ପୁଲିସର ରୋଲରେ କମାଲ ଲାଗିଥାନ୍ତି ଏହି ୬ ଜଣ ବଲୀଉଡ ଅଭିନେତ୍ରୀମାନେ, ୩ ନମ୍ବରରେ ଥିବା ହିରୋଇନ ସବୁଠୁ ଦମଦାର

ଯେତେବେଳେ ବି ବଲୀଉଡରେ ଫିଲ୍ମ ଆସିଥାଏ ତେବେ ସେଥିରେ ଜଣେ ପୁଲିସବାଲାର ରୋଲ ନିଶ୍ଚିତ ଥାଏ । ଏହା ଛଡା ବଲୀଉଡର କେତେକ ଫିଲ୍ମ ମୁଖ୍ୟ ରୂପରେ ପୁଲିସବାଲାଙ୍କ ଉପରେ ହିଁ ପ୍ରସ୍ତୁତ ହୋଇଛି । ବଲୀଉଡରେ କେତେକ ଅଭିନେତାମାନେ ବି ପୁଲିସର ଅଭିନୟ କରି ସାରିଛନ୍ତି ।

କିନ୍ତୁ ଆଜି ଆମେ ଅଭିନେତାମାନଙ୍କର ନୁହେଁ ଅଭିନେତ୍ରୀଙ୍କ ବିଷୟରେ କଥାବାର୍ତ୍ତା କରୁଛୁ । ଆଜି ଆମେ ଆପଣମାନଙ୍କୁ ସେହି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯେଉଁମାନେ ପୁଲିସ ଡ୍ରେସରେ ବହୁତ ଭଲ ଦେଖାଯାଆନ୍ତି ।

ପ୍ରିୟଙ୍କା ଚୋପାଡା

ବଲୀଉଡ ରୁ ହଲିଉଡ ପର୍ଯ୍ୟନ୍ତ ସଫର କରିସାରିଥିବା ଦେଶୀ ଗର୍ଲ ପ୍ରିୟଙ୍କା ଚୋପାଡାଙ୍କ ଉପରେ ବି ପୁଲିସ ଡ୍ରେସ ବହୁତ ଭଲ ଲାଗିଥାଏ । ଏହି କଥାର ପ୍ରମାଣ ଆପଣ ୨୦୧୬ରେ ଫିଲ୍ମ “ଜୟ ଗଙ୍ଗାଜଳ”ରେ ଦେଖି ପାରିବେ । ଏହି ଫିଲ୍ମରେ ସେ ଏସପି ଆଭା ମାଥୁରର ଅଭିନୟ କରିଥିଲେ । ସେ ପୁଲିସ ରୋଲରେ ପୁରା ପରଫେକ୍ଟ ନଜର ଆସୁଥିଲେ ।

ତବ୍ବୂ

୨୦୧୫ରେ ଆସିଥିବା ଫିଲ୍ମ “ଦୃଶ୍ୟମ”ରେ ତବ୍ବୂ ପୁଲିସ ରୋଳରେ ବହୁତ କମଲା ଲାଗୁଥିଲେ । କେବଳ ଲୁକରେ ନୁହେଁ ତାଙ୍କର ଅଭିନୟ ବି ବହୁତ ଭଲ ଥିଲା । ଫିଲ୍ମରେ ତାଙ୍କର ଅଭିନୟକୁ ଦର୍ଶକମାନେ ବହୁତ ପସନ୍ଦ ବି କରିଥିଲେ ।

ରାନୀ ମୁଖର୍ଜୀ

୨୦୧୪ରେ ରାନୀ ମୁଖର୍ଜୀ ଫିଲ୍ମ “ମର୍ଦାନୀ” ରେ ଶିବାନୀ ଶିବାଜୀ ରାୱ ନାମକ ଏକ ଶକ୍ତ ମହିଳା ଅଧିକାରୀଙ୍କର ଅଭିନୟ କରିଥିଲେ । ତାଙ୍କର ଏହି ରୋଲକୁ ଦର୍ଶକମାନେ ବହୁତ ପସନ୍ଦ ବି କରିଥିଲେ ।

ମାଧୁରୀ ଦୀକ୍ଷିତ

ବଲୀଉଡର ଧକ ଧକ ଗର୍ଲ ମାଧୁରୀ ଦୀକ୍ଷିତ ବି ପୁଲିସ ରୋଳରେ ବହୁତ କମାଲ ଲାଗୁଥିଲେ । ସେ ଫିଲ୍ମ “ଖଲନାୟକ”ରେ ଏକ ମହିଳା କନ୍ସଟେବଲର ଭୂମିକାରେ ନଜର ଆସିଥିଲେ । ଏହା ଛଡା ସେ “ପ୍ରେମ ଦୀବାନେ” ଫିଲ୍ମରେ ବି ସେ ମହିଳା ଇଂସ୍ପେକ୍ଟରର ଅଭିନୟ କରିଥିଲେ ।

ହେମା ମାଲିନୀ

ଫିଲ୍ମ “ଅଁଧା କାନୂନ”ରେ ହେମା ମାଲିନୀ ଦୂର୍ଗା ଦେବୀ ସିଂହ ନାମକ ଏକ ମହିଳା ପୁଲିସର ଅଭିନୟ କରିଥିଲେ । ଏବଂ ଦର୍ଶକମାନେ ତାଙ୍କର ଏହି ରୋଲକୁ ଖୁବୁ ପସନ୍ଦ ମଧ୍ୟ କରିଥିଲେ । ହେମା ମାଲିନୀଙ୍କର ରୋଲ ଫିଲ୍ମରେ ବହୁତ ଦମଦାର ଥିଲା ।

ରେଖା

ବଲୀଉଡର ଅଭିନେତ୍ରୀ ରେଖା ବି ଫିଲ୍ମ “ଫୂଲ ବନେ ଅଂଗାରେ”ରେ ଏକ ମହିଳା ପୁଲିସ ଅଧିକାରୀର ଅଭିନୟ କରିଥିଲେ । ଏହି ଫିଲ୍ମଟି ବକ୍ସ ଅଫିସରେ ସୁପରହିଟ ହୋଇଥିଲା ।