ପୋଲରୁ ତଳକୁ ଖସିପଡିଲା ମାଛ ବୋଝେଇ ଟ୍ରକ୍, ଆଉ ଡ୍ରାଇଭରର ବେପରୁଆ କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, ମନରେ ଟିକେ ବି ଭୟ ନାହିଁ !

ବେପରୁଆ ଗାଡି ଯୋଗୁଁ ଘଟିଲା ବଡ ଦୁର୍ଘଟଣା, ଫଳରେ କାଠଯୋଡି ପୋଲ ତଳକୁ ମାଲବାହୀ ଟ୍ରକ ଖସିପଡିଲା । ହେଲେ ସେଥିରେ ଥିବା ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତିଗଲେ । ସେମାନେ ସିନା ଅଳ୍ପକେ ବର୍ତ୍ତିଗଲେ, ହେଲେ ଡ୍ରାଇଭରଙ୍କ କଥା ଶୁଣିଲେ ଆପଣଙ୍କୁ ବି ଆଶ୍ଚର୍ଯ୍ୟ ଲାଗିବ । ନିଦ ଲାଗିବାରୁ ଗାଡି ପୋଲ ତଳକୁ ଖସିପଡିଲା, ଏଥିରେ ବ୍ୟସ୍ତ ହେବାର କିଛି ନାହିଁ । ଛୋଟ ହେଉ କି ବଡ ଦୁର୍ଘଟଣା ଘଟିଲେ ଜୀବନ ହରାଇବାର ଭୟ ସମସ୍ତଙ୍କ ମନରେ ରହିଛି ।

ଆନ୍ଧ୍ରରୁ ଟାଟା ଯାଉଥିବା ମାଛ ବିଝେଇ ଟ୍ରକଟିରେ ଏଭଳି ଦୁର୍ଘଟଣା ଘଟିଥିଲା । କୌଣସି ଜନଗହଳି ପୂର୍ଣ୍ଣ ସ୍ଥାନରେ ଏହି ଦୁର୍ଘଟଣା ଘଟିଥିଲେ କଣ ପରିସ୍ଥିତି ହୋଇଥାନ୍ତା ତାହା ଆପଣ ଅନୁମାନ କରି ପାରୁଥିବେ । ଏହାହା ବ୍ରିଜ ତଳେ ଯଦି ପାଣି ଥାଆନ୍ତା ତେବେ ଡ୍ରାଇଭର ଓ ହେଲପରଙ୍କ ଅବସ୍ଥା କଣ ହୋଇଥାନ୍ତା ତାହା ମଧ୍ୟ ଜାଣି ପାରୁଥିବେ । କିନ୍ତୁ ଡ୍ରାଇଭରଙ୍କ ମୁହଁରେ ଏହି ଘଟଣାକୁ ନେଇ ଟିକେ ଭୟ କି ଅନୁତାପ ନାହିଁ ।

ଭାଗ୍ୟବଶତଃ ଗାଡିରେ ଥିବା ଡ୍ରାଇଭର ଓ ହେଲପର ଉଭୟ ସୁରକ୍ଷିତ ଥିବା ବେଳେ ଅନ୍ୟ କୌଣସି ବ୍ୟକ୍ତି ଏହି ଦୁର୍ଘଟଣାର ସମୁଖୀନ ହୋଇ ନାହାନ୍ତି । ହେଲେ ଏହି ଦୁର୍ଘଟଣାଟି ଯଦି ଦିନରେ ହୋଇଥାନ୍ତା ତେବେ ବିଶାଳକାୟ ଟ୍ରକଟି ଯେ କାହା ଉପରେ ମାଡି ଯାଇ ନଥାନ୍ତା ସେକଥା କିଏ କହିବ ! ଏଭଳି ବେପରୁଆ ଡ୍ରାଇଭରଙ୍କ ଯୋଗୁଁ ବାରମ୍ବାର ଭୟଙ୍କର ଦୁର୍ଘଟଣା ସବୁ ଘଟୁଛି ।

ଆଉ ଏଭଳି ସଡକ ଦୁର୍ଘଟଣାରେ ପ୍ରତିଦିନ ହଜାର ହଜାର ସଂଖ୍ୟକ ଲୋକ ପ୍ରାଣ ହରାଉଛନ୍ତି । ହେଲେ ଏହି ଡ୍ରାଇଭରଙ୍କ କଥା ଶୁଣିଲେ ଆପଣ ବି ଅବାକ ହୋଇଯିବେ । ଅତି ସହଜରେ ଦୁର୍ଘଟଣା କେମିତି ଘଟିଲା କହିବା ସହ ଟିକେ ଆଖି ଲାଗି ଯାଇଥିଲା ବୋଲି କହୁଛନ୍ତି । ତାହା ସହ କହୁଛନ୍ତି ବ୍ୟସ୍ତ ହେବାର କିଛି ନାହିଁ । ଏତେ ବଡ ମାଛ ବୋଝେଇ ଟ୍ରକଟି ପୋଲରୁ ତଳକୁ ଖସିପଡିଲା, ଆଉ ଡ୍ରାଇଭର କହୁଛନ୍ତି ବ୍ୟସ୍ତ ହେବାର କିଛି ନାହିଁ । ତେବେ ଟ୍ରକଟି ମଧ୍ୟ ବିଶେଷ ଖ୍ଯାତି ହୋଇନାହିଁ ।

ହେଲେ ଡ୍ରାଇଭରଙ୍କ ଏଭଳି ମନୋଭାବ ନିହାତି ଭାବେ ଚିନ୍ତାଜନକ । ଆଗକୁ ଯାଇ ତାଙ୍କର ଏଭଳି ବେପରୁଆ ମନୋଭାବ ଯୋଗୁଁ ଅନ୍ୟ କୌଣସି ବଡ ଦୁର୍ଘଟଣା ଯେ ନହେବ ସେକଥା ମଧ୍ୟ କହି ହେବନି । ତଥାପି ବେପରୁଆ ଡ୍ରାଇଭର ମାନେ ସୁଧୁରିବାର ନାଁ ନେଉଆ ନାହାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।