ଯେବେ କେଉଁବି ବାଟ ଦେଖା ନଯିବ ତେବେ କଣ କରିବେ ! -Gita Gyana

ଆପଣମାନଙ୍କ ଜୀବନରେ ଏହାନିଶ୍ଚିତ ହୋଇଥିବ କି ଆପଣଙ୍କୁ ଜୀବନରେ ଆଗକୁ ବଢ଼ିବାରେ ପାଇଁ କୌଣସି ନା କୌଣସି ନିଶ୍ଚିତ ରାସ୍ତା ଦେଖାଯାଉ ନ ଥିବ । କଣ କରିବେ କିଛି ଭାବି ପାରୁ ନ ଥିବେ । କିଛି ଲୋକଙ୍କ ପରାମର୍ଶ ନେବା ପରେ ବି ଆପଣ ଆପଣଙ୍କ କାମ କିପରି କରିବେ କିମ୍ବା ଏହି କାମ ନ କଲେ ଅନ୍ୟ କିଛି ପନ୍ଥା ନଥାଏ ତେବେ ଏହି ପରିସ୍ଥିତିରେ କଣ କରିବେ । ତେବେ ଆସନ୍ତୁ ଜାଣିବା ଏହାର ଏକ ସହଜ ଉପାୟ ଗୋଟିଏ ଛୋଟ କାହାଣୀ ମାଧ୍ୟମରେ ।

ଜଣେ ଗୁରୁଙ୍କ ପାଖରୁ ଗୋଟିଏ ଶିଷ୍ୟ ଶିକ୍ଷା ଶେଷ କରି ଗୃହସ୍ଥ ଜୀବନରେ ପ୍ରବେଶ କରିଥିଲା । କିଛି ଦିନ ପରେ ସେହି ଛାତ୍ରଟି ନିଜ ଗୁରୁଙ୍କ ସହ ଦେଖା କରିବାକୁ ଯାଇ କହିଲା କି ସେ ନିଜ ଜୀବନରେ ଆଗକୁ ବଢିବାରେ ସଫଳ ହେଉ ନାହିଁ ।

ଗୁରୁକୂଳରୁ ବାହାରିବା ପରେ କୌଣସି କାମ କରି ପାରୁନାହିଁ । ତାର ମନ କୌଣସି କାମରେ ଲାଗୁ ନାହିଁ । ସେ ପ୍ରଥମେ ଗୋଟିଏ ଦୋକାନ କରିବାକୁ ଚିନ୍ତା କରିଲା କିନ୍ତୁ ସେ ସେଥିରେ ସଫଳ ହେଲା ନାହିଁ । ଏହା ପରେ ଚାକିରି କରିବ ବୋଲି ଭାବିଲା କିନ୍ତୁ ତାକୁ ଲାଗିଲା ସେହି ଚାକିରୀ ଠାରୁ ଆହୁରି ଭଲ ଚାକିରୀ ଅନ୍ୟମାନେ କରୁଛନ୍ତି ଓ ସେ ଚାକିରୀ ମଧ୍ୟ କରିପାରିଲା ନାହିଁ । ଏହା ପରେ ଛାତ୍ର କହିଲା ତାର ପରିବାରର ଦାୟିତ୍ୱ ଅଛି, ପରିବାରରେ ସ୍ତ୍ରୀ ଓ ପିଲାମାନେ ଅଛନ୍ତି, ତାଙ୍କୁ କିପରି ପାଳିବି ।

