ପ୍ରଭୁ ଜଗନ୍ନାଥଙ୍କୁ କାହିଁକି ଜ୍ଵର ହୁଏ ? ଏହା ପଛରେ ଥିବା ପ୍ରକୃତ କାହାଣୀ କଣ ଜାଣନ୍ତୁ…

ଦେବସ୍ନାନ ପୂର୍ଣ୍ଣିମା ପରେ ପ୍ରଭୁ ଜଗନ୍ନାଥଙ୍କୁ ୧୫ଦିନ ଯାଏଁ ଜ୍ଵର ହୋଇଥାଏ । ଏହି ସମୟରେ ତାଙ୍କର ବିଶେଷ ସେବା କରାଯାଏ । ହାଲୁକା ଖାଦ୍ଯ ସହ ବିଶେଷ ଔଷଧ ମଧ୍ୟ ଦିଆଯାଏ ଏବଂ କାଡା ପ୍ରସ୍ତୁର କରି ପିଇବାକୁ ମଧ୍ୟ ଦିଆଯାଏ । ପ୍ରଭୁ ଜଗନ୍ନାଥ ସୁସ୍ଥ ହେବା ପରେ ତାଙ୍କର ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୁଏ । ତେବେ ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଠେ କି ଭଗବାନଙ୍କୁ କେମିତି ଜ୍ଵର ହୁଏ ? ତେବେ ଆସନ୍ତୁ ଜାଣିବା ଏହା ପଛରେ ଥିବା ଏକ ସୁନ୍ଦର କାହାଣୀ ।

କାହାଣୀଟି ହେଉଛି ଜଗନ୍ନାଥ ଓ ତାଙ୍କର ଜଣେ ବଡ ଭକ୍ତ ମାଧବ ଦାସଙ୍କର । ସେ ମହାପ୍ରଭୁଙ୍କ ଭଜନାରେ ସର୍ବଦା ମଗ୍ନ ରହୁଥିଲେ ଓ ତାଙ୍କର ଦର୍ଶନ କରୁଥିଲେ । ସଂସାର ପ୍ରତି ତାଙ୍କର ବିଶେଷ ମୋହାମାୟା ନଥିଲା । ମାଧବ ଦାସ ଏକୁଟିଆ ରହୁଥିବାର ସବୁ କାମ ତାଙ୍କୁ ହିଁ କରିବାକୁ ପଡୁହିଲା । କିନ୍ତୁ ତାଙ୍କୁ ଦିନେ ବହୁତ ଜୋରରେ ଜ୍ଵର ହେଲା ଯେ ସେ ଉଠି ପାରିଲେନି । ତାଙ୍କୁ କେହି ସାହାଯ୍ୟ କରିବାକୁ ଆସୁଥିଲେ ସେ ମନା କରି ଦେଉଥିଲେ ।

ଆଉ କହୁଥିଲେ ପ୍ରଭୁ ଜଗନ୍ନାଥ ଅଛନ୍ତି ନା ସେ ମୋତେ ସାହାଯ୍ୟ କରିବେ । ମାଧବ ଦାସଙ୍କ ଦେହେ ଏତେ ଖରାପ ହେଲା ଯେ ସେ ନିଜ ବସ୍ତ୍ରରେ ମଳମୂତ୍ର କରିବାକୁ ଲାଗିଲେ । ମହାପ୍ରଭୁ ନିଜ ଭକ୍ତଙ୍କର ଏଭଳି ଅବସ୍ଥା ଦେଖି ସହିପାରିଲେ ନାହିଁ । ସେ ନିଯେ ଭକ୍ତ ମାଧବ ଦାସଙ୍କ ସେବା କରିବାକୁ ଆସିଲେ । ତାଙ୍କର ମଇଳା ବସ୍ତ୍ର ଧୋଇବା ଠାରୁ ନେଇ ଖିଅପିଆ ପର୍ଯ୍ଯନ୍ତ ସବୁ କାମ ଭଗବାନ କଲେ ।

