ଏଥର ପୂଜାରେ ବୁଡିବ Odisha ! ପୁଣି ଆସୁଛି ବାତ୍ୟା ! ଓଡିଶା ଓ ଆନ୍ଧ୍ରକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଏଥର ପୂଜାରେ ପୁଣି ରହିଛି ବାତ୍ୟା ଡ-ର । ନବମୀ କିମ୍ବା ଦଶମୀ ବେଳକୁ ଦକ୍ଷିଣା ଓଡିଶାରେ ମା-ଡ ହୋଇପାରେ ବାତ୍ୟା । ବାତ୍ୟାରୁ ବର୍ତ୍ତିଗଲେ ବି ପ୍ରବଳ ବର୍ଷାରେ ବୁ-ଡି-ବ ଓଡିଶା । ଏମିତି ଆଶଙ୍କା କରୁଛନ୍ତି ପାଣିପାଗ ବିଶେଷଜ୍ଞ । ଆସନ୍ତା ୧୦ ତାରିଖ ବେଳକୁ ଆଣ୍ଡାମନ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ଚାରି ରୁ ପାଞ୍ଚ ଦିନ ମଧ୍ୟରେ ଏହି ଦକ୍ଷିଣ ଓଡିଶା ଏବଂ ଆନ୍ଧ୍ର ଆଡକୁ ମୁହାଁଇବ ବୋଲି ପୂର୍ବାନୁମାନ କରୁଛି ପାଣିପାଗ ବିଭାଗ ।

ତେବେ ବାତ୍ୟା ସୃଷ୍ଟି ପାଇଁ ବର୍ତ୍ତମାନ ପାଗ ଅନୁକୂଳ ରହିଛି । ତେବେ ଏହା କେଉଁଠି ଲ୍ୟାଣ୍ଡଫଲ କରିବ ସେନେଇ ମଡେଲ ଗୁଡିକ ଭିନ୍ନ ଭିନ୍ନ ମତ ଦେଉଛନ୍ତି । ୟୂରୋପିଆନ ମଡେଲ ECMWF କହିଛି ଯେ କୌଣସି ବାତ୍ୟା ନାହିଁ । କିନ୍ତୁ ଆମେରିକୀୟ GFS ମଡେଲ କହୁଛି ବଙ୍ଗୋପସାଗଗରେ ବାତ୍ୟା ସୃଷ୍ଟି ହୋଇପାରେ । GFS ମଡେଲ ଅନୁସାରେ ୧୬ ଏବଂ ୧୭ ତାରିଖ ବେଳକୁ ଉତ୍ତର ଆନ୍ଧ୍ର ପ୍ରଦେଶ ଦେଇ ବାସତ୍ୟା ଗତି କରିବ ।

ତେବେ ଭୂବିଜ୍ଞାନୀଙ୍କ ଆକଳନ ଅନୁଯାୟୀ ଗୋଟିଏ ବାତ୍ୟା ମିଆଁମାର ଉପକୂଳରେ ରହିଛି ଯାହା ଆସନ୍ତା ୧୧ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଲଘୁଚାପର ରୂପ ନେବ ଓ ଏହା ବାତ୍ୟା ରୂପ ନେବାର ଆଶଙ୍କା ମଧ୍ୟ ରହିଛି । ସେହିପରି ଫିଲିପାଇନ ଦ୍ଵିପର ଦକ୍ଷିଣ-ପଶ୍ଚିମ ଦିଗରେ ମଧ୍ୟ ଏକ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ମିଆଁମାର ଉପକୂଳକୁ ଗତି ସେଠାରେ ବାତ୍ୟାରେ ପରିଣତ ହେବା ଆଶଙ୍କା କରାଯାଉଛି । ତେବେ ଏହା ପ୍ରଭାବରେ ଏଥର ପୂଜା ସମୟରେ ବର୍ଷ ହେବା ନେଇ ଅନୁମାନ କରୁଛି ପାଣିପାଗ ବିଭାଗ ।

ଆସନ୍ତା ୧୫ ତାରିଖ ବେଳକୁ ଓଡିଶାର ବିଭିନ୍ନ ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ତେବେ ହି ବର୍ଷା ଏବଂ ସମ୍ଭାବ୍ୟ ବାତ୍ୟା ଯୋଗୁଁ ପୂଜା ପ୍ରଭାବିତ ହେବାର ଆଶଙ୍କା କରାଯାଉଛି । ଏଥିପାଇଁ ରାଜ୍ୟକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ତେବେ ଆସନ୍ତା ୧୦ ତାରିଖ ବେଳକୁ ଏହାର ସ୍ପଷ୍ଟ ଚିତ୍ର ଆକଳନ କରିହେବ ବୋଲି କହୁଛନ୍ତି ପାଣିପାଗ ବିଶେଷଜ୍ଞ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।