ପ୍ରେମ ଏପରି ଏକ ସୁନ୍ଦର ଅନୁଭବ ଯାହା ସମସ୍ତଙ୍କୁ କେବେ ନା କେବେ ହୋଇଥାଏ । ଆଉ ପ୍ରଥମ ପ୍ରେମର କଥା ଆହୁରି ନିଆରା । ପ୍ରଥମ ପ୍ରେମ ସାର୍ଥକ ହେଉ କି ନହେଉ କିନ୍ତୁ ସବୁବେଳେ ମନେ ରୁହେ । ଜ୍ଯୋତିଷ ଅନୁସାରେ ବ୍ୟକ୍ତିଙ୍କ ନାମର ପ୍ରଥମ ଅକ୍ଷରରୁ ତାଙ୍କ ବିଷୟରେ ଅନେକ କିଛି ଜାଣି ହୁଏ । କିଛି ନାମର ଝିଅ ଏମିତି ଥାଆନ୍ତି ଯେଉଁମାନେ ନିଜ ପ୍ରଥମ ପ୍ରେମକୁ କେବେବି ଭୁଲି ପାରନ୍ତି ନାହିଁ । ଚାଲନ୍ତୁ ଦେଖିବା ସେମାନେ କେଉଁ ନାମର ଝିଅ ।

B ନାମର ଝିଅମାନେ
ଏହି ନାମର ଝିଅମାନେ ପ୍ରେମ ମାମଲାରେ ବହୁର ଆଗରେ ରହିଥାନ୍ତି ଓ ସାମାନ୍ଯ ଜିଦ୍ଦି ସ୍ଵଭାବର ମଧ୍ୟ ହୋଇଥାନ୍ତି । ଥରେ ଯାହା ପାଇବାକୁ ଇଚ୍ଛା କରନ୍ତି ତାହା ନିଶ୍ଚୟ ହାସଲ କରନ୍ତି । ଏମାନେ ଟିକେ କଞ୍ଚଳ ଓ ନଟଖଟ ସ୍ଵଭାବର ଏବଂ ଟିକେ ରାଗି ହୋଇଥିବାରୁ ଅଳ୍ପ କଥାରେ କାହା ସହ ବି ଝଗଡା କରିପକାନ୍ତି । ସେମାନେ ନିଜ ପ୍ରେମକୁ ପାଇବା ପାଇଁ ଏମିତି ଚେଷ୍ଟା କରନ୍ତି । କିନ୍ତୁ ଯଦି ସଫଳ ହୁଅନ୍ତିନି ତେବେ ବିବାହ ପରେ ମଧ୍ୟ ପ୍ରଥମ ପ୍ରେମ ତାଙ୍କ ମନରେ ରହିଥାଏ ।

K ନାମର ଝିଅମାନେ
ଏହି ନାମର ଝିଅମାନେ ବହୁତ ସୁନ୍ଦର ଏବଂ ଆକର୍ଷଣୀୟ ହୋଇଥାନ୍ତି । ଏମାନେ ଶାନ୍ତ ସ୍ଵଭାବର ହୋଇଥିଲେ ବି ବହୁତ ରୋମାଣ୍ଟିକ ହୋଇଥାନ୍ତି । ପ୍ରେମ ମାମଲାରେ ଏମାନେ ପ୍ରେମୀଙ୍କ ପ୍ରତି ଖୁବ ବିଶ୍ଵସ୍ତ ରୁହନ୍ତି । କିନ୍ତୁ ଯଦି ଏମାନଙ୍କୁ ନିଜର ପ୍ରେମ ହାସଲ ନହୁଏ ତେବେ ଏମାନେ ତାଙ୍କୁ କେବେବି ଭୁଲି ପାରନ୍ତି ନାହିଁ । ଏମାନେ ନିଜ ବୈବାହିକ ଜୀବନରେ ପୁରା ଧ୍ୟାନ ଦେଇ ପାରନ୍ତି ନାହିଁ ଓ ନିଜ ପ୍ରଥମ ପ୍ରେମକୁ ଝୁରି ହୁଅନ୍ତି ।

R ନାମର ଝିଅମାନେ
ଏହି ଝିଅମାନଙ୍କ ହୃଦୟ ବହୁତ କୋମଳ ଓ ପରିଷ୍କାର ହୋଇଥାଏ । ଏମାନେ ଥରେ ଯାହାକୁ ପ୍ରେମ କରନ୍ତି ତାଙ୍କୁ ସାରା ଜୀବନ ପାଇଁ ପ୍ରେମ କରନ୍ତି ଓ ମରିବା ଯାଏଁ ତାଙ୍କୁ ହୃଦୟରୁ କାଢି ପାରନ୍ତି ନାହିଁ । ଏମାନଙ୍କ ହୃଦୟରେ ପ୍ରଚୁର ପ୍ରେମ ଭରି ରହିଥାଏ । ଥରେ କାହାକୁ ମନେ ଦେଲେ ତାକୁ ସହଜରେ ଭୁଲି ପାରନ୍ତି ନାହିଁ । ଏମାନେ ବହୁତ ବୁଝିବା ସ୍ଵଭାବର ହୋଇଥିଲେ ମଧ୍ୟ ଏମାନଙ୍କ ଅତୁଟ ପ୍ରେମ ଏମାନଙ୍କ ଦୁର୍ବଳତା ବନିଯାଏ ।

M ନାମର ଝିଅମାନେ
ଏଇ ଝିଅମାନଙ୍କ ହୃଦୟ ମଧ୍ୟ ଅତ୍ୟନ୍ତ କୋମଳ ଓ ନିଖୁଣ ହୋଇଥାଏ । ଏମାନେ ଥରେ ଯାହାକୁ ପ୍ରେମ କରନ୍ତି ତାକୁ ସାରା ଜୀବନ ପାଇଁ ନିଜ ହୃଦୟରେ ବସାଇ ନିଅନ୍ତି । ଏମାନେ ନିଜ ପ୍ରେମରେ ଏତେ ପାଗଳ ହୋଇଯାନ୍ତି ଯେ ବିବାହ ପରେ ସ୍ଵାମୀଙ୍କ ଯତ୍ନ ଖୁବ ଭଲ ଭାବେ ରଖିଲେ ବି ପ୍ରଥମ ପ୍ରେମକୁ ଭୁଲି ପାରନ୍ତି ନାହିଁ । ଏମାନେ ସବୁବେଳେ ମନରେ ଆଶା ନେଇ ରହିଥାନ୍ତି କି ତାଙ୍କୁ କେବେ ନା କେବେ ତାଙ୍କ ସହ ଦେଖା ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।