ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନ୍ୟାୟ ଦେବା ପାଇଁ ଦେବଦାସୀ ସାଜିଲେ Rani Panda, କହିଲେ କିଛି ଏମିତି…ଶୁଣି ଆପଣ ବି କରିବେ ପ୍ରଶଂସା, ଦେଖନ୍ତୁ Video

ଗତ କିଛି ଦିନ ତଳେ ଜଣେ ବ୍ୟକ୍ତି ସୋ-ସି-ଆ-ଲ ମି-ଡି-ଆରେ ପ୍ରଭୁ ଜଗନ୍ନାଥଙ୍କ ପାଇଁ ବହୁତ ଅ-ସ-ଭ୍ୟ ଭାଷା ପ୍ରୟୋଗ କରି ଏକ ଭିଡିଓ ବନେଇ ପୋଷ୍ଟ କରିଥିଲେ । ସେ ଭିଡିଓରେ ସେ ମହାପ୍ରଭୁ ଜଗନ୍ନାଥଙ୍କୁ ଖୁବ ଅସମ୍ମାନ କରିବା ସହ ଖରାପ ଭାଷାରେ ଗା-ଳି ଗୁ-ଲ-ଜ କରିଥିଲେ । ଯାହା ଆମ ଜଗନ୍ନାଥ ସଂସ୍କୃତି ପ୍ରତି ବହୁତ ବଡ ଅପମାନ ଅଟେ ।

ତେବେ ସେହି ବ୍ୟକ୍ତି ଙ୍କର ଏହପରି କାରନାମା ପାଇଁ କେହି ସ୍ଵର ଉତ୍ତ୍ବଳନ ନ କରିଥିଲେ ମଧ୍ୟ, ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ଏହାକୁ ବିରୋଧ କରି ଏକ ଭିଡିଓ ବନେଇ ପୋଷ୍ଟ କରିଥିଲେ । ସେ ନିଜ ଭିଡିଓରେ କହିଥିଲେ କି, ନିଜକୁ ବଡ ଜଗନ୍ନାଥ ଭକ୍ତ ବା ପ୍ରେମୀ କହୁଥିବା ଲୋକମାନେ ଏବେ କୁଆଡେ ଗଲେ ? ଏହି ମାମଲାରେ ସମସ୍ତ ଜଗନ୍ନାଥ ପ୍ରେମୀ, ଜଗନ୍ନାଥ ପରିଚାଳନା କମିଟି, ସରକାର ଓ ପ୍ରଶାସନ ସମସ୍ତେ କାହିଁକି ଚୁପ ଅଛନ୍ତି ଓ କଣ ପାଇଁ ସେହି ବ୍ୟକ୍ତି ବିରୋଧରେ କିଛି ପଦକ୍ଷେପ ନିଆଯାଉ ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ ।

ରାନୀ ପଣ୍ଡା ସୋ-ସି-ଆ-ଲ ମି-ଡି-ଆ-ରେ ପ୍ରଭୁ ଜଗନ୍ନାଥଙ୍କ ଏହିପରି ଅପମାନ ସହ୍ୟ କରି ନ ପାରି ସାଙ୍ଗେ ସାଙ୍ଗେ ଏହା ବିରୁଦ୍ଧରେ ସ୍ଵର ଉଠାଇଥିଲେ ଓ ପ୍ରଭୁ ଜଗନ୍ନାଥଙ୍କ ପାଇଁ ତାଙ୍କ ଆଖି ଛଳଛଳ ମଧ୍ୟ ହୋଇ ଯାଇଥିଲା । ସେ ସେହି ଭିଡିଓରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ସାଙ୍ଗେ ସାଙ୍ଗେ ଆଇନଗତ ପଦକ୍ଷେପ ନିଆଯାଉ ଓ ତାକୁ ଗିରଫ କରାଯାଉ ବୋଲି ମଧ୍ୟ ସରକାର ଓ ପ୍ରଶାସନଙ୍କୁ ମଧ୍ୟ ଅନୁରୋଧ କରିଥିଲେ । ନଚେତ ସେ ନିଜେ ପୁରୀ ବଡଦାଣ୍ଡରେ ଜଗନ୍ନାଥଙ୍କ ନ୍ୟାୟ ପାଇଁ ଆମରଣ ଅନଶନରେ ବସିବେ ବୋଲି କହିଥିଲେ ।