ସେ ଯେତେ ଚେଷ୍ଟା କଲେବି କିଛି ବି କରିପାରୁନାହିଁ । ଏହି କଥା ଶୁଣି ଗୁରୁ ହସିଦେଇ କହିଲେ ତୁମେ ଗୋଟିଏ ସମୟରେ ଗୋଟିଏ କାମ କର । ଛାତ୍ର କହିଲା କି ତାହା ଦ୍ୱାରା ସେହି କାର୍ଯ୍ୟ ବି ହେଉ ନାହିଁ । ଗୁରୁ ଏହି କଥା ଶୁଣି କହିଲେ ତେବେ ତୁମେ କଣ କରିବାକୁ ଚାହୁଁଛ, ଛାତ୍ର କହିଲା ମୋ ମନ କୌଣସି କାମରେ ଲାଗୁ ନାହିଁ । କିନ୍ତୁ ମୁଁ ଭାବୁଛି ପାହାଡ଼ ଉପରେ ଥିବା ଶିବ ମନ୍ଦିରକୁ ଯିବା ପାଇଁ । ଗୁରୁ କହିଲେ ଠିକ ଅଛି ସେହି ମନ୍ଦିରକୁ ଯାଇ ଭଗବାନଙ୍କ ଆଶୀର୍ବାଦ ନେଇ ଆସ ସବୁ ଠିକ ହୋଇଯିବ ଓ ଜୀବନକୁ ନୂତନ ଭାବେ ଆରମ୍ଭ କର ।

ସେ ସକାଳ ପର୍ଯ୍ୟନ୍ତ ଅପେକ୍ଷା ନ କରି ରାତିରେ ହିଁ ବାହାରି ପଡ଼ିଲା । କିନ୍ତୁ ଏତେ ରାତିରେ ଲଣ୍ଠନ ଆଲୁଅରେ ଏତେ ବାଟ କିପରି ଯିବ ଭାବି ସକାଳ ହେବା ପର୍ଯ୍ୟନ୍ତ ଅପେକ୍ଷା କଲା ଓ ରାସ୍ତାରେ ବସିଗଲା । ସେହି ସମୟରେ ଦେଖିଲା ଜଣେ ବୟସ୍କ ବ୍ୟକ୍ତି ଗୋଟିଏ ଦୀପ ଆଲୁଅ ସାହାଯ୍ୟରେ ମନ୍ଦିରକୁ ଯାଉଛନ୍ତି । ସେ ତାଙ୍କୁ ପଛରୁ ଡାକି ପଚାରିଲା ମନ୍ଦିର ବହୁତ ଦୂରରେ ଅଛି ତୁମେ ସେଠାକୁ ଏତେ ଅନ୍ଧକାରରେ ଦୀପ ଆଲୁଅରେ କିପରି ଯିବ ।

ବୟସ୍କ ବ୍ୟକ୍ତି ଜଣକ କହିଲେ କି ଯେତେବେଳେ ମୁଁ ଆଗକୁ ଗୋଟିଏ ପାଦ ଯାଉଛି ତେବେ ଆଲୁଅ ବି ଆଗକୁ ଗୋଟିଏ ପାଦ ଆଗକୁ ଯାଉଛି । ସେହି ପରି ତୁମେ ଗୋଟିଏ ପାଦ ଆଗକୁ ଯାଅ, ଆଲୁଅ ବି ଗୋଟିଏ ପାଦ ଆଗକୁ ଯିବ । ଏହି ହିସାବ ଜୀବନରେ ଲଗାଇବାକୁ ପଡିବ । ହିସାବ କେବଳ ଗୋଟିଏ ପାଦର ହିଁ ଲଗା ଯାଏ ପୁରା ଜୀବନର ହିସାବ କରିବା ତ ସମ୍ଭବ ନୁହେଁ । ଯିଏ ଗୋଟିଏ ଗୋଟିଏ ପାଦ ହିସାବ କରି ଚାଲେ ସେ ହଜାର ମାଇଲ ଆଗକୁ ବଢି ପାରେ ।

ଯିଏ ହାଜର ମାଇଲ ହିସାବ କରି ଚାଲେ ସେ ଆଗକୁ ବଢ଼ିପାରେ ନାହିଁ ତାକୁ ତ ଗୋଟିଏ ପାଦ ଆଗକୁ ବଢ଼ିବାରେ ଭୟ ଲାଗେ । ସେଥିପାଇଁ ଜୀବନରେ କୌଣସି ଲାଭ କ୍ଷତିର ହିସାବ ନ କରି ଆଗକୁ ବଢି ଚାଲ ନିଶ୍ଚିତ ସଫଳତା ମିଳିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।