ପୋସ୍ତ ଶରୀର ପାଇଁ ଏକ ଭଲ ଜିନିଷ ଅଟେ । ଏହାର ବ୍ୟବହାର ବହୁତ କିଛି ଜିନିଷ ତିଆରି କରିବାରେ ହୋଇଥାଏ । କେତେକ ଲୋକମାନେ ପୋସ୍ତ କୁ ତରକାରୀରେ ମଧ୍ୟ ପକାଇ ଥାନ୍ତି । ଏହା ଛଡା ପୋସ୍ତ ର ବ୍ୟବହାର କିଛି ଔଷଧ ପ୍ରସ୍ତୁତିରେ ମଧ୍ୟ କରାଯାଇଥାଏ । ଏହାକୁ ଖାଇବା ଦ୍ଵାରା ଶରୀରକୁ ବିଭିନ୍ନ ପ୍ରକାରର ଲାଭ ମିଳିଥାଏ ।
ପୋସ୍ତ ଖାଇବାର ଲାଭ
ବ୍ୟଥାରୁ ଦେଇଥାଏ ଆରାମ
ଏହା ଭିତରେ ମିଳୁଥିବା ଓପିୟମ ଏଲ୍କଲଇଡ୍ସ (Opium alkaloids) ବ୍ୟଥାକୁ ଦୂର କରିବାର କାର୍ଯ୍ୟ କରିଥାଏ । ସେଥିପାଇଁ ଶରୀରର କୌଣସି ଅଙ୍ଗରେ ବ୍ୟଥା ହେଉଥିଲେ ସେହି ଜାଗାରେ ପୋସ୍ତର ତେଲ ମାଲିସ କରିବା ଉଚିତ । କାରଣ ଏହା ମାଂସପେଶୀର ବ୍ୟଥାକୁ ଅଳ୍ପ ସମୟରେ ଦୂର କରିଦେଇଥାଏ ।
ଶ୍ଵାସ ସମ୍ବନ୍ଧିତ ରୋଗକୁ କରିଥାଏ ଦୂର
ଯଦି ନିଶ୍ଵାସ ନେବା ପାଇଁ ଅସୁବିଧା ହେଉଛି ତେବେ ଆପଣ ପୋସ୍ତ ସେବନ କରି ଏହି ସମସ୍ୟାକୁ ଦୂର କରି ପାରିବେ ।
ନିଦ ନ ଆସିବାର ସମସ୍ୟାକୁ କରିଥାଏ କମ
ନିଦ ନ ଆସୁଥିବା ସମସ୍ୟାରେ ପୀଡିତ ଥିବା ଲୋକମାନେ ସବୁଦିନ ଶୋଇବା ପୂର୍ବରୁ ଗୋଟିଏ ଗ୍ଳାସ ଗରମ କ୍ଷୀରରେ ପୋସ୍ତ ପକାଇ ପିଅନ୍ତୁ । ଏହା କରିବା ଦ୍ଵାରା ଏହି ସମସ୍ୟାରୁ ଆରାମ ମିଳିଥାଏ ଓ ଭଲ ନିଦ ଆସିଥାଏ ।
ପେଟ ସମସ୍ୟାକୁ କରିଥାଏ ଦୂର
ପେଟର କୌଣସି ସମସ୍ୟା ହେବା ଦ୍ଵାରା ଆପଣ ପୋସ୍ତ ସେବନ କରନ୍ତୁ, କାରଣ ଏହାକୁ ଖାଇବା ଦ୍ଵାରା ଆପଣଙ୍କର ହଜମ ଶକ୍ତି ବଢିଯାଏ ଓ ଶରୀରକୁ ଶକ୍ତି ମିଳିଥାଏ ।
ଷ୍ଟୋନ କୁ କରିଥାଏ ଭଲ
କିଡନିରେ ଷ୍ଟୋନ ହେବା ଦ୍ଵାରା ଆପଣ ପୋସ୍ତ ସେବନ କରିବା ଆରମ୍ଭ କରି ଦିଅନ୍ତୁ । କାରଣ ଏଥିରୁ ଓକ୍ସଲେଟ୍ସ ମିଳିଥାଏ ଯାହା ଶରୀରରେ ଷ୍ଟୋନ ତିଆରି କରିବାରେ ଅଟକାଇଥାଏ ।
ଚେହେରାକୁ ସୁନ୍ଦର କରେ
ଚେହେରାକୁ ସୁନ୍ଦର କରିବା ପାଇଁ ପୋସ୍ତ ସେବନ କରିବା ଦରକାର । କହିବାକୁ ଗଲେ ଏହା ଭିତରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଚେହେରାକୁ ସୁନ୍ଦର ରଖିବାରେ ସାହାର୍ଯ୍ୟ କରିଥାଏ । ଏଥିପାଇଁ ଆପଣ କେବଳ ପୋସ୍ତର ପାଉଡର କରି କ୍ଷୀରରେ ମିଶାଇ ଦିଅନ୍ତୁ ଏବଂ ଏହାକୁ ନିଜ ଚେହେରାରେ ଲଗାନ୍ତୁ ।
ବ୍ଲଡ ପ୍ରେସରକୁ କଣ୍ଟ୍ରୋଲ କରେ
ବିପି ଅର୍ଥାତ ବ୍ଲଡ ପ୍ରେସର ରୋଗରେ ପୀଡିତ ଥିବା ଲୋକମାନେ ପୋସ୍ତ ସେବନ କରିବା ଦ୍ଵାରା ତାଙ୍କର ବ୍ଲଡ ପ୍ରେସର ନିୟନ୍ତ୍ରଣ ରହିଥାଏ ।
ଦାନ୍ତକୁ ମଜବୁତ କରିଥାଏ
ପୋସ୍ତରେ ଫସଫରସ ମିଳିଥାଏ ଯାହା କି ଦାନ୍ତକୁ ମଜବୁତ ପ୍ରଦାନ କରିଥାଏ । ଏହା ଛଡା ଏହାକୁ ଖାଇବା ଦ୍ଵାରା ରକ୍ତହୀନତା ଦୂର ହୋଇଯାଏ ।