କମିଶନରେଟ ପୋଲିସକୁ ଏବେ ପେଟ ଆଉ ମୁଣ୍ଡ ଚିନ୍ତା, Naba Das ଙ୍କ ମୃତ୍ୟୁ ପରେ ନିୟମ ହେଲା କଡା, ଦେଖନ୍ତୁ କଣ କହୁଛନ୍ତି ଭୁବନେଶ୍ବର DCP

କମିଶନରେଟ ପୋଲିସକୁ ଏବେ ଓଜନ ଚିନ୍ତା ଘାରିଲାଣି । ମନ୍ତ୍ରୀ ନବ ଦାସଙ୍କ ମୃ-ତ୍ୟୁ ପରେ ନିର୍ଦ୍ଦେଶ ଜାରି କରାଗଲାଣି କି ରାଜଧାନୀ ପୋଲିସଙ୍କୁ ଏବେ ଫିଟ୍ ରହିବାକୁ ପଡିବ । ଏଥର ପ୍ରତି 15 ଦିନରେ ଓଜନ ମାପ କରାଯିବ । ଭୁବନେଶ୍ବର ଅର୍ବାନ ପୋଲିସ କର୍ମଚାରୀଙ୍କ ପାଇଁ ଡିସିପି କଡା ନିର୍ଦ୍ଦେଶ ଜାରି କରିଛନ୍ତି । ହେଲେ ଏହା କେତେ ମାତ୍ରାରେ କାର୍ଯ୍ୟକାରୀ ହେବ ଏହାକୁ ନେଇ ସବୁଠୁ ବଡ ପ୍ରଶ୍ନ ଉଠୁଛି । ପୂର୍ବରୁ ମଧ୍ୟ ଅନେକ ଥର ଏଭଳି ନିୟମ ଜାରି କରା ଯାଇଥିଲେ ସୁଦ୍ଧା ଏହାର ଆଖିଦୃଷ୍ଟିଆ ପ୍ରଭାବ ଦେଖିବାକୁ ମିଳିନାହିଁ ।

ଏବେବି କମିଶନରେଟ ପୋଲିସରେ ଅନେକ ଫିଟ୍ ନଥିବା କର୍ମଚାରୀ ଭରି ରହିଛନ୍ତି । ଏଥର କିନ୍ତୁ ପାଦେ ଆଗକୁ ଯାଇ ଡିସିପି ପ୍ରତୀକ ସିଂ ପୋଲିସ କର୍ମଚାରୀଙ୍କ ମେଣ୍ଟାଲ ଓ ଫିଜିକାଲ ଫିଟନେସକୁ ଗୁରୁତ୍ଵ ଦେଇଛନ୍ତି । APR, DPO, ସିପି ହେଡକ୍ଵାର୍ଟର୍ସ, ଟିମ 60, OSAP ମୋବିଲାଇଜଡ ଫୋର୍ସ ପାଇଁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହିସବୁ ବିଭାଗରେ କାର୍ଯ୍ୟ କରୁଥିବା ପୋଲିସ କର୍ମଚାରୀଙ୍କ ଓଜନକୁ ଏବେ ଟାର୍ଗେଟରେ ରଖାଯାଇଛି ।

ସେମାନଙ୍କ ଓଜନକୁ ରେଗୁଲାର ବ୍ୟାସିସରେ ମନିଟର ମଧ୍ୟ କରାଯିବ । ସେଥିପାଇଁ ପ୍ରତି 15 ଦିନରେ ପୋଲିସ କର୍ମଚାରୀଙ୍କ ଓଜନ ମାପ କରାଯିବ । କେବଳ ସେତିକି ନୁହେଁ ବରଂ ଏହାର ଖିଲାପକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂ । ନିୟମରେ ଖିଲାପ କରୁଥିବା କର୍ମଚାରୀଙ୍କୁ ଓନଲି ରୁମ୍ ଦାୟିତ୍ଵରେ ରଖାଯିବ । ପୋଲିସ କର୍ମଚାରୀଙ୍କୁ ମାଦକ ଦ୍ରବ୍ୟ ସେବନରୁ ଦୂରେଇ ରଖିବାରେ ମଧ୍ୟ ପଦକ୍ଷେପ ନିଆଯିବ ।

ପ୍ରତିଦିନ ସକାଳ ଓ ଅପରାହ୍ନରେ ପୋଲିସ କର୍ମଚାରୀଙ୍କ ଫିଜିକାଲ ଟ୍ରେନିଂ ହେବ । ଫିଟନେସ ସହ ସଫେଇ ଉପରେ ମଧ୍ୟ ଗୁରୁତ୍ଵ ଦିଆଯିବ । ଏହାସହ ପ୍ରତି ମାସର 80% ଉପସ୍ଥାନ ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ୟୁନିଫର୍ମରେ ପୋଲିସ କର୍ମଚାରୀ ଯେପରି ସ୍ମାର୍ଟ ଦେଖାଯିବା ସହ ଆକ୍ଟିଭ ରହିବା ଉପରେ ମଧ୍ୟ ଡିସିପି ଗୁରୁତ୍ଵ ଦେଇଛନ୍ତି । ରାଜ୍ୟରେ ଜଣେ କ୍ଯାବିନେଟ ପାହ୍ୟାର ମନ୍ତ୍ରୀଙ୍କ ହ-ତ୍ୟା ପରେ କମିଶନରେଟ ପୋଲିସ ଏଣିକି ସଚେତନ ହୋଇଛି ।

ପୋଲିସଙ୍କ ମେଣ୍ଟାଲ ଓ ଫିଜିକାଲ ଫିଟନେସ ଉପରେ ଗୁରୁତ୍ଵ ଦେଇ ଏହି ନୋଟିସ ଜାରି କରାଯାଇଛି । ବାରମ୍ବାର ଏଭଳି ନିର୍ଦ୍ଦେଶ କାର୍ଯ୍ୟକାରୀ ହେଉଥିଲେ ସୁଦ୍ଧା ଦେଖାଯାଉ ଏଥର କଣ ଫଳାଫଳ ଦେଖିବାକୁ ମିଳୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।