ଆପଣଙ୍କ ଟଙ୍କାକୁ ଦ୍ଵିଗୁଣ କରି ଦେଉଛି Post Office ର ଏହି ଦମଦାର Scheme, ଦେଖନ୍ତୁ କେତେ ରଖିଲେ ମାତ୍ର ଅଳ୍ପ ଦିନରେ ଏହାର ଡବଲ ଫେରିପାଇବେ ! ଜଲ୍ଦି ଦେଖନ୍ତୁ

ପୋଷ୍ଟଅଫିସରେ ମିଳୁଥିବା ସୁବିଧାଗୁଡିକ ବିଷୟରେ ଅନେକ ଲୋକ ଜାଣି ନଥାନ୍ତି । ଆଜି ଆମେ ଆପଣଙ୍କୁ ପୋଷ୍ଟଅଫିସରେ ଥିବା ଏମିତି ଏକ ସ୍କିମ ବିଷୟରେ କହିବୁ ଯାହା ଖୁବ ଭଲ ରିଟର୍ନ ଦେଇଥାଏ । ଆଉ ଏଥିରେ ଟଙ୍କା ଜମାକଲେ ମାତ୍ର କେଇ ବର୍ଷ ମଧ୍ୟରେ ଆପଣଙ୍କ ଟଙ୍କା ଦ୍ଵିଗୁଣ ହୋଇଥାଏ । ପୋଷ୍ଟଅଫିସର ଏହି ଯୋଜନା କିଷାନ ବିକାଶ ପତ୍ର ବିଷୟରେ ଆପଣ ଅଳ୍ପ ବହୁତ ଶୁଣିଥିବେ । ଏହି ଯୋଜନା ଭାରତ ସରକାରଙ୍କ ଏକ ୱାନ ଟାଇମ ସ୍କିମ । ଯେଉଁଥିରେ ଆପଣଙ୍କ ଟଙ୍କା ଏକ ନିର୍ଦ୍ଧାରିତ ସମୟ ମଧ୍ୟରେ ଦ୍ଵିଗୁଣ ହୋଇ ଯାଇଥାଏ ।

ଦେଶର ସବୁ ଡାକ ଘରେ କିଷାନ ବିକାଶ ପତ୍ର ଉପଲବ୍ଧ ହେଉଥିବା ବେଳେ ଏହାର ମ୍ଯାଚୁରିଟି ପିରିୟଡ ରହିଛି ୧୨୪ ମାସ ବା ୧୦ ବର୍ଷ ୪ ମାସ । ତେବେ ଏଥିରେ ନ୍ଯୁନତମ ନିବେଶ ପରିମାଣ ଏକ ହଜାର ଟଙ୍କା ରହିଛି ଓ ଅଧିକତମ ନିବେଶର କୌଣସି ଲିମିଟ ନାହିଁ । ବିଶେଷ କରି ଏହି ଯୋଜନାଟି ପ୍ରଥମେ କୃଷକଙ୍କ ପାଇଁ ହୋଇଥିବାରୁ ଏହାର ନାମ କିଷାନ ବିକାଶ ପତ୍ର ରଖା ଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ଦେଶର ସମସ୍ତ ବ୍ୟକ୍ତି ଏହି ଯୋଜନାରେ ନିବେଶ କରି ଏହାର ଲାଭ ଉଠାଇବାରେ ସକ୍ଷମ ହୋଇ ପାରୁଛନ୍ତି ।

ଲମ୍ବା ଅବଧି ପାଇଁ ନିଜ କଷ୍ଟ ଅର୍ଜିତ ଧନକୁ ସୁରକ୍ଷିତ ଭାବେ ଜମା କରିବା ପାଇଁ କିଷାନ ବିକାଶ ପତ୍ର ହେଉଛି ସର୍ବୋତ୍ତମ ଯୋଜନା । ଏହି ଯୋଜନାରେ ପ୍ରଥମ ତିନି ମାସ ପାଇଁ ୬.୯ ପ୍ରତିଶତ ସୁଧ ଧାର୍ଯ୍ୟ କରାଯାଇଛି । ଏଠାରେ ଆପଣଙ୍କ ନିବେଶ ମାତ୍ର ୧୨୪ ମାସରେ ଦ୍ଵିଗୁଣ ହୋଇଯାଏ । ଯଦି ଆପଣ ଏକାଥରେ ୫ ଲକ୍ଷ ଟଙ୍କା ନିବେଶ କରନ୍ତି ତେବେ ୧୨୪ ମାସ ପୁରା ହେବା ପରେ ଆପଣ ୧୦ ଲକ୍ଷ ଟଙ୍କା ପାଇପାରିବେ ।

ଟଙ୍କା ଜମା କରିବା ପରେ ଆପଣଙ୍କୁ ଏକ ସାର୍ଟିଫିକେଟ ପ୍ରଦାନ କରାଯାଏ, ଯେଉଁଥିରେ ଆପଣଙ୍କ ଜମା ରାଶି ସମ୍ପର୍କରେ ଉଲ୍ଲେଖ ରହିବା ସହ ସରକାରଙ୍କ ପକ୍ଷରୁ ଗ୍ୟାରେଣ୍ଟିର ସୁବିଧା ମଧ୍ୟ ମିଳୁଛି । କିଷାନ ବିକାଶ ପତ୍ରକୁ ଜଣେ ବ୍ୟକ୍ତି କିମ୍ବା ତିନି ଜଣ ବ୍ୟକ୍ତିମିଶି ଜଏଣ୍ଟ ଆକାଉଣ୍ଟ ଭଳି କିଣିପାରିବେ । ଏହା ବ୍ଯତୀତ ନାବାଳିକା ଓ ମାନସିକ ବିକାରଗ୍ରସ୍ତଙ୍କ ପାଇଁ ତାଙ୍କ ଅଭିଭାବକ ଏହାକୁ କିଣିପାରିବେ ।

ପୋଷ୍ଟ ଅଫିସର ହିସ୍କିଙ୍ଗ ଆପଣଙ୍କ ଟଙ୍କାକୁ ଦ୍ଵିଗୁଣ କରି ଦେଉଛି । ଯାହାଫଳରେ ଆପଣଙ୍କ ଟଙ୍କା ସୁରକ୍ଷିତ ରଖିବା ସହ ଆପଣଙ୍କୁ ଭଲ ରିଟର୍ନ ମଧ୍ୟ ମିଳିପାରିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।