କିଛିଦିନ ପରେ ମାଧବ ଦାସ ସୁସ୍ଥ ହେବାକୁ ଲାଗିଲେ । ତାଙ୍କର ଚେତନା ଆସିବା ପରେ ସେ ଜାଣିପାରିଲେ ଯେ ପ୍ରଭୁ ତାଙ୍କର ସେବା କରୁଛନ୍ତି । ସାରା ସଂସାର ଯାହାର ସେବା କରେ ସେ କାହିଁକି ମୋ ସେବା କରୁଛନ୍ତି ବୋଲି ମାଧବ ଦାସ ତାଙ୍କୁ ପ୍ରଶ୍ନ କଲେ । ଆପଣ ଚାହିଁଲେ ତ ମୋ ରୋଗ ଭଲ କରି ପାରିଥାନ୍ତେ ଆପଣ କାହିଁକି ମୋ ସେବା କଲେ ବୋଲି ସେ ମହାପ୍ରଭୁଙ୍କୁ ପ୍ରଶ୍ନ କଲେ ? ମହାପ୍ରଭୁ କହିଲେ ମୁଁ ମୋ ଭକ୍ତର କଷ୍ଟ ଦେଖିପାରିଲି ନାହିଁ ଏଥିପାଇଁ ତୁମର ସେବା କଲି ।

ଯାହା ଭାଗ୍ୟରେ ଅଛି ତାହା ନିଶ୍ଚୟ ଭୋଗିବାକୁ ପଡେ ନଚେତ ହୁଏତ ଏଥିପାଇଁ ଆଉ ଏକ ଜନ୍ମ ନେବାକୁ ପଡେ । ଆଉ ମୁଁ ଚାହେଁନାହିଁ ମୋର ଭକ୍ତ ଏହି ଛୋଟିଆ କାରଣ ପାଇଁ ଆଉ ଥରେ ଜନ୍ମ ନେଇ କଷ୍ଟ ପାଉ । ଏଥିପାଇଁ ମୁଁ ସେବା କରିବାକୁ ଆସିଗଲି ବୋଲି କହିଲେ ଜଗନ୍ନାଥ ।

ଆମେ ଅନେକ ସମୟରେ ଅଭିଯୋଗ କରିଥାଉ କି ଭଗବାନ ଦୁଃଖ ଦେଉଛନ୍ତି । ଦୁଃଖ ତ ଜୀବନରେ ଆସେ କିନ୍ତୁ ଏହାକୁ ସହ୍ୟ କରିବାକୁ ଭଗବାନ ହିଁ ଶକ୍ତି ଦିଅନ୍ତି । ଏଥିପାଇଁ ତାଙ୍କ ଉପରେ କେବଳ ପ୍ରେମ ଏବଂ ବିଶ୍ବାସ ଥିବା ଆବଶ୍ୟକ । ଏହାପରେ ଭଗବାନ ମାଧବଙ୍କୁ କହିଥିଲେ ତୁମ ଭାଗ୍ୟରେ ଆହୁରି ୧୫ଦିନ ଜ୍ଵର ଭୋଗିବାର ଅଛି । କିନ୍ତୁ ମୁଁ ଏହା ଆଉ ଦେଖିପାରିବି ନାହିଁ ।

ତେଣୁ ତୁମ ଭାଗ୍ଯର ୧୫ଦିନ ଜ୍ଵର ମୁଁ ମୋ ନିଜ ଉପରକୁ ନେଇଯାଉଛି । ସେହିଦିନ ଠାରୁ ମହାପ୍ରଭୁ ଭକ୍ତ ମାଧବ ଦାସଙ୍କ ଜ୍ଵର ନିଜ ଉପରକୁ ନେଇ ଯାଇଥିଲେ । ସେବେଠାରୁ ଜ୍ୟେଷ୍ଠ ମାସର ସ୍ନାନ ପୂର୍ଣ୍ଣିମା ପରେ ପ୍ରଭୁ ଜଗନ୍ନାଥଙ୍କୁ ଜ୍ଵର ହୁଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।