ତେବେ ସେ କଥାକୁ ଅନେକ ଦିନ ହୋଇ ଯାଇଥିଲେ ମଧ୍ୟ କେହି ତାଙ୍କ କଥାକୁ ଗୁରୁତ୍ଵ ଦେଇ ନାହାନ୍ତି କି ଏହି ବିଷୟରେ କୌଣସି ପଦକ୍ଷେପ ମଧ୍ୟ ନିଆଯାଇ ନାହିଁ । ଦୀର୍ଘ ସମୟ ଅପେକ୍ଷା କରିବା ପରେ ଏବେ ନିଜେ ରାନୀ ପଣ୍ଡା ତାଙ୍କ କଥା ରକ୍ଷା କରି ଓହ୍ଲାଇଛନ୍ତି ବଡଦାଣ୍ଡକୁ । ସେ ଜଣେ ନର୍ତ୍ତକୀ ହୋଇଥିବାରୁ ଜଗନ୍ନାଥଙ୍କୁ ସମର୍ପିତ ନୃତ୍ୟ ଓଡିଶୀ ବେଶ ଧାରଣ କରି ସଜ ହୋଇ ଯାଇ ବସିଛନ୍ତି ବଡଦାଣ୍ଡରେ ଓ ଦାବି କରିଛନ୍ତି ଜଗନ୍ନାଥଙ୍କ ପାଇଁ ନ୍ୟାୟ । ସେ ଏକେ ବ୍ୟାନର ମଧ୍ୟ ପ୍ରସ୍ତୁତ କରି ଲଗାଇଛନ୍ତି ଜଗନ୍ନାଥଙ୍କ ନ୍ୟାୟ ମାଗିବା ଉଦ୍ଦେଶ୍ୟରେ ।

ଏହି ବିଷୟରେ ସେ କହିଛନ୍ତି, ଯଦି କେହି ତାଙ୍କ କଥା ନ ଶୁଣନ୍ତି ତେବେ ସାରା ଓଡିଶାବାସୀ ତାଙ୍କ ଉଗ୍ର ରୂପ ଦେଖିବାକୁ ପାଇବେ । ଭୁବନେଶ୍ବରରୁ ପୁରୀ ଯାଏ ରାସ୍ତାରେ ଗୋଟିଏ ମଧ୍ୟ ଗାଡି ଚାଲି ପାରିବ ନାହିଁ ବୋଲି ସେ ଧମକ ମଧ୍ୟ ଦେଇଛନ୍ତି ।

ସେ କହିଛନ୍ତି କି, ‘ଆଜ୍ଞା ମୋତେ ବାଧ୍ୟ କରନ୍ତୁ ନାହିଁ କିଛି ହାଇଡ୍ରାମା ସୃଷ୍ଟି କରିବା ପାଇଁ ।’ ତାଙ୍କ କହିବା ଅନୁସାରେ ସେ ଆଗରୁ ଆସି ସିଂହଦ୍ଵାର ଥାନାରେ ଏହି ମାମଲାରେ ଲିଖିତ ଅଭିଯୋଗ ଦେଇଥିଲେ । ସେମାନେ ତାଙ୍କୁ କହିଥିଲେ କି ଦୁଇ ଦିନ ସମୟ ଦେବା ପାଇଁ ।

କିନ୍ତୁ ଏବେ ଦୁଇରୁ ସାତ ଦିନ ହୋଇଯାଇଛି ତଥାପି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ସେଥିପାଇଁ ଏହିପରି ଏକ ପନ୍ଥା ଆପଣେଇଛନ୍ତି ରାନୀ ପଣ୍ଡା । ସେ ଦାବି କରିଛନ୍ତି କି ଜଗନ୍ନାଥଙ୍କୁ ଅପମାନ କରିଥିବା ଲୋକଟି ଜଗନ୍ନାଥକୁ ଓ ସାରା ଓଡିଶାବାସୀଙ୍କୁ କ୍ଷମା ପ୍ରାର୍ଥନା କରିବେ, ତାଙ୍କ ବେକରେ ଜୋତାମାଳ ପଡିବ ଓ ତାଙ୍କୁ ଗିରଫ କରାଯିବ । ତେବେ ଦେଖାଯାଉ ପ୍ରଶାସନ ଏହି ମାମଲାରେ କଣ ପଦକ୍ଷେପ ନେଉଛନ୍ତି କି ନାହିଁ । ଆପଣଙ୍କ ଏହି ମାମଲାରେ କଣ ରାୟ ଆମକୁ କମେଣ୍ଟ କରି ଜଣେଇବେ ଓ ପୋଷ୍ଟକୁ ଲାଇକ ଏବଂ ସେୟାର ମଧ୍ୟ କରିବେ ।