୍ତିହସ୍ତ
· ବ୍ରହ୍ମା
· ସର୍ବଦେବନମସ୍କୃତ
ଏମିତି ପ୍ରକାର ସୂର୍ଯ୍ୟଦେବଙ୍କର ନାମର ଜପ :
ପ୍ରାତଃ କାଳରେ ଉଠିବା ପରେ ସ୍ନାନ କରି ସଫା କପଡା ପିନ୍ଧନ୍ତୁ । ତତ୍ପଶ୍ଚାତ ସୂର୍ଯ୍ୟଦେବଙ୍କୁ ତମ୍ବା ମଗରେ ପାଣି ଚଢାନ୍ତୁ, ଏହା ସହିତ ସୂର୍ଯ୍ୟଦେବଙ୍କର ୨୧ଟି ନାମକୁ ଜପ କରନ୍ତୁ । ନାମ ର ଜପ କରି ଜୀବନରେ ଥିବା ଅସୁବିଧା ଗୁଡିକୁ ଦୂର କରିବା ପାଇଁ ସୂର୍ଯ୍ୟଦେବଙ୍କୁ ପାର୍ଥନା କରନ୍ତୁ । ଜ୍ୟୋତିଷଙ୍କ ଅନୁସାରେ ସୂର୍ଯ୍ୟଦେବଙ୍କୁ ମାନ ସମ୍ମାନର କାରକ ଗ୍ରହ ବୋଲି କୁହାଯାଏ ।
ଯେଉଁ ଲୋକମାନଙ୍କର ଜାତକରେ ସୂର୍ଯ୍ୟ ଅଶୁଭ ସ୍ଥିତିରେ ରହିଥାନ୍ତି, ସେହି ଲୋକମାନଙ୍କୁ ନିଜର ପରିବାର ରେ ମାନ – ସମ୍ମାନ ମିଳେ ନାହିଁ । ଏମିତି ରେ ବ୍ୟକ୍ତିଙ୍କୁ ସବୁଦିନ ସୂର୍ଯ୍ୟଦେବଙ୍କୁ ପାଣି ଅର୍ପିତ କରିବା ଦରକାର ।