ଏହି 5 ଜିନିଷ ଖାଇବା ଦ୍ବାରା ବଢ଼ିଥାଏ ପଥରୀ, ଜାଣି ନିଅନ୍ତୁ କିଡନୀ ଷ୍ଟୋନ ହେଇଥିଲେ କଣ ଖାଇବେ କଣ ନୁହେଁ

ଆଜି କାଲିର ଜୀବନଶୈଳୀ ପାଇଁ ବହୁତ ଲୋକ କିଡନୀ ଷ୍ଟୋନର ରୋଗୀ ବନିଯାଇଛନ୍ତି । ଏହି ରୋଗ ଅଲଗା କାରଣ ପାଇଁ ମଧ୍ୟ ହୋଇପାରେ । ଏହି ରୋଗ ଆମର ଭୁଲ୍ ଖାଦ୍ୟ ଖାଇବାରୁ ହୋଇଥାଏ । କମ୍ ପାଣି ପିଇବା ଏବଂ ପରିଶ୍ରାକୁ ଅଧିକ ସମୟ ଧରି ରୋକି ରଖିବା । ଲୁଣ ଅଧିକ ଖାଇବା ଏବଂ ତେଲରେ ଛଣା ହୋଇଥିବା ଖାଦ୍ୟ କିଡନୀରେ ଷ୍ଟୋନର ସମସ୍ୟା ବଢାଇ ଦେଇ ଥାଏ ।

ଏହାର ସେମିତି କିଛି ଆକାର ନଥାଏ କିଛି ମଧ୍ୟ ବହୁତ ଛୋଟ ହୋଇଥାଏ ଯାହା ପରିଶ୍ରା ରେ ବାହାରି ଯାଏ । ଷ୍ଟୋନ୍ ବହୁତ ପ୍ରକାରର ହୋଇଥାଏ କିନ୍ତୁ କ୍ୟାଲସିୟମ ରେ ବନା ଷ୍ଟୋନ୍ ସବୁଠାରୁ ସାମାନ୍ୟ ହୋଇଥାଏ । ୨୫ ରୁ ୩୧ ବର୍ଷର ଲୋକଙ୍କୁ ପ୍ରଭାବିତ କରିବାର ଆଶଙ୍କା ବେଶୀ । ଜଦି ଆପଣଙ୍କର କିଡନୀ ଷ୍ଟୋନର ସମସ୍ୟା ଥାଏ କିମ୍ବା ହୋଇସାରିଛି ତେବେ ଏହି କଥା ପ୍ରତି ଧ୍ୟାନ ଦିଅନ୍ତୁ ।

ଜଦି ଆପଣଙ୍କର ଏହି ସମସ୍ୟା ଅଛି ତାହେଲେ ଖାଦ୍ୟରେ ପ୍ରୋଟିନର ମାତ୍ରାକୁ ନିୟନ୍ତ୍ରଣ କରିବାକୁ ପଡ଼ିବ । ଜଦି ଆପଣ cold drinks, ସୋଡା, ଏନର୍ଜି ଡ୍ରିଙ୍କ୍ ଅନ୍ୟାନ୍ୟ ବୋତଲ ବାଲା ଜୁସ୍ ପିଉଛନ୍ତି ସେଗୁଡିକ ଉପରେ ନିୟନ୍ତ୍ରଣ କରିବାକୁ ପଡ଼ିବ । ଜଦି ଆପଣ ଚା ପିଉଛନ୍ତି ତେବେ ଏହାକୁ ମଧ୍ୟ କମ୍ ମାତ୍ରାରେ ପିଅନ୍ତୁ । ଦିନକୁ ଗୋଟିଏ କିମ୍ବା ଦୁଇ କପ୍ ଚା ପିଅନ୍ତୁ ତାଠାରୁ ଅଧିକ ନୁହେଁ ।

ଜଦି ଏହି ସମସ୍ୟା ଅଛି ତେବେ high oxalate food ଡାଏଟରୁ ହଟେଇ ଦେବା ଦରକାର । ଖାସ୍ କରି ଭେଣ୍ଡି, ପାଳଙ୍ଗ, ବିଟ୍, ଟମାଟୋ, ଚକୋଲେଟ, ସୋୟାବିନ୍ ଖାଇବା କଥା ନୁହେଁ । Vitamin-c ଜାତୀୟ ଖାଦ୍ୟରୁ ମଧ୍ୟ କିଡନୀ ଷ୍ଟୋନ ବଢିପାରେ । ସେଥିପାଇଁ vitamin-c ଲିମିଟ ହିସାବରେ ଖାଆନ୍ତୁ ।

ଏହା ଛଡ଼ା ଜଦି ଆପଣ ଖାଇବାରେ ସୋଡିଅମର(ଲୁଣ) ମାତ୍ରା ଅଧିକ ଥାଏ ତେବେ ଏହାକୁ ନିୟନ୍ତ୍ରଣ କରନ୍ତୁ । ବାହାରର ଜଙ୍କ୍ ଫୁଡ୍, ସ୍ନାକ୍ସ ଆଦିରେ ବହୁ ମାତ୍ରାରେ ସୋଡିଅମ୍ ଥାଏ ଯାହାଦ୍ଵାରା କିଡନୀକୁ ଶୋଷଣ କରିଥାଏ ଏବଂ ପରିଶ୍ରା ରେ କ୍ୟାଲସିଅମର ମାତ୍ରା ବଢ଼ିଯାଇଥାଏ । ଏହା ଛଡ଼ା ପରିବାରେ କିଛି ବୀଜ ଅଛି ଯାହା ପଥୁରିର କାରଣ ବନିପାରେ ।

ଆମିଷ ଜାତୀୟ ଖାଦ୍ୟରୁ ବଞ୍ଚିବା ଦରକାର କାରଣ ଏହି ଖାଦ୍ୟ ପଚେଇବାକୁ ବହୁତ ସମୟ ଲାଗିଥାଏ । ଏହି ସମୟରେ ଅଧିକ ମାତ୍ରାରେ ପାଣି ପିଅନ୍ତୁ‌ । ପାଣି ଅଧିକ ପିଇଲେ ଆପଣଙ୍କୁ ପରିଶ୍ରା ଲାଗିବ ଏହା ଦ୍ବାରା ପରିଶ୍ରା ରେ ପଥର ବାହାରିଯିବାର ସମ୍ଭାବନା ଅଧିକ ଥାଏ । ପ୍ରତ୍ୟେକ ଦିନ ଆପଣଙ୍କୁ ଦୁଇରୁ ତିନି ଗ୍ଲାସ୍ ଲେମ୍ବୁ ପାଣି ପିଇବା ଦରକାର । ସକାଳୁ ଉଠି ପ୍ରଥମେ ଖାଲି ପେଟରେ ଗରମ ପାଣିରେ ଗୋଟିଏ ଲେମ୍ବୁ ପାଣିରେ ମିଶାଇ ପିଇବା ଦରକାର ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।