ନମସ୍କାର ବନ୍ଧୁଗଣ । ଆଜିକୁ 10-11 କି ଦିନ ହେବ ବାଲେଶ୍ଵର ର ଝିଅ ସସ୍ମିତା ଜେନା ଙ୍କୁ ନେଇ ଖୁବ ଚର୍ଚ୍ଚା ଲାଗି ରହିଛି । ତାଙ୍କୁ ଲିଙ୍ଗରାଜ ମନ୍ଦିର ରେ ଭିକ ମାଗୁ ଥିବାର ଦେଖା ଯାଇଥିଲା । ଏମିତିକି ସେ ଖୁବ ସୁନ୍ଦର ଗୀତ ମଧ୍ୟ ଗାଇଥିଲେ ଗଣମାଧ୍ୟମ ରେ । ଆଉ ଯାହା ପରେ ତାଙ୍କୁ ଗୀତ ଗାଇବାକୁ ଏବେ ଚାନ୍ସ ମିଳିଛି । ତାଙ୍କର ଗୋଟେ ଗୀତ ରିଲିଜ ମଧ୍ୟ ହୋଇ ସାରିଛି । ଆଉ ତାଙ୍କର ଗୀତ ମିଲିୟନ କୁ ଛୁଇଁଛି ।

ବର୍ତ୍ତମାନ ତାଙ୍କର ତୃତୀୟ ଗୀତ ଟି ରେକର୍ଡିଙ୍ଗ ଚାଲିଛି । ସସ୍ମିତା ଜେନାଙ୍କୁ ଯିଏ ପରିଚୟ ଦେଇଛନ୍ତି ସେ ହେଉଛନ୍ତି ଶୁବୁଧା । ଶୁବୁଧା ଜଣେ ଭଲ ରେକର୍ଡିଷ୍ଟ ଭାବେ ପରିଚିତ । ଶୁବୁଧା ଏକ ସାକ୍ଷାତ୍କାର ରେ ସସ୍ମିତା ଜେନା ଙ୍କୁ ନେଇ କିଛି ମତ ରଖିଛନ୍ତି । ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଶୁବୁଧା କହିଛନ୍ତି ଯେ “ଯେଉଁ ମାନେ ଗୀତ ଶିଖିଥାନ୍ତି ସେମାନେ ବହୁତ ସୁନ୍ଦର ଗୀତ ଗାଇଥାନ୍ତି ।
କିନ୍ତୁ ଜଣେ ନନ ଶିଂଗର ଯିଏ ଗୀତ ଶିଖି ନ ଥିବେ ସେ ଭାଇରାଲ ହେଲେ । ପ୍ରଥମେ ତାଙ୍କର ଗିତେ ଗୀତ ରିଲିଜ ହୋଇ ସାରିଛି । ରାତାରାତି ମିଲିୟନ ମଧ୍ୟ ଛୁଇଁଛି । ଆଜି ତାଙ୍କର ତୃତୀୟ ଗୀତ ର ରେକର୍ଡିଙ୍ଗ ଥିଲା । ଆଜି 3ଟି ଗୀତ ଥିଲା । ପାଖା ପାଖି 7 ଘଣ୍ଟା ଲାଗିଥିଲା ଡବ କରିବାକୁ । 3ଟି ଗୀତ ଭିତରୁ ସବୁ ଗୀତ ଶେଷ ହୋଇ ସାରିଛି । ସସ୍ମିତା ସୁର କଣ ତାଳ କଣ ଜାଣିପାରୁ ନାହାନ୍ତି ।

ତଥାପି ବହୁତ କଷ୍ଟ କରି କରା ହୋଇଛି । ଆଗାମୀ ଭବିଷ୍ୟତରେ ମୁଁ ଚାହିଁବି ସସ୍ମିତା ନିଶ୍ଚିନ୍ତ ଗୀତ ଶିଖନ୍ତୁ । ସସ୍ମିତା ଙ୍କୁ ଗୀତ ଶିଖାଇବା ବହୁତ କଷ୍ଟକର ଥିଲା । ସସ୍ମିତାଙ୍କର ପ୍ରଥମ ଗୀତ କୁ ଯେମିତି ଦର୍ଶକ ମାନେ ଭଲ ପାଇବା ଦେଇଛନ୍ତି ଏହି 3ଟି ଗୀତ ମଧ୍ୟ ଯାହା ରେକର୍ଡ କରା ଯାଇଛି ତାହାକୁ ଦର୍ଶକ ମାନେ ଭଲ ପାଇବା ଦିଅନ୍ତୁ । ତାଙ୍କୁ ଗୋଟେ ଭଲ ସୁଯୋଗ ମିଳୁ ।
ତାଙ୍କର ଗୀତ ପ୍ରତି ସ୍ନେହ, ଶ୍ରଦ୍ଧା ଯଦି ଥିବ ନିଶ୍ଚୟ ସସ୍ମିତା ଆଗକୁ ଯିବେ । ଡାଇରେକ୍ଟର, ପ୍ରଡ୍ୟୁସର ଚାହୁଁ ଛନ୍ତି ତାଙ୍କୁ ନେବା ପାଇଁ । ଆମର ବି ଦାୟିତ୍ଵ ରହିଲା ଗୀତ କୁ କେମିତି ଭଲ କରି ପ୍ରେଜେଣ୍ଟ କରିବା । ସେଥିପାଇଁ କଷ୍ଟ କରକି ଗୀତ ରେକର୍ଡ କରିଛୁ ଆମେ । ଲୋକେ ଏବେ ସସ୍ମିତା ଙ୍କ ପଛରେ ଅଛନ୍ତି । ତାଙ୍କ ଗୀତ ଶୁଣିବାକୁ ଦର୍ଶକଙ୍କର ଆଗ୍ରହ ମଧ୍ୟ ଦେଖା ଯାଉଛି । ତାଙ୍କ ଗୀତ ମଧ୍ୟ ଭଲ ଭିୟୁ ଯାଉଛି” । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।